ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Madhusudan Das Picture
Published On

ବାରିପଦା: ବାରିପଦା ସଦରଥାନା ଅଧୀନ ବରଜପୁର ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜନ୍ମକଲା ନିଜ ମା'ଙ୍କୁ ତଣ୍ଟି ଚିପି ପିଶାଚ ପୁଅ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ କୁଇଁଆ ସିଂ(୧୯) । ମୃତା ମା' ଜଣଙ୍କ ହେଲେ ଶ୍ରୀମତୀ ସିଂ ।

ଆହୁରି ପଢ଼ନ୍ତୁ: ନେପାଳରେ ଘଟିଥିବା ଭୟାବହ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ନବୀନ

ଶ୍ରୀମତୀଙ୍କ ସ୍ବାମୀଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ୪ପୁଅ ଓ ୨ଝିଅକୁ ନେଇ ସଂସାର । ଝିଅ ଦୁଇ ଜଣ ବିବାହିତ । ଶ୍ରୀମତୀ ଓ ୪ପୁଅ ଚେନ୍ନାଇରେ କାମ କରନ୍ତି।  ନିକଟରେ ଶ୍ରୀମତୀ ଓ ଦ୍ବିତୀୟ ପୁଅ କୁଇଁଆ ଗାଁକୁ ଆସିଥିଲେ । ଗୁରୁବାର ରାତିରେ ମା'-ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ସମ୍ଭବତଃ ପୁଅ ମା'ଙ୍କ ବେକ ବା ତଣ୍ଟି ଚିପି ଦେବାରୁ ସେ ସେହିଠାରେ ଟଳି ପଡିଥିଲେ । ସକାଳେ ପଡୋଶୀ ଲୋକ ଖବର ପାଇ ପୁଲିସକୁ ସୂଚନା ଦେବାରୁ ବାରିପଦା ସଦର ଏସଡିପିଓ ପ୍ରଭାତ ମଲ୍ଲିକ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ପୁଅ କୁଇଁଆକୁ ଗିରଫ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଜୁଏଲଙ୍କ ମନ୍ତବ୍ୟ ବିଜେପିର ଗୋଷ୍ଟି କନ୍ଦଳ ଉଗ୍ର ରୁପକୁ ପ୍ରଦର୍ଷିତ କରୁଛି : ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର