ଗ୍ରୀଷ୍ମ ପ୍ରବାହ ମୁକାବିଲା: ବିଭିନ୍ନ ସ୍ଥାନରେ ଖୋଲିବ ଜଳସେବା କେନ୍ଦ୍ର, ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ ପର୍ଯ୍ୟନ୍ତ କାମ ବନ୍ଦ…

The Sakala Picture
Published On

ଭୁବନେଶ୍ୱର: ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। କେଉଁ କେଉଁ ସ୍ଥାନରେ ଏହି ପାନୀୟ ଜଳସେବା କେନ୍ଦ୍ରମାନ ଖୋଲାଯିବ ତାହା ଜୋନାଲ କମିସନରମାନେ ଚିହ୍ନଟ କରିବେ। ଏହା ସହ ବୁଲା ଗାଈଗୋରୁ, କୁକୁର ତଥା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାଣି ବ୍ୟବସ୍ଥା କରାଯିବ। ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ କରାଯିବ। ପ୍ରାଣୀମାନଙ୍କ ପାଇଁ ୨୫୮ଟି କେନ୍ଦ୍ର ଖୋଲାଯାଇଛି। ନର୍ଥ ଜୋନ୍‌‌ରେ ୫୧, ସାଉଥ୍‌‌-ଇଷ୍ଟ […]

ଭୁବନେଶ୍ୱର: ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। କେଉଁ କେଉଁ ସ୍ଥାନରେ ଏହି ପାନୀୟ ଜଳସେବା କେନ୍ଦ୍ରମାନ ଖୋଲାଯିବ ତାହା ଜୋନାଲ କମିସନରମାନେ ଚିହ୍ନଟ କରିବେ। ଏହା ସହ ବୁଲା ଗାଈଗୋରୁ, କୁକୁର ତଥା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାଣି ବ୍ୟବସ୍ଥା କରାଯିବ। ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ କରାଯିବ। ପ୍ରାଣୀମାନଙ୍କ ପାଇଁ ୨୫୮ଟି କେନ୍ଦ୍ର ଖୋଲାଯାଇଛି। ନର୍ଥ ଜୋନ୍‌‌ରେ ୫୧, ସାଉଥ୍‌‌-ଇଷ୍ଟ ଜୋନ୍‌‌ରେ ୧୩୪ ଏବଂ ସାଉଥ୍‌‌-ୱେଷ୍ଟ ଜୋନ୍‌‌ରେ ୭୩ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା। ସେହିପରି ଚଳିତ ବର୍ଷ ଜନଗହଳିପୂର୍ଣ୍ଣ ସ୍ଥାନ, ବସ୍‌‌ ଷ୍ଟାଣ୍ଡ, ବିଭିନ୍ନ ଛକ, ବଜାର, ହାଟ ଆଦିରେ ପାନୀୟ ଜଳସେବା କେନ୍ଦ୍ରମାନ ଖୋଲାଯିବ। ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ଆକ୍ରାନ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ରୁମ୍‌‌ ଓ ବେଡ୍‌‌, ଆବଶ୍ୟକ ମେଡିସିନ, ଓଆର୍‌‌ଏସ୍‌‌ ଆଦି ମହଜୁଦ ରଖିବା ପାଇଁ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ବ୍ୟବସ୍ଥା କରିବେ।

ଆହୁରି ପଢ଼ନ୍ତୁ: ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରମୁଖ କାର୍ଯ୍ୟ ହେଉଛି ଜନସଚେତନତା ସୃଷ୍ଟି କରିବା। ଅଂଶୁଘାତ ଆକ୍ରାନ୍ତ ଓ ମୃତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ପ୍ରଚାରପ୍ରସାର, ପୋଷ୍ଟର, ବ୍ୟାନର ଆଦିର ସହାୟତା ନିଆଯିବାକୁ କୁହାଯାଇଛି। ସ୍ମାର୍ଟ ସିଟି ଡିସ୍‌‌ପ୍ଲେ ବୋର୍ଡରେ ମଧ୍ୟ ଏ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରାଯିବ। ପ୍ରଚାରପତ୍ର ବଣ୍ଟନ କରିବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍‌‌ସି ମୁଖ୍ୟାଳୟସ୍ଥିତ ଦ୍ୱିତୀୟ ମହଲାରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯିବ। ବିଏମ୍‌‌ସି ଅଞ୍ଚଳରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଉ ଏକ ବୈଠକ କରାଯିବ। ସେମାନେ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଗୋଷ୍ଠୀ ସଚେତନତା ସୃଷ୍ଟି କରିବେ। ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟର ଶିକ୍ଷାଦାନ ସମୟ ପରିବର୍ତ୍ତନ କରିବା ସହ ଛାତ୍ରଛାତ୍ରୀମାନେ ଯେପରି ଜୋତା ପିନ୍ଧି ସାଙ୍ଗରେ ପାଣି ବୋତଲ, ଛତା ଆଦି ଆଣିବେ, ସେଥିପାଇଁ ସଚେତନ କରାଇବାକୁ କୁହାଯାଇଛି। ସେହିପରି ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟଜଳ ବ୍ୟବସ୍ଥା, ଓଆର୍‌‌ଏସ୍‌‌ ଏବଂ ଆବଶ୍ୟକ ଔଷଧ ମହଜୁଦ୍‌‌ ରହିଛି ବୋଲି ସିଡିପିଓ ଓ ବିଇଓମାନେ ସୁନିଶ୍ଚିତ କରିବେ। ପ୍ରତ୍ୟେକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଓଆର୍‌‌ଏସ୍‌‌ ପହଞ୍ଚିଛି କି ନାହିଁ, ତାହା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ତଦାରଖ କରିବେ। ସର୍ବୋପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ବିଦ୍ୟାଳୟ ପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀବାସୀଙ୍କୁ ମିଳିବ ଉନ୍ନତ ଆୟୁର୍ବେଦିକ ସେବା: ୧୦୦ ଶଯ୍ୟା ବିଶିଷ୍ଟ ହେବ ସରକାରୀ ଆୟୁର୍ବେଦିକ ହସ୍ପିଟାଲ

ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ବ୍ୟବସ୍ଥା କରିବେ। ସେହିପରି ବିଏମ୍‌‌ସି ସିଟି ଇଞ୍ଜିନିୟର ଏବଂ ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହି ସମୟ ମଧ୍ୟରେ କାର୍ଯ୍ୟ ବନ୍ଦ ରଖିବେ। କାମ ହେଉଥିବା ସ୍ଥାନରେ ପାନୀୟଜଳ ଓ ଛାଇ ପାଇଁ ଛାମୁଣ୍ଡିଆ କରିବେ। କାମ କରୁଥିବା ସମସ୍ତ ଏଜେନ୍ସି ଯଥା- ଆର୍‌‌ଆଣ୍ଡବି, ଆର୍‌‌ଡି ମଧ୍ୟ ଶ୍ରମିକମାନଙ୍କୁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାମ ନ କରିବା ପାଇଁ ବ୍ୟବସ୍ଥା କରିବେ। କାର୍ଯ୍ୟସ୍ଥଳରେ ଧୂଳି ନ ହେବା ପାଇଁ ପାଣି ଛିଞ୍ଚିବାକୁ ସମ୍ପୃକ୍ତ କାର୍ଯ୍ୟାଳୟ କଣ୍ଟ୍ରାକ୍ଟର ଦାୟିତ୍ୱ ନେବେ। ଶ୍ରମ ବିଭାଗ ଓ ଇଏସ୍‌‌ଆଇ ପକ୍ଷରୁ ଜାରି ନୋଟିସକୁ ସବୁ ଲାଇନ୍‌‌ ଡିପାର୍ଟମେଣ୍ଟ ଡିଏଲ୍‌‌ଓ, ସିଟି ଇଞ୍ଜିନିୟର, ଏସ୍‌‌ଇ, ଟିପିସିଓଡିଏଲ୍‌‌, ଏସ୍‌‌ଇ, ଆର୍‌‌ଆଣ୍ଡବି, ଆର୍‌‌ଡି ଆଦି ବିଭାଗ କଡ଼ାକଡ଼ି ପାଳନ କରିବା ପାଇଁ କୁହାଯାଇଛି। ଘର ନ ଥିବା ଲୋକମାନେ ଦିନବେଳା ସର୍ବସାଧାରଣ ଗୃହ, କମ୍ୟୁନିଟି ହଲ୍‌‌, ଅର୍ବାନ୍‌‌ ସେଲ୍ଟର ଆଦିରେ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯିବ। ଏଥିରେ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିବ। ପାନୀୟଜଳ ଏବଂ ଓଆର୍‌‌ଏସ୍‌‌ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ବିଏମ୍‌‌ସି ଅଞ୍ଚଳରେ ଥିବା ୭ ଆଶ୍ରୟସ୍ଥଳୀରେ ପ୍ରାୟ ୩୫୬ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ଯେପରି ବିଦ୍ୟୁତ୍‌‌ କାଟ୍‌‌ ନ ହୁଏ, ସେଥିପ୍ରତି ଟିପିସିଓଡିଏଲ୍‌‌ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ବିହିତ ବ୍ୟବସ୍ଥା କରିବାକୁ କୁହାଯାଇଛି। ମୁଖ୍ୟତଃ ଡାକ୍ତରଖାନା, ପାନୀୟଜଳ ଯୋଗାଣ କାର୍ଯ୍ୟାଳୟ ଆଦି ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ପଦକ୍ଷେପ ନେବେ। ଘର ତିଆରି ଏବଂ ଅନ୍ୟାନ୍ୟ ନିର୍ମାଣ ଇତ୍ୟାଦିରେ ଯେପରି ପାନୀୟଜଳର ଉପଯୋଗ ନ ହୁଏ ତାହାକୁ ନଜର ଦେଲେ ଗ୍ରୀଷ୍ମ କାଳରେ ଜଳ ପରିଚାଳନାରେ ସହାୟକ ହେବ ବୋଲି କମିସନର କହିଛନ୍ତି। ଯଦି କୌଣସିଠାରେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲା କିମ୍ବା କୌଣସି ଗଣମାଧ୍ୟମରେ ପ୍ରଚାରପ୍ରସାର ହେଲା, ତେବେ ସରକାରୀ ନିୟମ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

04 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର