ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କର: ନବୀନ

Madhusudan Das Picture
Published On

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବିଧାୟକ ପ୍ରାର୍ଥୀଙ୍କ ସହ ବୁଧବାର ସାଂଗଠନିକ ବୈଠକ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଅନୁଷ୍ଠିତ ଏହି ବୈଠକରେ ନବୀନ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତ ବିନିମୟ କରିଛନ୍ତି। ରାଜ୍ୟର ସାମଗ୍ରିକ ସ୍ଥିତି, ଶାସନ ବ୍ୟବସ୍ଥା ତଥା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ନବୀନ। ସେ କହିଛନ୍ତି ଯେ ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ଜନସାଧାରଣ ଭୟରେ ରହିଛନ୍ତି। ହତ୍ୟା, ଧର୍ଷଣ, ଲୁଟ୍‌, ନାରୀ ନିର୍ଯାତନା ଆଦି ଅପରାଧ ସୀମା ଲଙ୍ଘି ସାରିଲାଣି। ଅର୍ଥନୈତିକ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି। ବିଜେଡି ସରକାର କ୍ଷମତାରୁ ଯିବା ସମୟରେ ୪୫ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡି ଯାଇଥିଲା ବେଳେ ଏବେ ରାଜ୍ୟର ଋଣ ଭାର ବଢ଼ି ଚାଲିଛି। ଦୁଃଖର କଥା ବୁଢାବୁଢୀ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ପେନସନ ମଧ୍ୟ ଏ ସରକାର ଅମଳରେ ମିଳୁନାହିଁ। ଓଡ଼ିଶା ଶାସନରେ ଏଭଳି ଅବ୍ୟବସ୍ଥା କୌଣସି ସରକାର ଅମଳରେ ଦେଖା ଦେଇ ନ ଥିଲା ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ସହ ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ପ୍ରସ୍ତୁତି ଆରମ୍ଭ ସହ ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ମଧ୍ୟ ନବୀନ ପରାମର୍ଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ନବୀନ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଏସଆଇଆର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନ୍ୟ ରାଜ୍ୟରେ ଏସଆଇଆର ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଆମକୁ ସତର୍କ ଓ ସଜାଗ ରହି କାମ କରିବାକୁ ପଡ଼ିବ। ସାମାନ୍ୟ ମୁଦ୍ରଣ ତ୍ରୁଟି ପାଇଁ  ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ୍‌ ନ ଯିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ବିଜେଡିର ୨୪ ବର୍ଷ ଶାସନ ସମୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଭଲ କାମ କରି ସାରା ଦେଶରେ ନିଜର ଏକ ଉଜ୍ୱଳ ପରିଚୟ ସୃଷ୍ଟି କରିଥିଲା। ବିପର୍ଯ୍ୟୟ ପ୍ରଶମନ ଓ ଖାଦ୍ୟ ସୁରକ୍ଷା ଠାରୁ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଜଳସେଚନ, ଭିତ୍ତିଭୂମି ଆଦିର ବିକାଶ, ଚାଷୀ, ମହିଳା ଓ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଭଲ କାମ କରିଥିଲା। ସରକାରଙ୍କ ବିଫଳତା ବିଶେଷ କରି ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେପିର ଛଳନାପୂର୍ଣ୍ଣ ଆଚରଣର ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ନାରୀ ଅଧିକାର ଅଭିଯାନର ବିପୁଳ ସଫଳତା ପରିବର୍ତ୍ତନର ସୂଚନା ଦେଉଛି। ଏଥିପାଇଁ  ଦଳୀୟ କର୍ମକର୍ତ୍ତା ଓ ପ୍ରବଳ ଖରାରେ ଘରୁ ବାହାରି ନାରୀ ଅଧିକାର ଅଭିଯାନରେ ସାମିଲ ହୋଇଥିବା ସମସ୍ତ ମା’ ମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ଅଭିଯାନର ସଫଳତା ଏକ ପରିବର୍ତ୍ତନର ସୂଚନା ଦେଉଛି ବୋଲି ନବୀନ କହିଛନ୍ତି। ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ ଓ ବିଧାୟକ ପ୍ରାର୍ଥୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ। ଏହି ବୈଠକରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ବିଜେଡି ସରକାର ସମୟର ସଫଳତା ଓ ଏସଆଇଆର ଉପରେ ଏକ ଉପସ୍ଥାପନା ମଧ୍ୟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

10 Jun 2026 By Madhusudan Das

ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କର: ନବୀନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବିଧାୟକ ପ୍ରାର୍ଥୀଙ୍କ ସହ ବୁଧବାର ସାଂଗଠନିକ ବୈଠକ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଅନୁଷ୍ଠିତ ଏହି ବୈଠକରେ ନବୀନ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତ ବିନିମୟ କରିଛନ୍ତି। ରାଜ୍ୟର ସାମଗ୍ରିକ ସ୍ଥିତି, ଶାସନ ବ୍ୟବସ୍ଥା ତଥା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ନବୀନ। ସେ କହିଛନ୍ତି ଯେ ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ଜନସାଧାରଣ ଭୟରେ ରହିଛନ୍ତି। ହତ୍ୟା, ଧର୍ଷଣ, ଲୁଟ୍‌, ନାରୀ ନିର୍ଯାତନା ଆଦି ଅପରାଧ ସୀମା ଲଙ୍ଘି ସାରିଲାଣି। ଅର୍ଥନୈତିକ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି। ବିଜେଡି ସରକାର କ୍ଷମତାରୁ ଯିବା ସମୟରେ ୪୫ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡି ଯାଇଥିଲା ବେଳେ ଏବେ ରାଜ୍ୟର ଋଣ ଭାର ବଢ଼ି ଚାଲିଛି। ଦୁଃଖର କଥା ବୁଢାବୁଢୀ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ପେନସନ ମଧ୍ୟ ଏ ସରକାର ଅମଳରେ ମିଳୁନାହିଁ। ଓଡ଼ିଶା ଶାସନରେ ଏଭଳି ଅବ୍ୟବସ୍ଥା କୌଣସି ସରକାର ଅମଳରେ ଦେଖା ଦେଇ ନ ଥିଲା ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ସହ ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ପ୍ରସ୍ତୁତି ଆରମ୍ଭ ସହ ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ମଧ୍ୟ ନବୀନ ପରାମର୍ଶ ଦେଇଛନ୍ତି। 

ନବୀନ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଏସଆଇଆର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନ୍ୟ ରାଜ୍ୟରେ ଏସଆଇଆର ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଆମକୁ ସତର୍କ ଓ ସଜାଗ ରହି କାମ କରିବାକୁ ପଡ଼ିବ। ସାମାନ୍ୟ ମୁଦ୍ରଣ ତ୍ରୁଟି ପାଇଁ  ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ୍‌ ନ ଯିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି। 

ବିଜେଡିର ୨୪ ବର୍ଷ ଶାସନ ସମୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଭଲ କାମ କରି ସାରା ଦେଶରେ ନିଜର ଏକ ଉଜ୍ୱଳ ପରିଚୟ ସୃଷ୍ଟି କରିଥିଲା। ବିପର୍ଯ୍ୟୟ ପ୍ରଶମନ ଓ ଖାଦ୍ୟ ସୁରକ୍ଷା ଠାରୁ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଜଳସେଚନ, ଭିତ୍ତିଭୂମି ଆଦିର ବିକାଶ, ଚାଷୀ, ମହିଳା ଓ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଭଲ କାମ କରିଥିଲା। ସରକାରଙ୍କ ବିଫଳତା ବିଶେଷ କରି ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେପିର ଛଳନାପୂର୍ଣ୍ଣ ଆଚରଣର ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ନାରୀ ଅଧିକାର ଅଭିଯାନର ବିପୁଳ ସଫଳତା ପରିବର୍ତ୍ତନର ସୂଚନା ଦେଉଛି। ଏଥିପାଇଁ  ଦଳୀୟ କର୍ମକର୍ତ୍ତା ଓ ପ୍ରବଳ ଖରାରେ ଘରୁ ବାହାରି ନାରୀ ଅଧିକାର ଅଭିଯାନରେ ସାମିଲ ହୋଇଥିବା ସମସ୍ତ ମା’ ମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ଅଭିଯାନର ସଫଳତା ଏକ ପରିବର୍ତ୍ତନର ସୂଚନା ଦେଉଛି ବୋଲି ନବୀନ କହିଛନ୍ତି। ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ ଓ ବିଧାୟକ ପ୍ରାର୍ଥୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ। ଏହି ବୈଠକରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ବିଜେଡି ସରକାର ସମୟର ସଫଳତା ଓ ଏସଆଇଆର ଉପରେ ଏକ ଉପସ୍ଥାପନା ମଧ୍ୟ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର