ସରକାର କିମ୍ବା ଅଧିକାରୀ ନୁହନ୍ତି; ରାଜ୍ୟର ଲୋକଙ୍କ ମତ ଓ ଉପଲବ୍ଧି ଆଧାରରେ ଚାଲିବ ସରକାର

The Sakala Picture
Published On

ଭୁବନେଶ୍ବର : ସରକାର ଓ ଅଧିକାରୀ ନୁହନ୍ତି; ରାଜ୍ୟର ଲୋକଙ୍କ ମତ ଓ ଉପଲବ୍ଧି ଆଧାରରେ ଚାଲିବ ସରକାର। ‘ମୋ ସରକାର’ ଓ ‘୫-ଟି’ ଉପକ୍ରମ ଏହାର କାର୍ଯ୍ୟାନ୍ୱୟନ କରିବ। ଏଥିପାଇଁ ପ୍ରସ୍ତୁତ ହୋଇଛି କାର୍ଯ୍ୟଯୋଜନା। ରାଜ୍ୟର ସମସ୍ତ ୬୭୯୩ ପଞ୍ଚାୟତରୁ ସରକାରୀ ଯୋଜନା, କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସାଧାରଣ ଲୋକଙ୍କ ଉପଲବ୍ଧି, ସେମାନଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଆରମ୍ଭ ହୋଇଛି ପ୍ରକ୍ରିୟା। ଯୋଜନାର ପ୍ରତ୍ୟକ୍ଷ ଅନୁଶୀଳନ ନିମନ୍ତେ ଗଭର୍ଣ୍ଣାନ୍ସ ଆଟଲାସ ପ୍ରସ୍ତୁତି […]

ଭୁବନେଶ୍ବର : ସରକାର ଓ ଅଧିକାରୀ ନୁହନ୍ତି; ରାଜ୍ୟର ଲୋକଙ୍କ ମତ ଓ ଉପଲବ୍ଧି ଆଧାରରେ ଚାଲିବ ସରକାର। ‘ମୋ ସରକାର’ ଓ ‘୫-ଟି’ ଉପକ୍ରମ ଏହାର କାର୍ଯ୍ୟାନ୍ୱୟନ କରିବ। ଏଥିପାଇଁ ପ୍ରସ୍ତୁତ ହୋଇଛି କାର୍ଯ୍ୟଯୋଜନା। ରାଜ୍ୟର ସମସ୍ତ ୬୭୯୩ ପଞ୍ଚାୟତରୁ ସରକାରୀ ଯୋଜନା, କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସାଧାରଣ ଲୋକଙ୍କ ଉପଲବ୍ଧି, ସେମାନଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଆରମ୍ଭ ହୋଇଛି ପ୍ରକ୍ରିୟା। ଯୋଜନାର ପ୍ରତ୍ୟକ୍ଷ ଅନୁଶୀଳନ ନିମନ୍ତେ ଗଭର୍ଣ୍ଣାନ୍ସ ଆଟଲାସ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏହି ଧରଣର କାର୍ଯ୍ୟ କରାଯିବାରେ ଓଡ଼ିଶା ସାରା ଦେଶରେ ଏକମାତ୍ର ଓ ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ପ୍ରଶାସନକୁ ଅଧିକରୁ ଅଧିକ ଲୋକାଭିମୁଖୀ ହେବା ଦିଗରେ ଅଗ୍ରସର ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ। ମାତ୍ର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଢ଼େର ଆଗରେ ରହିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ହାରାହାରି ୨୨% ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଥିବାବେଳେ ଓଡ଼ିଶା ସରକାର ଏହାକୁ କ୍ୟାବିନେଟରେ ଗୃହୀତ କରିଛନ୍ତି ଏବଂ ୩ ବର୍ଷ ମଧ୍ୟରେ ୬୬%ରୁ ଊର୍ଦ୍ଧ୍ବ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଯୋଜନା ଦ୍ୱାରା ସାଧାରଣ ହିତାଧିକାରୀଟିଏ କିଭଳି ଲାଭାନ୍ୱିତ ହେଉଛି; ଏହାଦ୍ୱାରା ତା’ର ସାମାଜିକ, ଅର୍ଥନୈତିକ ଦିଗରେ କି ପରିବର୍ତ୍ତନ ଆସିପାରୁଛି ତାହାର ଅନୁଧ୍ୟାନ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ବହୁଳ ପ୍ରଚଳିତ ‘ମୋ ସରକାର’ ଏହି ବ୍ୟବସ୍ଥାର ଅଂଶସ୍ୱରୂପ ମାତ୍ର। ହିତାଧିକାରୀଙ୍କ ଠାରୁ ସିଧାସଳଖ ମତାମତ ସଂଗ୍ରହ କରି ପରବର୍ତ୍ତୀ ସମୟରେ ତାହାକୁ ସେମାନଙ୍କ ଉନ୍ନତି ପାଇଁ ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଥିବା ବ୍ୟବସ୍ଥିତ ଢାଞ୍ଚାକୁ ପଭର୍ଟି ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ମନିଟରିଂ ଏଜେନ୍ସିଂ(ପିଏଚଡିଏମଏ) ଅନୁଧ୍ୟାନ କରୁଛି। ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପିଏଚ୍‌‌ଡ଼ିଏମ୍‌‌ଏର ସାମଗ୍ରିକ କାର୍ଯ୍ୟପ୍ରଣାଳୀକୁ ନିରନ୍ତର ନିରୀକ୍ଷଣ କରୁଛି। ହିତାଧିକାରୀଙ୍କ ଠାରୁ ସାଂସ୍କୃତିକ ଢଙ୍ଗରେ ପ୍ରାସଙ୍ଗିକ ପ୍ରତିବିମ୍ବକୁ ପ୍ରୋତ୍ସାହିତ କରିବା ପାଇଁ ଦୃଶ୍ୟାତ୍ମକ ନୃବିଜ୍ଞାନ ଛବିଗୁଡ଼ିକ ଉପଯୋଗୀ ହୋଇଥାଏ। ଦୃଶ୍ୟାତ୍ମକ ନୃବିଜ୍ଞାନର ଶେଷ ଉତ୍ପାଦ ହେଉଛି କାହାଣୀ। ଯାହା ଏକ ସାଂସ୍କୃତିକ ଦୃଶ୍ୟର ବିଭିନ୍ନ ଘଟଣାକୁ ଦର୍ଶାଇଥାଏ। ଏହା ଶେଷ ଉତ୍ପାଦ ଭାବେ ସିନେମା, ଭିଡିଓ କିମ୍ବା ଫଟୋ ରୂପରେ ଦର୍ଶାଯାଇଥାଏ। ପ୍ରଶିକ୍ଷିତ ହୋଇଥିବା ମାନବ ସମ୍ବଳ ତୃଣମୂଳସ୍ତରରୁ ଏହାକୁ ନିରନ୍ତର ନିରୀକ୍ଷଣ କରୁଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ହିତାଧିକାରୀଙ୍କ ଅନୁଭୂତି ସଂଗ୍ରହ କରାଯାଉଛି। ଏହି କ୍ରମରେ ୨୦୨୩ ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ସୁଦ୍ଧା ରାଜ୍ୟର ପ୍ରତି ପଞ୍ଚାୟତରେ ଗଭର୍ଣ୍ଣାସ ଆଟଲାସ୍‌‌ ବ୍ୟବସ୍ଥା ଉପଲବ୍ଧ କରାଯିବ। ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ କିପରି କାର୍ଯ୍ୟ କରୁଛି, ଏହା ପ୍ରତ୍ୟେକ ହିତାଧିକାରୀ, ଗୋଷ୍ଠୀର ଉନ୍ନତିରେ କି ପ୍ରଭାବ ପକାଉଛି, ଏହି ବ୍ୟବସ୍ଥା ତାହାର ଗଭୀର ଅନୁଶୀଳନ କରିବ। ଆସନ୍ତା ପଞ୍ଚାୟତିରାଜ ଦିବସ(ମାର୍ଚ୍ଚ-୫) ସୁଦ୍ଧା ରାଜ୍ୟର ୪୦୦୦ ଗ୍ରାମ ପଞ୍ଚାୟତରେ ଗଭର୍ଣ୍ଣାନ୍ସ ଆଟଲାସ୍‌‌ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି ଓ ବର୍ତ୍ତମାନ ସୁଦ୍ଧା ୪୦୦ ପଞ୍ଚାୟତରେ ଏହି କାର୍ଯ୍ୟ ଶେଷ ହୋଇ ସାରିଛି।

ଗ୍ରାମାଞ୍ଚଳରେ ଜୀବନଜୀବିକା ଏବଂ ମାନବ ସୂଚକାଙ୍କ ନିରୀକ୍ଷଣ ହିଁ ଏହି ପ୍ରୟାସର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଯୁବବର୍ଗଙ୍କୁ ପ୍ରଶିକ୍ଷିତ କରାଯାଇଛି। ପ୍ରଶିକ୍ଷଣରେ ମାନବ ଉନ୍ନତିକରଣ ସୂଚକାଙ୍କ, ଯୋଗାଯୋଗ କରିବା ପ୍ରଣାଳୀ ଏବଂ ବ୍ୟକ୍ତିଗତ ଉନ୍ନତିକୁ ପ୍ରାଧାନ୍ୟ ଦିଆଯାଇଛି। ବିଭିନ୍ନ ବର୍ଗରେ ଦୁଇ ସପ୍ତାହଧରି ୭୦୦ ଯୁବବର୍ଗଙ୍କୁ ତଥ୍ୟ ସଂଗ୍ରହ ନିମନ୍ତେ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଇଛି। ଏହି ପ୍ରଶିକ୍ଷିତ ଯୁବବର୍ଗ ସିଧାସଳଖ ତୃଣମୂଳସ୍ତରରୁ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉପଲବ୍ଧି, ଖାଦ୍ୟ ସୁରକ୍ଷା ଏବଂ ସରକାରୀ ଯୋଜନାର ପ୍ରଭାବ ଅନୁଧ୍ୟାନ କରିବେ। କାଳିଆ, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ), ଖାଦ୍ୟ ସୁରକ୍ଷା ଯୋଜନା ଜଣେ ବ୍ୟକ୍ତି ଅଥବା ଗୋଷ୍ଠୀ ଉପରେ କି ପ୍ରଭାବ ପକାଉଛି ତାହାର ଅନୁଶୀଳନ କରିବେ ଏବଂ ଗଠନଧର୍ମୀ ମତାମତକୁ ଏକତ୍ରିତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ। ଏହା ସହିତ ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ କିପରି ଉନ୍ନତି କରିହେବ ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସରକାରୀ ଯୋଜନା କେତେ ଉପଯୋଗୀ ହୋଇ ପାରିବ ସେ ସମ୍ପର୍କରେ ମଧ୍ୟ ସ୍ଥଳବିଶେଷରେ ସାଧାରଣ ଲୋକଙ୍କୁ ଅବଗତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଏକଦା ରାଜ୍ୟରେ ଚାଷ କହିଲେ ସାଧାରଣତଃ ଧାନ ଫସଲକୁ ବୁଝାଉଥିଲା। ମାତ୍ର ଏହାର ବିକଳ୍ପ ଭାବେ ଉଦ୍ୟାନ କୃଷିକୁ ଦୀର୍ଘଦିନ ଧରି ଜୀବିକା କରି ମଧ୍ୟ ଆର୍ଥିକ ଓ ସାମାଜିକ ଉନ୍ନତି କରିହେବ ବୋଲି ପ୍ରମାଣିତ ହୋଇସାରିଛି। ଦେଓଗଡ଼ ଜିଲ୍ଲାର ଉଦ୍ୟାନ କୃଷକ କେଶରୀ ଦାସ ଓ ଫୁଲ ଚାଷୀ ରାଜକିଶୋର ପ୍ରଧାନ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଗାଁର ସୁଭଦ୍ରା ଦାସ ଏହାର ଉଦାହରଣ ମାତ୍ର। ସରକାରୀ ଯୋଜନା ଓ ପ୍ରୋତ୍ସାହନ କେଶରୀ, ରାଜକିଶୋର ଓ ସୁଭଦ୍ରାଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ଏବଂ ଆର୍ଥିକ ସ୍ୱାଚ୍ଛନ୍ଦ୍ୟକୁ ଆଧାର କରି ପିଏଚ୍‌‌ଡିଏମ୍‌‌ଏ ପ୍ରସ୍ତୁତ କରିଥିବା ପ୍ରେରଣାଦାୟୀ କାହାଣୀ ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର