ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

Suryakanta Picture
Published On

ବଲିଉଡ୍ ଅଭିନେତା ତଥା ଅନୀଲ କପୁର (Anil Kapoor)ଙ୍କ ପୁଅ ହର୍ଷବର୍ଦ୍ଧନ କପୁର (Harsh Varrdhan Kapoor) ନିଜର ଆଗାମୀ ପ୍ରୋଜେକ୍ଟ ଏବଂ ଅଭିନୟ କ୍ୟାରିୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ସେ ଅଭିନୟରୁ ଦୂରେଇ ଯିବା ଗୁଜବକୁ ଖଣ୍ଡନ କରିବା ସହ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଟ୍ରୋଲରଙ୍କୁ ହର୍ଷବର୍ଦ୍ଧନଙ୍କ କଡ଼ା ଜବାବ

ନିକଟରେ ଜଣେ ୟୁଜର ଏକ୍ସ (X) ରେ ହର୍ଷବର୍ଦ୍ଧନଙ୍କୁ ପଚାରିଥିଲେ ଯେ ସେ ଅଭିନୟରୁ କାହିଁକି ଦୂରେଇ ଯାଇଛନ୍ତି। ଏହି ପ୍ରଶ୍ନର ଉତ୍ତର ଦେଇ ହର୍ଷବର୍ଦ୍ଧନ କହିଥିଲେ ଯେ ସେ କୁଆଡ଼େ ଯାଇନାହାଁନ୍ତି। ଯେଉଁମାନେ ତାଙ୍କ କ୍ୟାରିୟରକୁ ନେଇ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି, ସେମାନଙ୍କୁ କଟାକ୍ଷ କରି ସେ ଲେଖିଛନ୍ତି, "ଆହୁରି କାନ୍ଦ (Cry More)"। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଶେଷ ଫିଲ୍ମ 'ଥାର୍' (Thar) ରିଲିଜ୍ ହେବା ଦିନଠାରୁ ସେ ନିଜର ଏକ ନୂଆ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି।

ବର୍ଷକେ ତିନୋଟି ଫିଲ୍ମ କରିବା ମୋର ଲକ୍ଷ୍ୟ ନୁହେଁ

ହର୍ଷବର୍ଦ୍ଧନ ସ୍ପଷ୍ଟ କରିଛନ୍ତି ଯେ ବଲିଉଡର ଅନ୍ୟ କଳାକାରଙ୍କ ଭଳି ବର୍ଷକୁ ତିନୋଟି ଫିଲ୍ମ କରିବା ତାଙ୍କର ଲକ୍ଷ୍ୟ ନୁହେଁ। ଭାବେଶ ଜୋଶୀ ସୁପରହିରୋ (Bhavesh Joshi Superhero), ଥାର୍ (Thar), ଏବଂ ରେ (Ray) ଭଳି ଭିନ୍ନ ଧରଣର ଫିଲ୍ମ କରିବାକୁ ସେ ପସନ୍ଦ କରନ୍ତି, ଯେଉଁଥିପାଇଁ ସମୟ ଲାଗେ। ନିଜ ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଗତ ୨ ବର୍ଷ ଧରି ସେ ଏକ ନୂଆ ଫିଲ୍ମର ସୁଟିଂ କରୁଛନ୍ତି, ଯାହାକି ଜୁନ୍ ୩୦ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ସେ ଦାବି କରିଛନ୍ତି ଯେ ଏହା ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ଏବଂ ନିଆରା ଫିଲ୍ମ ହେବ।

ବନ୍ଦ ହେଲା ଅଭିନବ ବିନ୍ଦ୍ରାଙ୍କ ବାୟୋପିକ୍

ଅନ୍ୟପକ୍ଷରେ, ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସୁଟର୍ ଅଭିନବ ବିନ୍ଦ୍ରା (Abhinav Bindra) ଙ୍କ ଉପରେ ନିର୍ମାଣ ହେବାକୁ ଥିବା ବାୟୋପିକ୍ ପ୍ରୋଜେକ୍ଟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଏହି ଫିଲ୍ମରେ ହର୍ଷବର୍ଦ୍ଧନ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ନିଜ ପିତା ଅନୀଲ କପୁରଙ୍କ ସହ ମିଶି ଏହାର ପ୍ରଯୋଜନା କରିବାର ଥିଲା। ବହୁ ବର୍ଷର ପ୍ରସ୍ତୁତି ଏବଂ ସ୍କ୍ରିପ୍ଟକୁ ନେଇ ଅସନ୍ତୋଷ କାରଣରୁ ଶେଷରେ ଏପ୍ରିଲ ୨୦୨୫ ରେ ଏହି ପ୍ରୋଜେକ୍ଟକୁ ବାତିଲ୍ ବା ସେଲ୍ଭଡ୍ (shelved) କରାଯାଇଥିବା ନେଇ ହର୍ଷବର୍ଦ୍ଧନ ନିଶ୍ଚିତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp