ରୋଗୀଙ୍କୁ ମିଳୁନି କିନ୍ତୁ ରାସ୍ତା କଡ଼ରେ ଫିଙ୍ଗାହେଉଛି ସରକାରୀ ଔଷଧ

Madhusudan Das Picture
Published On

ବାଲେଶ୍ଵର: ସରକାର କା ମାଲ୍ ଦରିଆ ମେଁ ଡାଲ୍ । ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ରୋଗୀଙ୍କୁ ମିଳୁନି କିନ୍ତୁ ରାସ୍ତା କଡ଼ରେ ଫିଙ୍ଗାହେଉଛି ସରକାରୀ ଔଷଧ। ରାସ୍ତା ପାର୍ଶ୍ୱରେ ପଡ଼ିଛି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅବଧି ଥିବା ମାଳ ମାଳ ପ୍ୟାକେଟ ସରକାରୀ ଔଷଧ। ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ହସ୍ପିଟାଲରେ ଔଷଧ ଠିକ୍ ସମୟରେ ନପାଇ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଅବଧି ସରି ନଥିବା ଔଷଧ ରାସ୍ତା ପାଖରେ ଅଳିଆ ଗଦାରେ ପଡିଛି। 

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ମେଡ଼ିକାଲରେ ରହିବା ପରିବର୍ତ୍ତେ ଗୋଟିଏ କି ଦୁଇ ପ୍ୟାକେଟ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରାପ ରାସ୍ତା କଡ଼ରେ ପଡ଼ିଛି । ଯାହା ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା, ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ପଡିଥିବାର ଦେଖାଯାଇଛି। ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବାବେଳେ ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଛି। ବ୍ୟାଚ ନମ୍ବର ସିଏଚଏସ-୫୦୦୬୫, ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ମଧ୍ୟ ଲେଖା ରହିଛି। ଅର୍ଥାତ ଚଳିତ ବର୍ଷ ଔଷଧ ପ୍ରସ୍ତୁତ ହୋଇଥିବା ବେଳେ ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକି ଅଛି । ତେବେ କିଏ ଓ କାହିଁକି ଏତେ ମାତ୍ରାରେ ଔଷଧ ଫିଙ୍ଗିଛି ଏବଂ ଔଷଧ କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ରାସ୍ତା କଡ଼ରେ ସରକାରୀ ମେଡିସିନ ପଡିଥିବାର ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଭାତ କୁମାର ବେହେରାଙ୍କ ପ୍ରତିକ୍ରିୟା। ଶ୍ରୀଜଙ୍ଗ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୁପରିଟେନଡେଣ୍ଟଙ୍କ ନେତୃତ୍ୱରେ ଯାଞ୍ଚ କମିଟି ଘଟଣା ସ୍ଥଳରେ ପହଞ୍ଚିଛି। ସରକାରୀ ମେଡ଼ିସିନର ଏକ୍ସପାଇରୀ ଯାଞ୍ଚ କରୁଛି ଟିମ। ପାଖା ପାଖି ୫୦-୬୦ ବୋତଲ ଆଇରନ ଫୋଲିକ ଏସିଡ ପଡ଼ିଥିବାର ଜାଣିବାକୁ ମିଳିଛି। ଏନେଇ ତଦନ୍ତ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

11 Dec 2025 By Madhusudan Das

ରୋଗୀଙ୍କୁ ମିଳୁନି କିନ୍ତୁ ରାସ୍ତା କଡ଼ରେ ଫିଙ୍ଗାହେଉଛି ସରକାରୀ ଔଷଧ

ବାଲେଶ୍ଵର: ସରକାର କା ମାଲ୍ ଦରିଆ ମେଁ ଡାଲ୍ । ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ରୋଗୀଙ୍କୁ ମିଳୁନି କିନ୍ତୁ ରାସ୍ତା କଡ଼ରେ ଫିଙ୍ଗାହେଉଛି ସରକାରୀ ଔଷଧ। ରାସ୍ତା ପାର୍ଶ୍ୱରେ ପଡ଼ିଛି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅବଧି ଥିବା ମାଳ ମାଳ ପ୍ୟାକେଟ ସରକାରୀ ଔଷଧ। ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ହସ୍ପିଟାଲରେ ଔଷଧ ଠିକ୍ ସମୟରେ ନପାଇ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଅବଧି ସରି ନଥିବା ଔଷଧ ରାସ୍ତା ପାଖରେ ଅଳିଆ ଗଦାରେ ପଡିଛି। 

ମେଡ଼ିକାଲରେ ରହିବା ପରିବର୍ତ୍ତେ ଗୋଟିଏ କି ଦୁଇ ପ୍ୟାକେଟ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରାପ ରାସ୍ତା କଡ଼ରେ ପଡ଼ିଛି । ଯାହା ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା, ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ପଡିଥିବାର ଦେଖାଯାଇଛି। ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବାବେଳେ ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଛି। ବ୍ୟାଚ ନମ୍ବର ସିଏଚଏସ-୫୦୦୬୫, ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ମଧ୍ୟ ଲେଖା ରହିଛି। ଅର୍ଥାତ ଚଳିତ ବର୍ଷ ଔଷଧ ପ୍ରସ୍ତୁତ ହୋଇଥିବା ବେଳେ ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକି ଅଛି । ତେବେ କିଏ ଓ କାହିଁକି ଏତେ ମାତ୍ରାରେ ଔଷଧ ଫିଙ୍ଗିଛି ଏବଂ ଔଷଧ କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ରାସ୍ତା କଡ଼ରେ ସରକାରୀ ମେଡିସିନ ପଡିଥିବାର ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଭାତ କୁମାର ବେହେରାଙ୍କ ପ୍ରତିକ୍ରିୟା। ଶ୍ରୀଜଙ୍ଗ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୁପରିଟେନଡେଣ୍ଟଙ୍କ ନେତୃତ୍ୱରେ ଯାଞ୍ଚ କମିଟି ଘଟଣା ସ୍ଥଳରେ ପହଞ୍ଚିଛି। ସରକାରୀ ମେଡ଼ିସିନର ଏକ୍ସପାଇରୀ ଯାଞ୍ଚ କରୁଛି ଟିମ। ପାଖା ପାଖି ୫୦-୬୦ ବୋତଲ ଆଇରନ ଫୋଲିକ ଏସିଡ ପଡ଼ିଥିବାର ଜାଣିବାକୁ ମିଳିଛି। ଏନେଇ ତଦନ୍ତ ଆରମ୍ଭ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର