ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ନିଆଁ ଲଗାଇବା ସହିତ ମାଡ଼ ମାରି ସ୍ୱାମୀ ଗିରଫ

The Sakala Picture
Published On

ବଅଁରପାଳ : ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗଡ଼ସାହି ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ କୁ ନିଆଁ ଲଗାଇ ମାରିବା ପାଇଁ ଉଦ୍ୟମ କରିବା ସହିତ ମାଡ଼ ମାରି ସ୍ୱାମୀ ରଞ୍ଜନ ଗୋଛୟତ ଗିରଫ। ଥାନା ଅଧିକାରୀ ନରେଶ ସାହୁ ଦେଇଥିବା ସୂଚନା ଅନୁଯାୟୀ ଗତ ରାତିରେ ରଞ୍ଜନ ଗୋଛାୟତ ଙ୍କର ସ୍ତ୍ରୀ ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ ଶୋଇଥିବ ସମୟ ରାତି ୧୨ ଟା ବେଳେ ରଞ୍ଜନ ଗୋଛାୟତ ବାହାର […]

ବଅଁରପାଳ : ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗଡ଼ସାହି ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ କୁ ନିଆଁ ଲଗାଇ ମାରିବା ପାଇଁ ଉଦ୍ୟମ କରିବା ସହିତ ମାଡ଼ ମାରି ସ୍ୱାମୀ ରଞ୍ଜନ ଗୋଛୟତ ଗିରଫ। ଥାନା ଅଧିକାରୀ ନରେଶ ସାହୁ ଦେଇଥିବା ସୂଚନା ଅନୁଯାୟୀ ଗତ ରାତିରେ ରଞ୍ଜନ ଗୋଛାୟତ ଙ୍କର ସ୍ତ୍ରୀ ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ ଶୋଇଥିବ ସମୟ ରାତି ୧୨ ଟା ବେଳେ ରଞ୍ଜନ ଗୋଛାୟତ ବାହାର ପଟୁ ଘରକୁ ତାଲା ପକାଇ ଚାଳ ଘରକୁ ନିଆଁ ଲଗାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଦରଦାମ୍‌ ବୃଦ୍ଧିରେ ଦହଗଞ୍ଜ ହେଉଛନ୍ତି ଖାଉଟି

ଘର ଜଳିବା ଦେଖି ପରିବାର ଲୋକ ପାଟି କରି ଘର କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘର କବାଟ ଖୋଲି ନଥିଲା। ପରିବାର ଲୋକ ପାଟି ଶୁଣି ରଞ୍ଜନ ବାପା କନ୍ଦର୍ପ ଗୋଛାୟତ ତାଙ୍କ ମାନଙ୍କୁ ଉଦ୍ଧାର କରିଥିଲେ ଓ ଦମକଳ ବାହୀନ ଆସି ନିଆଁ କୁ ଆୟତ୍ତ କରିଥିଲେ।ନିଆଁ ରେ କେହି ଆହାତ ହୋଇନଥିବା ଜଣାପଡିଛି।ତିନି ଦିନ ପୂର୍ବରୁ ରଞ୍ଜନ ଏକ ଲୁହା ପାଇପ ରେ ସ୍ତ୍ରୀ ହୀରା କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ନିଜ ଏତେଲା ରେ ଲେଖିଛନ୍ତି। ପୋଲିସ ହୀରା ଙ୍କର ଏତେଲା କୁ ଆଧାର କରି ମାମଲା ରୁଜ୍ଜୁ କରି ଆଜି ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

02 Jul 2022 By The Sakala

ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ନିଆଁ ଲଗାଇବା ସହିତ ମାଡ଼ ମାରି ସ୍ୱାମୀ ଗିରଫ

ବଅଁରପାଳ : ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗଡ଼ସାହି ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ କୁ ନିଆଁ ଲଗାଇ ମାରିବା ପାଇଁ ଉଦ୍ୟମ କରିବା ସହିତ ମାଡ଼ ମାରି ସ୍ୱାମୀ ରଞ୍ଜନ ଗୋଛୟତ ଗିରଫ। ଥାନା ଅଧିକାରୀ ନରେଶ ସାହୁ ଦେଇଥିବା ସୂଚନା ଅନୁଯାୟୀ ଗତ ରାତିରେ ରଞ୍ଜନ ଗୋଛାୟତ ଙ୍କର ସ୍ତ୍ରୀ ହୀରା ଗୋଛାୟତ ଓ ତାଙ୍କର ଦୁଇ ଛୁଆ ଶୋଇଥିବ ସମୟ ରାତି ୧୨ ଟା ବେଳେ ରଞ୍ଜନ ଗୋଛାୟତ ବାହାର ପଟୁ ଘରକୁ ତାଲା ପକାଇ ଚାଳ ଘରକୁ ନିଆଁ ଲଗାଇ ଦେଇଥିଲେ।

ଘର ଜଳିବା ଦେଖି ପରିବାର ଲୋକ ପାଟି କରି ଘର କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘର କବାଟ ଖୋଲି ନଥିଲା। ପରିବାର ଲୋକ ପାଟି ଶୁଣି ରଞ୍ଜନ ବାପା କନ୍ଦର୍ପ ଗୋଛାୟତ ତାଙ୍କ ମାନଙ୍କୁ ଉଦ୍ଧାର କରିଥିଲେ ଓ ଦମକଳ ବାହୀନ ଆସି ନିଆଁ କୁ ଆୟତ୍ତ କରିଥିଲେ।ନିଆଁ ରେ କେହି ଆହାତ ହୋଇନଥିବା ଜଣାପଡିଛି।ତିନି ଦିନ ପୂର୍ବରୁ ରଞ୍ଜନ ଏକ ଲୁହା ପାଇପ ରେ ସ୍ତ୍ରୀ ହୀରା କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ନିଜ ଏତେଲା ରେ ଲେଖିଛନ୍ତି। ପୋଲିସ ହୀରା ଙ୍କର ଏତେଲା କୁ ଆଧାର କରି ମାମଲା ରୁଜ୍ଜୁ କରି ଆଜି ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର