କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

Madhusudan Das Picture
Published On

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ହେଲିକପଟର ବୁଲାରେ ହୋଇନି କୌଣସି ଅନିୟମିତତା । ଏଥିରେ ସରକାରୀ ଖର୍ଚ୍ଚର ବି ହୋଇନି ଅପବ୍ୟବହାର । ସରକାରୀ ହେଲିକପ୍ଟରର ଅପବ୍ୟବହାର ଅଭିଯୋଗରେ ରୁଜୁ ହୋଇଥିବା ଏକ ଫୌଜଦାରୀ ରିଭିଜନ୍ ପିଟିସନକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜର୍ଜ ଖାରଜ କରିଦେଇଛନ୍ତି। ପୂର୍ବରୁ ଭୁବନେଶ୍ୱର SDJM ବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡ୍ୟାନଙ୍କ ସ୍ୱଚ୍ଛତା ଉପରେ ମୋହର ମାରିଥିଲେ । ଯାହାକୁ ଆଜି କାଏମ ରଖିଲେ ଜିଲ୍ଲା ଜଜ୍ । କାରଣ ଦୁଇ ବର୍ଷ ହେବ କୌଣସି ପ୍ରମାଣ ଦାଖଲ କରି ପାରି ନଥିଲେ ଅଭିଯୋଗକାରୀ । ଏହା ମିଥ୍ୟା, କପୋଳକଳ୍ପିତ ଓ ମନ୍ଦ ଉଦ୍ଦେଶ୍ୟ ରଖି ଅଭିଯୋଗ କରାଯାଇଥିଲା । 

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ କୁମାର ପରିଜା ଏବଂ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଅଭିଯୋଗକାରୀ କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରିନାହାନ୍ତି କିମ୍ବା ଅଭିଯୋଗ ଉପସ୍ଥାପନ କରିବା ପୂର୍ବରୁ ବିଏନଏସଏସ୍ ର ଧାରା ୧୭୩(୪) କୁ ପାଳନ କରିନାହାନ୍ତି। ଏଥିସହ ଧାରା ୩୩ ଅନୁଯାୟୀ ଏହି ଅଭିଯୋଗର ସ୍ଥିତି ନଥିବା ମଧ୍ୟ କୋର୍ଟ ଉଲ୍ଲେଖ କରିଥିଲେ। ତେଣୁ ଆଇନଗତ ଏବଂ ପ୍ରାମାଣିକ ତ୍ରୁଟି ଯୋଗୁଁ କୋର୍ଟ ତଳ କୋର୍ଟଙ୍କ ଖାରଜ ଆଦେଶକୁ ବଳବତ୍ତର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ପୂର୍ବରୁ ଏଥିରେ ସତ୍ୟତା କି ପ୍ରମାଣ ନଥିବାରୁ କ୍ୟାପିଟାଲ ଥାନା ପୋଲିସ ଓ ଡିସିପି ବି ମାମଲା ରୁଜୁ କରି ନଥିଲେ । ଭୁବନେଶ୍ୱର SDJM ବି ସେ ସମୟରେ ଅଭିଯୋଗକାରୀ ପ୍ରମାଣ ଦେଇ ପାରି ନଥିବା ଅନୁଭବ କରିଥିଲେ । ଜିଲ୍ଲା ଜଜ୍ ବି ଏହି ମାମଲାରେ କୌଣସି ଭିତ୍ତି ନଥିବା ସ୍ପଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର