ବାହାଘର ପୂର୍ବରୁ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଲେ ବର : ପରିବାର ଅମଙ୍ଗ ସତ୍ତ୍ୱେ ଆଦରିନେଲେ କନ୍ୟା

The Sakala Picture
Published On

ବାଲେଶ୍ୱର : ବାହାଘର ଠିକ୍‍ ହୋଇଥିଲା; ହେଲେ ଅଘଟଣ ଘଟିଲା। ଦୁର୍ଘଟଣାରେ ପୁଅର ଗୋଡ଼ ଦୁଇଟି କଟିଗଲା। ସାଧାରଣ ଝିଅଟିଏ ହୋଇଥିଲେ ବାହା ହେବାକୁ ରାଜି ହୋଇ ନ ଥାନ୍ତା। କିନ୍ତୁ ବାଲେଶ୍ୱର ସହରର ଗୋପାଳଗାଁର ନିକି ପଣ୍ଡା ସାଧାରଣ ନ ଥିଲେ; ସେଥିପାଇଁ ବିବାହ ନ କରିବା ପାଇଁ ଘର ଲୋକଙ୍କ ପ୍ରବଳ ଚାପ ସତ୍ତ୍ବେ ନିକି ଢେଙ୍କାନାଳର ଦେବବ୍ରତ ଷଡ଼ଙ୍ଗୀଙ୍କୁ ବିବାହ କରିଛନ୍ତି। କିଛି ଲୋକ ପ୍ରେମ ପାଇଁ ଏଭଳି ନିଷ୍ପତ୍ତି ନେଇ ପାରନ୍ତି; […]

ବାଲେଶ୍ୱର : ବାହାଘର ଠିକ୍‍ ହୋଇଥିଲା; ହେଲେ ଅଘଟଣ ଘଟିଲା। ଦୁର୍ଘଟଣାରେ ପୁଅର ଗୋଡ଼ ଦୁଇଟି କଟିଗଲା। ସାଧାରଣ ଝିଅଟିଏ ହୋଇଥିଲେ ବାହା ହେବାକୁ ରାଜି ହୋଇ ନ ଥାନ୍ତା। କିନ୍ତୁ ବାଲେଶ୍ୱର ସହରର ଗୋପାଳଗାଁର ନିକି ପଣ୍ଡା ସାଧାରଣ ନ ଥିଲେ; ସେଥିପାଇଁ ବିବାହ ନ କରିବା ପାଇଁ ଘର ଲୋକଙ୍କ ପ୍ରବଳ ଚାପ ସତ୍ତ୍ବେ ନିକି ଢେଙ୍କାନାଳର ଦେବବ୍ରତ ଷଡ଼ଙ୍ଗୀଙ୍କୁ ବିବାହ କରିଛନ୍ତି। କିଛି ଲୋକ ପ୍ରେମ ପାଇଁ ଏଭଳି ନିଷ୍ପତ୍ତି ନେଇ ପାରନ୍ତି; କିନ୍ତୁ ପ୍ରସ୍ତାବ ପଡ଼ି ଏଭଳି ସ୍ଥିତିରେ ବାହାଘର ହେବା ନିଶ୍ଚିତ ଭାବେ ନିଆରା।ନିକିଙ୍କ ଯୁକ୍ତିରେ ଦେବବ୍ରତଙ୍କ ପାଇଁ ଯେତିକି ଭଲ ପାଇବା ଥିଲା; ତାଠୁ ଅଧିକ ଥିଲା ମାନବିକତା ଓ ଆଦର୍ଶର ନିଦର୍ଶନ। ଶେଷରେ ବାପା ମାଆ ନିକିଙ୍କ ଜିଦ୍‍ ଆଗରେ ହାର୍‍ ମାନିଥିଲେ। ବେଶ ଧୂମଧାମରେ ବାହାଘର ହୋଇଛି। ସାରା ସହରରେ ଏବେ ନିକିଙ୍କୁ ନେଇ ବେଶ୍‍ ଚର୍ଚ୍ଚା।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗଛରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ବାଲେଶ୍ୱର ପୌରପାଳିକାର ଗୋପାଳଗାଁରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ଝିଅ ନିକି ପଣ୍ଡା ଜଣେ ଉଚ୍ଚ ଶିକ୍ଷିତା। ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଡାକ୍ତର ଦେବବ୍ରତ ଷଡଙ୍ଗୀ ନିଜ ବାପା ଓ ମା’ଙ୍କ ସହିତ ଭୁବନେଶ୍ୱରରେ ରହୁଥିଲା ବେଳେ ଯାଜପୁର ଜାରକାର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଛନ୍ତି। ଗତ କରୋନା ମହାମାରୀ ପୂର୍ବରୁ ଅର୍ଥାତ ୨୦୧୯ ମସିହାରେ ଡାକ୍ତର ଦେବବ୍ରତଙ୍କ ସହିତ ନିକିଙ୍କ ବିବାହ ସ୍ଥିର ହେଇଥିଲା। ଉଭୟ ପରିବାର ପକ୍ଷରୁ ପୁଅ ଓ ଝିଅର ବାହାଘର ପାଇଁ ଦିନ ଧାର୍ଯ୍ୟ ହେଇଥିଲା। ସେତେବେଳେ ଡାକ୍ତର ଦେବବ୍ରତ ସରକାରଙ୍କ ତରଫରୁ ପ୍ରଥମ ପୋଷ୍ଟିଂ ଗଞ୍ଜାମରେ ପାଇଥିବାରୁ ସେଠାରେ ସେ ରହୁଥିଲେ। ତାଙ୍କର ଜଣେ ବନ୍ଧୁଙ୍କ ସହିତ ସେ ବାଇକରେ ଆସୁଥିବା ବେଳେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଦୁଇଟି ଗୋଡ ହରାଇଥିଲେ। ଏଭଳି ଦୁଃଖଦ ଘଟଣାରେ ଦେବବ୍ରତଙ୍କ ପରିବାର ସହିତ ଝିଅ ନିକିର ପରିବାର ସଦସ୍ୟ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ସାରା ରାଜ୍ୟରେ ପେଟ୍ରୋଲ-ଡିଜେଲ ସଙ୍କଟ, ଠପ୍ ହୋଇଯିବ କି ବସ୍ ସେବା !

ଦେବବ୍ରତଙ୍କ ସହିତ ଝିଅ ନିକିର ବାହାଘର କରିବା ପାଇଁ ବାପା, ମା, ଭାଇ ଚାହିଁ ନଥିଲେ। ଝିଅକୁ ଅନ୍ୟତ୍ର ବାହାଦେବା ଲାଗି ବାପା ସଞ୍ଜୟ ପଣ୍ଡା ଓ ତାଙ୍କ ପରିବାରର ଅନ୍ୟ ସମସ୍ତେ ବରପାତ୍ର ଦେଖିବାରେ ଲାଗିଥିଲେ। ହେଲେ ଦେବବ୍ରତଙ୍କୁ ବାହା ହେବାଲାଗି ନିକି ଜିଦ ଧରିଥିଲେ। ଅନ୍ୟତ୍ର ବିବାହ କରିବା ପାଇଁ ପରିବାର ଲୋକେ ନିକିକୁ ବହୁତ ବୁଝାଇଥିଲେ। ଅନ୍ୟତ୍ର ବିବାହ କରିବା ପାଇଁ ଡାକ୍ତର ଦେବବ୍ରତ ମଧ୍ୟ ନିକିଙ୍କୁ ବୁଝାଇ ଥିଲେ। ହେଲେ ସେ ତା’ ଜିଦରେ ଅଟଳ ରହିଥିଲେ। ବାହାଘର ପରେ ଯଦି ଏଭଳି ଦୁର୍ଘଟଣା ଘଟିଥାନ୍ତା, ସେଭଳି ପରିସ୍ଥିତିରେ ସେ କଣ କରିଥାନ୍ତା ବୋଲି ନିକି ତା’ର ବାପା ଓ ମା’ଙ୍କୁ ବୁଝାଇ ଥିଲା। ଶେଷରେ ଝିଅର ଆଦର୍ଶବାଦିତା ଓ ମାନବିକ ବୋଧତା ପାଖରେ ବାପା ସଞ୍ଜୟ ଓ ପରିବାରର ଅନ୍ୟମାନେ ମୁଣ୍ଡ ନୁଆଇଁ ଥିଲେ।

ଆହୁରି ପଢ଼ନ୍ତୁ: ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ, ଚାଲିଗଲା ରୋଗୀର ଜୀବନ !

ଡାକ୍ତର ଦେବବ୍ରତଙ୍କ ସହିତ ନିକିର ପୁଣିଥରେ ବାହାଘର ସ୍ଥିର ହୋଇଥିଲା। ଗତ ବୁଧବାର ଦିନ ଉଭୟଙ୍କର ଶୁଭ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ସହରର ଅନେକ ବିଶିଷ୍ଟ ଲୋକମାନେ ଯାଇ ବର ଓ କନ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିକିଙ୍କର ଏହି ଆଦର୍ଶ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ବିଜେଡି ଯୁବନେତା ସତ୍ୟରଞ୍ଜନ ଦାସ ଓ ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଏହି ବିବାହ ଉତ୍ସବକୁ ଯାଇ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ସମ୍ପ୍ରତି ସମାଜରେ ଅଧିକାଂଶ ଝିଅ ଓ ପୁଅ ମାନେ ମାନବବାଦିତା ଓ ଆଦର୍ଶବାଦିତା ଭୁଲିଯାଇଛନ୍ତି; ମାତ୍ର ନିକି ଆଜିର ଯୁବପିଢି ପାଇଁ ଆଦର୍ଶ ସାଜିଛନ୍ତି ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି।

03 Jun 2022 By The Sakala

ବାହାଘର ପୂର୍ବରୁ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଲେ ବର : ପରିବାର ଅମଙ୍ଗ ସତ୍ତ୍ୱେ ଆଦରିନେଲେ କନ୍ୟା

ବାଲେଶ୍ୱର : ବାହାଘର ଠିକ୍‍ ହୋଇଥିଲା; ହେଲେ ଅଘଟଣ ଘଟିଲା। ଦୁର୍ଘଟଣାରେ ପୁଅର ଗୋଡ଼ ଦୁଇଟି କଟିଗଲା। ସାଧାରଣ ଝିଅଟିଏ ହୋଇଥିଲେ ବାହା ହେବାକୁ ରାଜି ହୋଇ ନ ଥାନ୍ତା। କିନ୍ତୁ ବାଲେଶ୍ୱର ସହରର ଗୋପାଳଗାଁର ନିକି ପଣ୍ଡା ସାଧାରଣ ନ ଥିଲେ; ସେଥିପାଇଁ ବିବାହ ନ କରିବା ପାଇଁ ଘର ଲୋକଙ୍କ ପ୍ରବଳ ଚାପ ସତ୍ତ୍ବେ ନିକି ଢେଙ୍କାନାଳର ଦେବବ୍ରତ ଷଡ଼ଙ୍ଗୀଙ୍କୁ ବିବାହ କରିଛନ୍ତି। କିଛି ଲୋକ ପ୍ରେମ ପାଇଁ ଏଭଳି ନିଷ୍ପତ୍ତି ନେଇ ପାରନ୍ତି; କିନ୍ତୁ ପ୍ରସ୍ତାବ ପଡ଼ି ଏଭଳି ସ୍ଥିତିରେ ବାହାଘର ହେବା ନିଶ୍ଚିତ ଭାବେ ନିଆରା।ନିକିଙ୍କ ଯୁକ୍ତିରେ ଦେବବ୍ରତଙ୍କ ପାଇଁ ଯେତିକି ଭଲ ପାଇବା ଥିଲା; ତାଠୁ ଅଧିକ ଥିଲା ମାନବିକତା ଓ ଆଦର୍ଶର ନିଦର୍ଶନ। ଶେଷରେ ବାପା ମାଆ ନିକିଙ୍କ ଜିଦ୍‍ ଆଗରେ ହାର୍‍ ମାନିଥିଲେ। ବେଶ ଧୂମଧାମରେ ବାହାଘର ହୋଇଛି। ସାରା ସହରରେ ଏବେ ନିକିଙ୍କୁ ନେଇ ବେଶ୍‍ ଚର୍ଚ୍ଚା।

ବାଲେଶ୍ୱର ପୌରପାଳିକାର ଗୋପାଳଗାଁରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ଝିଅ ନିକି ପଣ୍ଡା ଜଣେ ଉଚ୍ଚ ଶିକ୍ଷିତା। ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଡାକ୍ତର ଦେବବ୍ରତ ଷଡଙ୍ଗୀ ନିଜ ବାପା ଓ ମା’ଙ୍କ ସହିତ ଭୁବନେଶ୍ୱରରେ ରହୁଥିଲା ବେଳେ ଯାଜପୁର ଜାରକାର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଛନ୍ତି। ଗତ କରୋନା ମହାମାରୀ ପୂର୍ବରୁ ଅର୍ଥାତ ୨୦୧୯ ମସିହାରେ ଡାକ୍ତର ଦେବବ୍ରତଙ୍କ ସହିତ ନିକିଙ୍କ ବିବାହ ସ୍ଥିର ହେଇଥିଲା। ଉଭୟ ପରିବାର ପକ୍ଷରୁ ପୁଅ ଓ ଝିଅର ବାହାଘର ପାଇଁ ଦିନ ଧାର୍ଯ୍ୟ ହେଇଥିଲା। ସେତେବେଳେ ଡାକ୍ତର ଦେବବ୍ରତ ସରକାରଙ୍କ ତରଫରୁ ପ୍ରଥମ ପୋଷ୍ଟିଂ ଗଞ୍ଜାମରେ ପାଇଥିବାରୁ ସେଠାରେ ସେ ରହୁଥିଲେ। ତାଙ୍କର ଜଣେ ବନ୍ଧୁଙ୍କ ସହିତ ସେ ବାଇକରେ ଆସୁଥିବା ବେଳେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଦୁଇଟି ଗୋଡ ହରାଇଥିଲେ। ଏଭଳି ଦୁଃଖଦ ଘଟଣାରେ ଦେବବ୍ରତଙ୍କ ପରିବାର ସହିତ ଝିଅ ନିକିର ପରିବାର ସଦସ୍ୟ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ଦେବବ୍ରତଙ୍କ ସହିତ ଝିଅ ନିକିର ବାହାଘର କରିବା ପାଇଁ ବାପା, ମା, ଭାଇ ଚାହିଁ ନଥିଲେ। ଝିଅକୁ ଅନ୍ୟତ୍ର ବାହାଦେବା ଲାଗି ବାପା ସଞ୍ଜୟ ପଣ୍ଡା ଓ ତାଙ୍କ ପରିବାରର ଅନ୍ୟ ସମସ୍ତେ ବରପାତ୍ର ଦେଖିବାରେ ଲାଗିଥିଲେ। ହେଲେ ଦେବବ୍ରତଙ୍କୁ ବାହା ହେବାଲାଗି ନିକି ଜିଦ ଧରିଥିଲେ। ଅନ୍ୟତ୍ର ବିବାହ କରିବା ପାଇଁ ପରିବାର ଲୋକେ ନିକିକୁ ବହୁତ ବୁଝାଇଥିଲେ। ଅନ୍ୟତ୍ର ବିବାହ କରିବା ପାଇଁ ଡାକ୍ତର ଦେବବ୍ରତ ମଧ୍ୟ ନିକିଙ୍କୁ ବୁଝାଇ ଥିଲେ। ହେଲେ ସେ ତା’ ଜିଦରେ ଅଟଳ ରହିଥିଲେ। ବାହାଘର ପରେ ଯଦି ଏଭଳି ଦୁର୍ଘଟଣା ଘଟିଥାନ୍ତା, ସେଭଳି ପରିସ୍ଥିତିରେ ସେ କଣ କରିଥାନ୍ତା ବୋଲି ନିକି ତା’ର ବାପା ଓ ମା’ଙ୍କୁ ବୁଝାଇ ଥିଲା। ଶେଷରେ ଝିଅର ଆଦର୍ଶବାଦିତା ଓ ମାନବିକ ବୋଧତା ପାଖରେ ବାପା ସଞ୍ଜୟ ଓ ପରିବାରର ଅନ୍ୟମାନେ ମୁଣ୍ଡ ନୁଆଇଁ ଥିଲେ।

ଡାକ୍ତର ଦେବବ୍ରତଙ୍କ ସହିତ ନିକିର ପୁଣିଥରେ ବାହାଘର ସ୍ଥିର ହୋଇଥିଲା। ଗତ ବୁଧବାର ଦିନ ଉଭୟଙ୍କର ଶୁଭ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ସହରର ଅନେକ ବିଶିଷ୍ଟ ଲୋକମାନେ ଯାଇ ବର ଓ କନ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିକିଙ୍କର ଏହି ଆଦର୍ଶ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ବିଜେଡି ଯୁବନେତା ସତ୍ୟରଞ୍ଜନ ଦାସ ଓ ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଏହି ବିବାହ ଉତ୍ସବକୁ ଯାଇ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ସମ୍ପ୍ରତି ସମାଜରେ ଅଧିକାଂଶ ଝିଅ ଓ ପୁଅ ମାନେ ମାନବବାଦିତା ଓ ଆଦର୍ଶବାଦିତା ଭୁଲିଯାଇଛନ୍ତି; ମାତ୍ର ନିକି ଆଜିର ଯୁବପିଢି ପାଇଁ ଆଦର୍ଶ ସାଜିଛନ୍ତି ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର