ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

Madhusudan Das Picture
Published On

ଭୁବନେଶ୍ୱର: ସ୍ଥାନୀୟ ପାଣ୍ଡବ ନଗର ଲେନ୍‌ ନମ୍ବର ତିନିରେ ଏବେ ପ୍ରତି ରାତିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ପ୍ରତି ରାତିରେ ଏଠାରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟର  ବାଣ ଫୁଟିବା ପରି ଜଳୁଛି । ଖୁଣ୍ଟିରୁ ନିଆଁ ପାଖ ଆଖର ଘର ଭିତରେ ପଡୁଛି । ଏହାପରେ ସ୍ଥାନୀୟ ଅଞ୍ଚଳରୁ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇ ଯିବାରୁ ଗରମରେ ଲୋକମାନେ ଆଉଟୁ ପାଉଟ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଳମ୍ବରେ ଆସି ପୋଡିଯାଇଥିବା ତାର ସଜାଡିବା ପରେ ବିଦ୍ୟୁତ ସରବରାହ ଠିକ୍‌ ହେଉଛି । ଖୁଣ୍ଟିଟି ଘରକୁ ଲାଗିକରି ଥିବାରୁ ସେଠାରେ ଅଗ୍ନିକାଣ୍ଡର ଭୟ ରହୁଛି । ତାର ପରିବର୍ତ୍ତନ ପରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଛି । ସେଠାରେ ଥିବା ଖୁଣ୍ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ଅନ୍ୟ କୌଣସି ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଖୁଣ୍ଟି ବିପଦ୍ଜନକ ଭାବେ ଘରକୁ ଲାଗି କରିଥିବାରୁ କେତେ ବେଳେ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରକୃତି ସଂରକ୍ଷଣ ଦିବସରେ ‘ସକାଳ’ର ସବୁଜ ଅଭିଯାନ: ରାଜ୍ୟର ବିଭିନ୍ନ ସହରରେ ମାଗଣାରେ ଗଛ ଚାରା ବଣ୍ଟନ

11 Jun 2026 By Madhusudan Das

ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

ଭୁବନେଶ୍ୱର: ସ୍ଥାନୀୟ ପାଣ୍ଡବ ନଗର ଲେନ୍‌ ନମ୍ବର ତିନିରେ ଏବେ ପ୍ରତି ରାତିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ପ୍ରତି ରାତିରେ ଏଠାରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟର  ବାଣ ଫୁଟିବା ପରି ଜଳୁଛି । ଖୁଣ୍ଟିରୁ ନିଆଁ ପାଖ ଆଖର ଘର ଭିତରେ ପଡୁଛି । ଏହାପରେ ସ୍ଥାନୀୟ ଅଞ୍ଚଳରୁ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇ ଯିବାରୁ ଗରମରେ ଲୋକମାନେ ଆଉଟୁ ପାଉଟ ହେଉଛନ୍ତି ।

ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଳମ୍ବରେ ଆସି ପୋଡିଯାଇଥିବା ତାର ସଜାଡିବା ପରେ ବିଦ୍ୟୁତ ସରବରାହ ଠିକ୍‌ ହେଉଛି । ଖୁଣ୍ଟିଟି ଘରକୁ ଲାଗିକରି ଥିବାରୁ ସେଠାରେ ଅଗ୍ନିକାଣ୍ଡର ଭୟ ରହୁଛି । ତାର ପରିବର୍ତ୍ତନ ପରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଛି । ସେଠାରେ ଥିବା ଖୁଣ୍ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ଅନ୍ୟ କୌଣସି ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଖୁଣ୍ଟି ବିପଦ୍ଜନକ ଭାବେ ଘରକୁ ଲାଗି କରିଥିବାରୁ କେତେ ବେଳେ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର