କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

Madhusudan Das Picture
Published On

ବାରିପଦା: କଟକ କାଠଯୋଡ଼ି ନଦୀରୁ ଗୁରୁବାର ସକାଳେ ଉଦ୍ଦାର ମେଡିକାଲ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା ଭିନ୍ନ ମୋଡ ନେଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ବାରଙ୍ଗ ଥାନାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି ମୃତକଙ୍କ ପରିବାର ଲୋକେ। 

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

ସୂଚନାଯୋଗ୍ୟ, ଗୁରୁବାର ଭୋର ସମୟରେ କିଛି ସ୍ଥାନୀୟ ଲୋକ ବାରଙ୍ଗ ସ୍ଥିତ ସୁବାଷ ସେତୁ ଉପରକୁ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ସେଠାରେ ଏକ ଗୋଲାପୀ ରଙ୍ଗର ବ୍ୟାଗ୍ ଏବଂ ଗୋଟିଏ ହଳ ଚପଲ ପରିତ୍ୟକ୍ତ ଅବସ୍ଥାରେ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ନଦୀ ଭିତରକୁ ଚାହିଁବା ବେଳେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ବାରଙ୍ଗ ପୁଲିସ ଓ ଅଗ୍ନୀଶମ ବାହିନୀ ପହଞ୍ଚି ଭାସମାନ ମୃତ ଦେହକୁ ଉଦ୍ଧାର କରିଥିଲେ। ମୃତ ଯୁବତୀ ଜଣକ ଏକ ଜିନ୍ସ ପ୍ୟାଣ୍ଟ ଓ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ସେତୁ ଉପରୁ ଜବତ ହୋଇଥିବା ବ୍ୟାଗ୍‌ରୁ ମିଳିଥିବା ସୂଚନା ଅନୁସାରେ, ମୃତ ଯୁବତୀ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଅଞ୍ଚଳର ଚନ୍ଦ୍ରିକା ହେମ୍ବ୍ରମ। ସେ ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଛାତ୍ରୀ ଥିଲେ ଏବଂ ଆସନ୍ତା ସୋମବାର ଦିନ ସେଠାରେ ଜଣେ ଇଣ୍ଟର୍ନ ଡାକ୍ତର ଭାବେ ଯୋଗ ଦେବାର ଥିଲା। 

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

ମୃତ ଚନ୍ଦ୍ରିକାଙ୍କ ବାପା ଭୂଜୁ ହାଁସଦାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅର ମୃତ୍ୟୁ ପାଇଁ ତାଙ୍କ ପୁରୁଷ ବନ୍ଧୁ ହିଁ ସମ୍ପୂର୍ଣ୍ଣ ଦାୟୀ। ଉଭୟ ପୂର୍ବରୁ ନବୋଦୟ ବିଦ୍ୟାଳୟରେ ସାଙ୍ଗ ହୋଇ ପଢୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମନାନ୍ତର ଓ ତିକ୍ତତା ଦେଖାଦେଇଥିଲା। ଉକ୍ତ ପୁରୁଷ ବନ୍ଧୁ ଜଣକ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ଶଙ୍କୁଚା ଗ୍ରାମର ବୋଲି ଜଣାପଡ଼ିଛି। ଏହି ମାନସିକ ନିର୍ଯାତନା ଯୋଗୁଁ ଝିଅ ଜୀବନ ହାରିଥିବା ନେଇ ବାପା ବାରଙ୍ଗ ଥାନାରେ କେବଳ ସେହି ଯୁବକଙ୍କୁ ଦାୟୀ କରି ଏକ ଏତଲା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଦଶହରାରେ ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି, ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ରହିବ ନଜର

ପୁଲିସ ମୃତଦେହ ଜବତ କରି କଟକ ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବାରଙ୍ଗ ଥାନାରେ ଆଇନଗତ ପ୍ରକ୍ରିୟା ଶେଷ କରି ପରିବାର ଲୋକେ ମୃତଦେହ ଧରି ଗାଁ ଅଭିମୁଖେ ଗୁରୁବାର ବିଳମ୍ୱିତ ରାତିରେ ବାହାରି ଶୁକ୍ରବାର ସକାଳେ ପହଞ୍ଚିଛନ୍ତି।  ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ଝିଅର ଏଭଳି ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ମେଡିକାଲ କଲେଜରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସେତୁ ଉପରୁ ମିଳିଥିବା ସାମଗ୍ରୀ ସହ ମୋବାଇଲ୍ ଫୋନ୍ ଆଦି ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର