ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର
ରାଜନଗର: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା । ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ। ନିଲମ୍ବିତ ଦୁଇ ଅଧିକାରୀ ହେଲେ ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ ଛାୟା କାନ୍ତ ନାୟକ ଓ ଏଏସଆଇ ପ୍ରଦୀପ ମଲ୍ଲିକ । ପୂର୍ବରୁ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଦୁଇ ଜଣଙ୍କୁ ଅବକାରୀ କମିଶନର ନିଲମ୍ବିତ କରିଥିବା ନେଇ ସୂଚନା ଦେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ।
ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
ସୂଚନାଯୋଗ୍ୟ, ରାଜନଗର ବାରଦିଆ ଗାଁର ବିନୋଦ ଦାସଙ୍କୁ ଗାଁରୁ ଉଠାଇ ନେଇ ଗାଡି ଭିତରେ ମାଡ଼ ମାରିଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ନ୍ୟାୟ ପାଇଁ ବିନୋଦ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ।






