ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Madhusudan Das Picture
Published On

ବାଲେଶ୍ୱର: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟର । ଶୁକ୍ରବାର ସକାଳେ ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ଛକ ନିକଟରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଗୁରୁତର ଆହତ ହୋଇଛି। ଆହତ ଲୋକେଶ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ରିପୋର୍ଟ ଅନୁଯାୟୀ, ଗୋଟିଏ ସର୍ଚ୍ଚ ଅପରେସନ୍ ସମୟରେ ପୋଲିସ ଟିମ୍ ଲୋକେଶକୁ ଅଡ଼ା ଛକ ନିକଟରେ ଠାବ କରିଥିଲା। ପୋଲିସ ଅଧିକାରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ସେ ଖସି ପଳାଇବାକୁ ଚେଷ୍ଟା କରିଥିଲା ଏବଂ ହଠାତ୍ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉପକୂଳରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଫଳରେ ଏହି ଗୁଳିବିନିମୟରେ ଅପରାଧୀ ଲୋକେଶର ବାମ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ତଳେ ପଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: କେନ୍ଦୁଝର DLO ଆକାଶ ବିଷୋୟୀଙ୍କ ଘରୁ ୭ ଲକ୍ଷ ୨୯ ହଜାର ଟଙ୍କା, ୩୦୦ ଗ୍ରାମ ସୁନା ଜବତ

ଏନକାଉଣ୍ଟର ପରେ ପୋଲିସ ଲୋକେଶକୁ କାବୁ କରିବା ସହ ତୁରନ୍ତ ଚିକିତ୍ସା ନିମନ୍ତେ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ସେଠାରେ ତାର ଚିକିତ୍ସା ଜାରି ରହିଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର