ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Madhusudan Das Picture
Published On

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଗତ ଜୁନ୍‌ ମାସରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେବା ପରେ ରାଜ୍ୟବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ଘଟଣାକୁ ୩ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ତ୍ରୁଟିଶୂନ୍ୟ ବହି ପାଇପାରି ନାହାନ୍ତି, ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ପ୍ରଥମ ସମେଟିଭ ପରୀକ୍ଷା ନିକଟତର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ତ୍ରୁଟିଶୂନ୍ୟ ପୁସ୍ତକ ପାଇପାରି ନାହାନ୍ତି, ଯାହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜେଡି କହିଛି।

ଆହୁରି ପଢ଼ନ୍ତୁ: ୧୩ରେ ଲଘୁଚାପ, ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ବିଜେଡି ପକ୍ଷରୁ ଜାରି ପ୍ରେସ ବିବୃତିରେ ଦଳର ମୁଖପାତ୍ର ମିହିର ରାୟ କହିଛନ୍ତି, ରାଜ୍ୟର ସରକାରୀ ସ୍କୁଲରେ ପ୍ରଚଳିତ ହେଉଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେବା ପରେ, ଓଡିଶା ସର୍ବଭାରତୀୟ ସ୍ତରରେ ନିନ୍ଦିତ ହୋଇଥିଲା। ତୁରନ୍ତ ଏହି ତ୍ରୁଟିଗୁଡିକୁ ସୁଧାରି ନୂତନ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ପାଇଁ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁସ୍ତକରେ ଥିବା ବ୍ୟାପକ ତ୍ରୁଟିକୁ ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରିବା ସହିତ ନୂତନ ତ୍ରୁଟିଶୂନ୍ୟ ପୁସ୍ତକ ବିତରଣ କରାଯିବ ବୋଲି କହିଥିଲେ। କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂତନ ପୁସ୍ତକ ପ୍ରଦାନ କରାଯିବ ନାହିଁ ଓ ଶିକ୍ଷକମାନେ ବହିରେ ଥିବା ତ୍ରୁଟିକୁ ସୁଧାରି ପିଲା ମାନଙ୍କୁ ପଢ଼ାଇବେ ବୋଲି କହିଥିଲେ, ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। 

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଶ୍ରୀ ରାୟ କହିଛନ୍ତି, ଗତ ଅଗଷ୍ଟ ମାସରେ ବହିରେ ଥିବା ତ୍ରୁଟିକୁ ସଂଶୋଧନ କରି, ରାଜ୍ୟ ସରକାର ଏକ ପିଡିଏଫ ପ୍ରକାଶ କରି ଜନସାଧାରଣ ଏହାକୁ ତର୍ଜମା କରିବା ପାଇଁ ଆହ୍ୱାନ କରିଥିଲେ। ଏହି ପିଡିଏଫ୍‌ରେ ମଧ୍ୟ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟ ସରକାରଙ୍କର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଖରେ ତ୍ରୁଟିଶୂନ୍ୟ ବହି ହସ୍ତଗତ ହୋଇନଥିବା ବେଳେ ସେମାନଙ୍କ ପ୍ରଥମ ସମେଟିଭ ପରକ୍ଷାକୁ ଆଉ ମାସଟିଏ ବି ନାହିଁ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟରେ କିଛି ତାଳମେଳ ରହୁନାହିଁ। ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ସରକାର ଲୁଚକାଳି ଖେଳ ଖେଳୁଛନ୍ତି। ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ବିଫଳ ହୋଇଥିବାରୁ, ଏହି ବିଫଳତାର ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର