ହୋଲ୍‌ଡିଂ ଟିକସ ନ ଦେଲେ ଏଣିକି ସିଲ୍‌‌ କରାଯିବ, ତାଲିକା ଜାରି ପରେ ଖିଲାପକାରୀଙ୍କ ମଧ୍ୟରେ କୋକୁଆ ଭୟ…

The Sakala Picture
Published On

ଭୁବନେଶ୍ୱର: ବିଏମ୍‌‌ସିର ହୋଲ୍‌ଡିଂ ଟିକସ ବକେୟା ରଖିଥିବା ବଡ଼ବଡ଼ିଆ ଟିକସଦାତାଙ୍କ ତାଲିକା ଜାରି ହେବା ପରେ ଏବେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜଣକ ପରେ ଜଣେ ଟିକସ ଦେଇ ଚାଲିଛନ୍ତି। ସେପଟେ ଟିକସ ଆଦାୟ ପାଇଁ ବିଏମ୍‌‌ସି ବଡ଼ବଡ଼ିଆ ଟିକସଦାତାଙ୍କ ବିରୋଧରେ ଚାପ ପକାଇ ଚାଲିଛି। ଆଗମୀ ଦିନରେ ଏମାନଙ୍କ ନାମ ବିଏମ୍‌‌ସି ୱେବ୍‌‌ସାଇଟ୍‌‌ରେ ପ୍ରକାଶ ପାଇବ। ଏହାସହିତ ଯେତେବଡ଼ ସଂସ୍ଥା ହେଉ ନା କାହିଁକି ଏହାକୁ ସିଲ୍‌‌ କରି ଦିଆଯିବ। ଏହି […]

ଭୁବନେଶ୍ୱର: ବିଏମ୍‌‌ସିର ହୋଲ୍‌ଡିଂ ଟିକସ ବକେୟା ରଖିଥିବା ବଡ଼ବଡ଼ିଆ ଟିକସଦାତାଙ୍କ ତାଲିକା ଜାରି ହେବା ପରେ ଏବେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜଣକ ପରେ ଜଣେ ଟିକସ ଦେଇ ଚାଲିଛନ୍ତି। ସେପଟେ ଟିକସ ଆଦାୟ ପାଇଁ ବିଏମ୍‌‌ସି ବଡ଼ବଡ଼ିଆ ଟିକସଦାତାଙ୍କ ବିରୋଧରେ ଚାପ ପକାଇ ଚାଲିଛି। ଆଗମୀ ଦିନରେ ଏମାନଙ୍କ ନାମ ବିଏମ୍‌‌ସି ୱେବ୍‌‌ସାଇଟ୍‌‌ରେ ପ୍ରକାଶ ପାଇବ। ଏହାସହିତ ଯେତେବଡ଼ ସଂସ୍ଥା ହେଉ ନା କାହିଁକି ଏହାକୁ ସିଲ୍‌‌ କରି ଦିଆଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ବିଏମ୍‌‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ପାହାଳ ସ୍ଥିତ ଏକ ବିଶାଳ ମଲ୍‌‌ ହୋଲ୍‌ଡିଂ ଟିକସ ଦେଇ ନ ଥିଲା। ଏହାର ମାଲିକଙ୍କୁ ବିଏମ୍‌‌ସି ଅଧିକାରୀମାନେ ଟିକସ ଭରିବାକୁ ଅନୁରୋଧ କଲେ ମଧ୍ୟ କିଛି ଶୁଣୁ ନ ଥିଲେ। ମଙ୍ଗଳବାର ବିଏମ୍‌‌ସିର ଏକ ଟିମ୍‌‌ ଉକ୍ତ ମଲ୍‌‌କୁ ସିଲ୍‌‌ କରିବାକୁ ଯାଇଥିଲେ। ଟିମ୍‌‌ ପ୍ରକ୍ରିୟା ଆରମ୍ଭ କରିବା ବେଳକୁ ଘଟଣାସ୍ଥଳରେ ମଲ୍‌‌ର ବଡ଼ ଅଧିକାରୀ ପହଞ୍ଚିଗଲେ। ଟିକସ ଦେଇଦେବେ ବୋଲି ପ୍ରତିଶ୍ରୁତି ଦେଲେ। ଦୀର୍ଘଦିନ ଧରି ଟିକସ ଦେଉ ନ ଥିଲେ ହେଁ ଅଚାନକ ୩୦ ଲକ୍ଷ ଟଙ୍କା ଧରି ବିଏମ୍‌‌ସିରେ ଦାଖଲ କରିଦେଲେ। ୫୦ଲକ୍ଷରୁ ୧କୋଟି ଟଙ୍କା ବକେୟା ରଖିଛନ୍ତି ୧୫ ଜଣ। ୧ କୋଟିରୁ ଊର୍ଦ୍ଧ୍ବରେ ୧୬ ଜଣ ବ୍ୟକ୍ତି ବା ଅନୁଷ୍ଠାନ ଟିକସ ବକେୟା ରଖିଛନ୍ତି। ୫୦ ଲକ୍ଷରୁ ୧ କୋଟି ବକେୟା ବର୍ଗରେ ଦକ୍ଷିଣ-ପୂର୍ବ ଜୋନ୍‌‌ର ୩ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍‌‌ର ୫ ଜଣ ଏବଂ ଉତ୍ତର ଜୋନ୍‌‌ର ୭ ଜଣ ରହିଛନ୍ତି। ସେହିପରି ୧ କୋଟିରୁ ଊର୍ଦ୍ଧ୍ବ ବକେୟା ରାଶିରେ ଦକ୍ଷିଣ-ପୂର୍ବ ଜୋନ୍‌‌ର ୫ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍‌‌ର ୫ ଜଣ ଏବଂ ଉତ୍ତର ଜୋନ୍‌‌ର ୬ ଜଣ ରହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ, ନିଜର ହୋଲ୍‌ଡିଂ ଟିକସ ଦେବାରେ ଖିଲାପି ନ ହେବା ପାଇଁ ଚେତାଇ ଦିଆଯାଉଛି। ଅନ୍ୟପକ୍ଷରେ ବିଏମ୍‌‌ସି ୧ଲକ୍ଷରୁ ଅଧିକ ଟିକସ ଦେଇ ନ ଥିବା ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କ ମଧ୍ୟରେ ବହୁ ବଡ଼ବଡ଼ିଆ ରହିଛନ୍ତି। ମାଗି ମାଗି ଥକି ଗଲେ ମଧ୍ୟ ହୋଲ୍‌ଡିଂ ଟିକସ ଦେବାକୁ ନାଁ ଧରି ନାହାନ୍ତି। ବିଏମ୍‌‌ସି ମେଞ୍ଚାଏ ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିଲେ ମଧ୍ୟ ମାତ୍ର କେଞ୍ଚାଏ ଲୋକଙ୍କ ନାମକୁ ସର୍ବସାଧାରଣରେ ଜାରି କରିଛି। ଏମାନେ ଯଦି ସମୟ ମଧ୍ୟରେ ଟିକସ ନ ଦିଅନ୍ତି ତେବେ ଆଗାମୀ ଦିନରେ ସେମାନଙ୍କ ନାମ ବିଏମ୍‌‌ସି ୱେବ୍‌‌ସାଇଟ୍‌‌ରେ ଜାରି କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର