ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

Madhusudan Das Picture
Published On

ମେକ୍ସିକୋ ସିଟି: ଆଜିଠାରୁ ଫୁଟ୍‌ବଲ୍‌ ମହାକୁମ୍ଭ । ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ଫୁଟବଲ ପ୍ରତିଯୋଗିତାର ବରିଷ୍ଠ ବିଭାଗ ପୁରୁଷ ବିଶ୍ବକପ୍‌ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି । ଫୁଟବଲ ଖେଳର ସର୍ବୋଚ୍ଚ ସଂସ୍ଥା ଦ୍ୱାରା ଏହା ଆୟୋଜିତ ହେଉଥିବାରୁ ଫିଫା ବିଶ୍ୱକପ୍‌ ନାମରେ ପରିଚିତ ଏହି ମେଗା ଇଭେଣ୍ଟ ଜୁନ୍‌ ୧୧ରୁ ଆରମ୍ଭ ହୋଇ ଜୁଲାଇ ୧୯ରେ ଶେଷ ହେବ। ପ୍ରଥମଥର ୩ଟି ଦେଶ ଯଥା ଆମେରିକା, ମେକ୍ସିକୋ ଓ କାନାଡ଼ା ଏହି ବିଶ୍ୱକପ୍‌ ଆୟୋଜନ କରୁଥିବାରୁ ୩ଟି ଟାଇମିଂ ଜୋନ୍‌ରେ ଖେଳ ଦେଖିବା ଦର୍ଶକଙ୍କ ଲାଗି କଷ୍ଟକର ହେଉଛି। ତଥାପି ଅଂଶଗ୍ରହଣକାରୀ ଦେଶର ସମୟ ଅନୁଯାୟୀ ଏହି ମ୍ୟାଚ୍‌ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥର ୩ଟି ଦେଶର ମୋଟ ୧୬ଟି ଭେନ୍ୟୁରେ ମ୍ୟାଚ୍‌ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ବିଶ୍ୱକପ୍ର ଉଦଘାଟନୀ ଉତ୍ସବ ଏକ ସଙ୍ଗେ ୩ଟି ଦେଶରେ ଆୟୋଜିତ ହେବ। ଆମେରିକାରରେ ସର୍ବାଧିକ ୧୧ଟି ଷ୍ଟାଡିୟମ୍‌ରେ ସର୍ବାଧିକ ୭୮ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। 

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ମେକ୍ସିକୋରେ ଉଦ୍‌ଘାଟନୀ, ନ୍ୟୁ ଜର୍ସୀରେ ଫାଇନାଲ
ବିଶ୍ୱକପ୍‌ରେ ଏଥର ସର୍ବାଧିକ ୪୮ଟି ଦେଶ ଭାଗନେଉଥିବାରୁ ସ୍ୱାଭାବିକ ଭାବେ ସର୍ବାଧିକ ୧୦୪ଟି ମ୍ୟାଚ୍‌ ଖେଳାଯିବ। ଏହା ମଧ୍ୟରୁ ଆମେରିକାରେ ୭୮ଟି ଓ ଅନ୍ୟ ଦୁଇ ସହଯୋଗୀ ଦେଶରେ ୧୩ଟି ଲେଖାଏଁ ମ୍ୟାଚ୍‌ ଆୟୋଜିତ ହେବ। ରାଉଣ୍ଡ ଅଫ୍‌ ୩୨ ଓ ରାଉଣ୍ଡ ଅଫ୍‌ ୧୬ରେ ୩ଟି ନକ୍‌ଆଉଟ ମ୍ୟାଚ୍‌ ଆମେରିକା ବାହାରେ ଓ ଅନ୍ୟ ସମସ୍ତ ନକ୍‌ଆଉଟ ମୁକାବିଲା ଆମେରିକାରେ ଅନୁଷ୍ଠିତ ହେବ। ରେକର୍ଡ ତୃତୀୟଥର ଉଦ୍‌ଘାଟନୀ ଉତ୍ସବ ସହ ଉଦ୍‌ଘାଟନୀ ମୁକାବିଲା କରିବାକୁ ଯାଉଥିବା ମେକ୍ସିକୋ ସିଟିର ଆଜ୍‌ଟେକା ଷ୍ଟାଡିୟମ୍‌ରେ ଆୟୋଜକ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଭାରତୀୟ ସମୟ ରାତି ୧୨ଟା ୩୦ ମିନିଟ୍‌ରେ ଖେଳାଯିବ। ସେହିପରି ପ୍ରତିଯୋଗିତା ଶେଷରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଆମେରିକାର ନ୍ୟୁ ଜର୍ସିୀରେ ଥିବା ମେଟ୍‌ଲାଇଫ୍‌ ଷ୍ଟାଡିୟମ୍‌ରେ ଫାଇନାଲ ମୁକାବିଲା ଜୁଲାଇ ୧୯ ତାରିଖ ରାତି ୧୨ଟା ୩୦ ମିନିଟ୍‌ରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଉଦ୍‌ଘାଟନୀ ଉତ୍ସବର ଆକର୍ଷଣ ସାକିରା
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗାୟିକା ସାକିରା ଫିଫା ବିଶ୍ୱକପ୍‌ ପୂର୍ବର ଉଦ୍‌ଘାଟନୀ ସମାରୋହରେ ସଙ୍ଗୀତ ପରିବେଷଣ କରିବେ। ଫିଫା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ଦାଏ ଦାଏ’କୁ ଗାଇବେ ସାକିରା। ତାଙ୍କ ସହ ନରୱେର ବୁର୍ଣ୍ଣା ବୟ ମଧ୍ୟ ଫିଫା ସଙ୍ଗୀତ ପରିବେଷଣ କରିବେ।  ଅନ୍ୟ ତାରକାମାନଙ୍କ ମଧ୍ୟରେ ଆଲେଜାଣ୍ଡ୍ରୋ ଫର୍ଣ୍ଣାଣ୍ଡିଜ୍‌, ବେଲିଣ୍ଡା, ଡାନ୍ନି ଓସେନ୍‌, ଜେ. ବାଲଭିନ୍‌, ଲିଳା ଡାଉନ୍ସ, ଲସ୍‌ଆଞ୍ଜିଲ୍ସ ଆଜୁଲେସ୍‌, ମାନା ଓ ଟିଲା ମଧ୍ୟ ଅଫିସିଆଲ ଫିଫା ସଙ୍ଗୀତ ପରିବେଷଣରେ ସହଯୋଗ କରିବେ। ଉଦ୍‌ଘାଟନୀ ଉତ୍ସବ ମେକ୍ସିକୋ ସିଟିରେ ଭାରତୟ ସମୟ ରାତି ୧୦.୩୦ରୁ ଆରମ୍ଭ ହେବ। ପ୍ରତ୍ୟେକ ଦେଶରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମୁକାବିଲା ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। କାନାଡାରେ ଟରଣ୍ଟୋ ଓ ଆମେରିକାରେ ଲସ୍‌ଏଞ୍ଜେଲ୍ସରେ ଏହି ଉତ୍ସବ ଓ ପରେ ମ୍ୟାଚ୍‌ ଖେଳାଯିବ। ଟରଣ୍ଟୋରେ ଗାୟକ ଓ ଲେଖକ ମାଇକେଲ ବବଲ ଓ ଆଲାନିସ୍‌ ମୋରିଷ୍ଟେ, ଆମେରିକାର ସୋଫି ଷ୍ଟାଡିୟମ୍‌ରେ ପପ୍‌ ଷ୍ଟାର କାଟି ପେର, ରାପର ଫ୍ୟୁଚର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରିବେଷଣ କରିବେ। କାନାଡା ଜନ୍ମିତ ବଲିଉଡ୍‌ ଷ୍ଟାର ନୋରା ଫତେହୀ ଟରଣ୍ଟୋ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ହାଇତି ଜର୍ସିରେ ରହିବ ପୋଲାଣ୍ଡ ପତାକା
ୱାଶିଂଟନ: ଦୀର୍ଘ ୫୨ ବର୍ଷ ପରେ ହାଇତି ଫିଫା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି କାରବୀୟ ରାଷ୍ଟ୍ର ପ୍ରଥମ ଓ ଶେଷଥର ଲାଗି ୧୯୭୪ ଫିଫା ବିଶ୍ୱକପ୍‌ରେ ଅଂଶଗ୍ରହଣ କରି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ୫୨ ବର୍ଷ ପରେ ପୁଣିଥରେ ଏହି ମେଗା ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଥିବାରୁ ଏଥର ହାଇତି ପ୍ରଦର୍ଶନର ଛାପ ଛାଡ଼ିବା ଲକ୍ଷ୍ୟରେ ରହିଛି। କିନ୍ତୁ ହାଇତି ଖେଳାଳିମାନେ ପିନ୍ଧିବାକୁ ଥିବା ଜର୍ସିରେ ପୋଲାଣ୍ଡର ଜାତୀୟ ପତାକା ରହିବା ଫୁଟବଲପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଥମତଃ ଏହା କିଟ୍‌ ନିର୍ମାତାଙ୍କ ଦ୍ୱାରା କୌଣସି ତ୍ରୁଟି ନୁହେଁ। ପ୍ରକୃତରେ ଏହା ଡିଜାଇନର ଏକ ଅଂଶ। ହାଇତି ଦଳର ଜର୍ସିରେ ପୋଲାଣ୍ଡର ଜାତୀୟ ପତାକାର ଉପସ୍ଥିତିର ଏକ ଐତିହାସିକ ଗୁରୁତ୍ୱ ରହିଛି। ତାହା ହେଉଛି ୧୮୦୪ ମସିହାରେ ହାଇତିକୁ ସ୍ୱାଧୀନତା ହାସଲ କରିବାରେ ୫,୦୦୦ ପୋଲାଣ୍ଡ ସୈନିକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ହାଇତିର ପ୍ରତିଷ୍ଠାତା ନେତା ଜିନ୍‌-ଜ୍ୟାକ୍‌ ଡେସାଲିନ୍ସ୍‌ ପୋଲାଣ୍ଡମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମର୍ଥନକୁ ସ୍ୱୀକାର କରିଥିଲେ। ତେଣୁ ଏଥର ହାଇତିର ଜର୍ସି ଡିଜାଇନ୍‌ ପୋଲାଣ୍ଡ ସୈନିକଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଭାବରେ ଦେଖାଯାଉଛି। ଯେଉଁମାନେ ସ୍ୱାଧୀନତା ପାଇଁ ସେମାନଙ୍କ ଲଢେ଼ଇ ସମୟରେ ହାଇତିଙ୍କ ସହିତ ଠିଆ ହୋଇଥିଲେ। ଅପରପକ୍ଷରେ ଏକ ଉଲ୍ଲେଖନୀୟ ଘଟଣା ହେଉଛି ଏଥର ପୋଲାଣ୍ଡ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। କିନ୍ତୁ ହାଇତି ଜର୍ସିରେ ଏହାର ପରୋକ୍ଷ ପ୍ରତିନିଧିତ୍ୱ ରହିଛି।

ଚାରିଥରର ଚାମ୍ପିଅନ ଇଟାଲୀର ଅଲୋଡ଼ା ହ୍ୟାଟ୍ରିକ
ଏଥର ଫିଫା ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ଚାରିଥରର ପୂର୍ବ ବିଜେତା ଇଟାଲୀ ଏଥର ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଏହାକୁ ମିଶାଇ ଇଟାଲୀ କ୍ରମାଗତ ୩ୟ ସଂସ୍କରଣ ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିପାରିନାହିଁ। ଏଥିପୂର୍ବରୁ ୨୦୧୮ ଓ ୨୦୨୨ ବିଶ୍ୱକପ ମଧ୍ୟ ଇଟାଲୀ ଖେଳିପାରି ନ ଥିଲା। ବିଶ୍ୱ ମାନ୍ୟତାର ୧୨ତମ ସ୍ଥାନରେ ଥିବା ଏହି ୟୁରୋପୀୟ ଦଳ ଲାଗି ଏହା ଶକ୍ତ ଝଟକା ସଦୃଶ ହୋଇଛି। ସେହିଭଳି ଚଳିତ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିପାରି ନ ଥିବା ଅନ୍ୟ କିଛି ପ୍ରମୁଖ ଦେଶ ହେଲେ ଡେନମାର୍କ, ନାଇଜେରିଆ, ୟୁକ୍ରେନ ଓ ପୋଲାଣ୍ଡ। ୨୦୨୨ ବିଶ୍ୱକପ୍‌ରେ ଡାର୍କହର୍ସ ଥିବା ଡେନମାର୍କ ବର୍ତ୍ତମାନ ଫିଫା ର‍୍ୟାଙ୍କିଙ୍ଗ୍‌ରେ ୨୦ତମ ସ୍ଥାନରେ ରହିଛି। କିନ୍ତୁ ଯୋଗ୍ୟତା ପର୍ଯ୍ୟାୟରେ ଚେକ୍‌ ରିପବ୍ଲିକ ନିକଟରୁ ସୁଟ୍‌ ଆଉଟ୍‌ରେ ହାରିବା ପରେ ଡେନମାର୍କର ବିଶ୍ୱକପ୍‌ ଖେଳିବା ଆଶା ଧୂଳିସାତ୍‌ ହୋଇଯାଇଥିଲା। ଆଫ୍ରିକ ମହାଦେଶର ଅନ୍ୟତମ ଶକ୍ତିଶାଳୀ ଦଳ ନାଇଜେରିଆ ବର୍ତ୍ତମାନ ଫିଫା ର‍୍ୟାଙ୍କିଙ୍ଗ୍‌ରେ ୨୬ତମ ସ୍ଥାନରେ ରହିଛି। କିନ୍ତୁ ୪୮ ଜଣିଆ ବିଶ୍ୱକପ୍‌କୁ ଦଳ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ‘କାଫ୍‌’ ଫ୍ଲେ ଅଫ୍‌ ଫାଇନାଲରେ କଙ୍ଗୋଠାରୁ ହାରିବା ନାଇଜେରିଆ ପାଇଁ ମହଙ୍ଗା ପଡ଼ିଥିଲା। ନାଇଜେରିଆ ୨୦୨୨ ବିଶ୍ୱକପ୍‌କୁ ମଧ୍ୟ ଟିକଟ୍‌ ହାସଲ କରି ନ ଥିଲା। ଅପରପକ୍ଷରେ ୪ ବର୍ଷ ଧରି ରୁଷ ସହ ଯୁଦ୍ଧରେ ସଂଘର୍ଷ କରୁଥିବା ୟୁକ୍ରେନକୁ ମଧ୍ୟ ଏଥର ବିଶ୍ୱକପ୍‌ ଟିକଟ୍‌ ମିଳିନି। ବିଶ୍ୱ ମାନ୍ୟତାର ୩୨ତମ ସ୍ଥାନରେ ଥିବା ଏହି ୟୁରୋପୀୟ ରାଷ୍ଟ୍ର ଶେଷଥର ଲାଗି ୨୦୦୬ ସଂସ୍କରଣ ଖେଳିଥିଲା। ପୋଲାଣ୍ଡ ମଧ୍ୟ ଏଥର ବିଶ୍ୱକପ୍‌ ବସ୍‌ ମିସ୍‌ କରିଛି। ଫିଫା ର‍୍ୟାଙ୍କିଙ୍ଗରେ ୩୨ତମ ସ୍ଥାନରେ ଥିବା ପୋଲାଣ୍ଡ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ ମ୍ୟାଚରେ ୨-୩ ଗୋଲ୍‌ରେ ସ୍ୱିଡେନଠାରୁ ହାରିବା ପୋଲାଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

11 Jun 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର