କନ୍ଧମାଳ ମାଓ ଇଲାକା ଗସ୍ତରେ ସିଆରପିଏଫ୍ ଏଡିଜି

The Sakala Picture
Published On

ଫୁଲବାଣୀ: ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ ଫୁଲବାଣୀରେ l ପୁଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ଏଡିଜି ଶ୍ରୀଅଗ୍ରୱାଲଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସିଆରପିଏଫ ଏଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ରେ ଓହ୍ଲାଇ ସେଠାରୁ ଗୋଛପଡ଼ାରେ ଥିବା ୧୨୭ ବାଟାଲିୟନ ସିଆରପିଏଫ କ୍ୟାମ୍ପକୁ ଯାଇ ଯବାନମାନଙ୍କ ସହିତ ଆଲୋଚନା କରିଥିଲେ […]

ଫୁଲବାଣୀ: ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ ଫୁଲବାଣୀରେ l ପୁଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ଏଡିଜି ଶ୍ରୀଅଗ୍ରୱାଲଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସିଆରପିଏଫ ଏଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ରେ ଓହ୍ଲାଇ ସେଠାରୁ ଗୋଛପଡ଼ାରେ ଥିବା ୧୨୭ ବାଟାଲିୟନ ସିଆରପିଏଫ କ୍ୟାମ୍ପକୁ ଯାଇ ଯବାନମାନଙ୍କ ସହିତ ଆଲୋଚନା କରିଥିଲେ l ସେଠାରେ ଅୟୋଜିତ ଏକ ବୈଠକରେ ଯୋଗଦେଇ ମାଓ ଗତି ବିଧି ଉପରେ ସମୀକ୍ଷା କରିଥିଲେ ଏଡ଼ିଜି l

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ସିଆରପିଏଫ୍ କମାଣ୍ଡାଣ୍ଟ, ସିଓ,କୋବ୍ରା ଅପରେସନ ସିଓଙ୍କ ସମେତ ଗୁଇନ୍ଦା ବିଭାଗ ଅଧିକାରୀ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ଜିଲାରେ ମାଓ ଦମନ କ୍ଷେତ୍ରରେ ସି ଆର ପି ଏଫ ଯବାନ ମାନଙ୍କ ଉଲ୍ଲେଖନୀୟ ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ l ଅତିରିକ୍ତ ଡିଜିଙ୍କ ଗସ୍ତ ଫଳରେ ଜିଲାରେ ସି ଆର ପି ଏଫ ଯବାନ ମାନଙ୍କ ମନୋବଳ ବୃଦ୍ଧିପାଇବ ବୋଲି କୁହାଯାଉଛି lଏଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l ମାଓ ଅଂଚଳରେ ଏ ଡି ଜି ଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର