୪ ଦିନ ପର୍ଯ୍ୟନ୍ତ କାଁ ଭାଁ ବର୍ଷା

The Sakala Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ହୋଇଛି। ଅଥଚ ଓଡ଼ିଶାରେ ବର୍ଷା ହେଉନାହିଁ। ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଥାଏ। ହେଲେ ରବିବାର ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହୋଇପାରୁ ନାହିଁ। ଯାହାଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ହେଉନାହିଁ। ଗୋଟିଏ ପଟେ ମୌସୁମୀ ଦୁର୍ବଳ ରହିଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ଏହାର ଗତି ଧିମେଇ ଯାଇଛି। ସାଧାରଣତଃ ୮ ଜୁଲାଇ ସୁଦ୍ଧା ସାରା ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ […]

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ହୋଇଛି। ଅଥଚ ଓଡ଼ିଶାରେ ବର୍ଷା ହେଉନାହିଁ। ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଥାଏ। ହେଲେ ରବିବାର ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହୋଇପାରୁ ନାହିଁ। ଯାହାଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ହେଉନାହିଁ। ଗୋଟିଏ ପଟେ ମୌସୁମୀ ଦୁର୍ବଳ ରହିଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ଏହାର ଗତି ଧିମେଇ ଯାଇଛି। ସାଧାରଣତଃ ୮ ଜୁଲାଇ ସୁଦ୍ଧା ସାରା ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରି ସାରିଥାଏ। ମାତ୍ର ଚଳିତ ବର୍ଷା ୪ ଦିନ ବିଳମ୍ବ ହୋଇସାରିଲାଣି। କିନ୍ତୁ ଦିଲ୍ଲୀକୁ ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ଛୁଇଁନାହିଁ। ସେହିପରି ଦିଲ୍ଲୀ ବ୍ୟତୀତ ଲେହ ଓ ଶ୍ରୀନଗରକୁ ମଧ୍ୟ ମୌସୁମୀ ସ୍ପର୍ଶ କରି ନାହିଁ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ତେବେ ଏହି ସବୁ ନିୟାମକ ପାଇଁ ରାଜ୍ୟରେ ବର୍ଷାର ପରିମାଣ କମି କମି ଚାଲିଛି। ପାଣପିାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟରେ କାଁ ଭାଁ କେଉଁଠି ବର୍ଷା ହୋଇପାରେ। ଏଥିପାଇଁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇ ନାହିଁ। ଗୋଟିଏ ପଟେ ରାଜ୍ୟରେ ପାଣି ଅଭାବ ଯୋଗୁ ଚାଷ କାମ ପ୍ରଭାବିତ ହୋଇ ଚାଲିଥିବା ବେଳେ ଜାରି ରହିଥିବା ନିଅଣ୍ଟିଆ ବର୍ଷାର ପ୍ରତିଶତ ଆହୁରି ବଢ଼଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଜୁଲାଇ ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

13 Jul 2021 By The Sakala

୪ ଦିନ ପର୍ଯ୍ୟନ୍ତ କାଁ ଭାଁ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ହୋଇଛି। ଅଥଚ ଓଡ଼ିଶାରେ ବର୍ଷା ହେଉନାହିଁ। ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଥାଏ। ହେଲେ ରବିବାର ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହୋଇପାରୁ ନାହିଁ। ଯାହାଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ହେଉନାହିଁ। ଗୋଟିଏ ପଟେ ମୌସୁମୀ ଦୁର୍ବଳ ରହିଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ଏହାର ଗତି ଧିମେଇ ଯାଇଛି। ସାଧାରଣତଃ ୮ ଜୁଲାଇ ସୁଦ୍ଧା ସାରା ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରି ସାରିଥାଏ। ମାତ୍ର ଚଳିତ ବର୍ଷା ୪ ଦିନ ବିଳମ୍ବ ହୋଇସାରିଲାଣି। କିନ୍ତୁ ଦିଲ୍ଲୀକୁ ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ଛୁଇଁନାହିଁ। ସେହିପରି ଦିଲ୍ଲୀ ବ୍ୟତୀତ ଲେହ ଓ ଶ୍ରୀନଗରକୁ ମଧ୍ୟ ମୌସୁମୀ ସ୍ପର୍ଶ କରି ନାହିଁ।

ତେବେ ଏହି ସବୁ ନିୟାମକ ପାଇଁ ରାଜ୍ୟରେ ବର୍ଷାର ପରିମାଣ କମି କମି ଚାଲିଛି। ପାଣପିାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟରେ କାଁ ଭାଁ କେଉଁଠି ବର୍ଷା ହୋଇପାରେ। ଏଥିପାଇଁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇ ନାହିଁ। ଗୋଟିଏ ପଟେ ରାଜ୍ୟରେ ପାଣି ଅଭାବ ଯୋଗୁ ଚାଷ କାମ ପ୍ରଭାବିତ ହୋଇ ଚାଲିଥିବା ବେଳେ ଜାରି ରହିଥିବା ନିଅଣ୍ଟିଆ ବର୍ଷାର ପ୍ରତିଶତ ଆହୁରି ବଢ଼଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଜୁଲାଇ ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର