କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
କଟକ: କାଠଯୋଡ଼ି ତ୍ରିଶୁଳିଆ ପୋଲ ତଳେ ଭାସୁଛି ଯୁବତୀଙ୍କ ମୃତଦେହ । ବ୍ରିଜ ନିକଟରେ ପଡ଼ିଛି ଯୁବତୀଙ୍କ ବ୍ୟାଗ ଓ ଚପଲ । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଯୁବତୀ ଜଣକ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ, ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।