ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

Madhusudan Das Picture
Published On

ମୟୂରଭଞ୍ଜ: ପାରିବାରିକ କଳହର କରୁଣ ପରିଣତି । ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ । ମୟୂରଭଞ୍ଜ ଶୁଳିଆପଦା ଥାନା ପାକଟିଆ ନାଉପଦା ଗାଁରେ ଘଟିଛି ଏପରି ଅଘଟଣ । ଗୁରୁତର ଅବସ୍ଥାରେ ଶାଶୁ  ଶଶୁର ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ଜ୍ୱାଇଁଙ୍କ ନାଁ ସେକ ସାଗିର ବୋଲି ଜଣାପଡିଛି । ଘଟଣା ପରେ ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଛି । ଶୁଳିଆପଦା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି । 

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସୂଚନା ଅନୁସାରେ, ପାରିବାରିକ ଗଣ୍ଡଗୋଳ ଯୋଗୁ ସେକ ସାଗିରଙ୍କ ସ୍ତ୍ରୀ ତାଙ୍କ ବାପ ଘରେ ରହୁଛନ୍ତି। ସ୍ତ୍ରୀଙ୍କୁ ଘରକୁ ଫେରାଇ ନେବାକୁ ସେ ବିଭିନ୍ନ ସମୟରେ ଶ୍ୱଶୁର ଘରକୁ ଆସି ଧମକଚମକ ଦିଅନ୍ତି। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେ ଆସି ପାଟିତୁଣ୍ଡ କରିଥିଲେ। ତା’ପରେ ଶାଶୁ ସୁହାନା ଦିଦି ଓ ଶ୍ୱଶୁର ସେକ ହାରୁନ ଅଲ୍ଲୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେକ ସାଗିରଙ୍କ ଶାଶୁ ଓ ଶ୍ୱଶୁରଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ ଓ ନିଆଁ ଲିଭାଇ ଥିଲେ। ଏହା ସହିତ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉଭୟ ଆହତଙ୍କୁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ପଠାଇଥିଲା।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର