ସରକାର ନିଦ୍ରାରେ, ୯ ମାସରେ ଘଟିଗଲାଣି ଶତାଧିକ ହତ୍ୟାକାଣ୍ଡ : ଅରୁଣ ସାହୁ
ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ସ୍ମାର୍ଟ ସିଟିରେ ସ୍ମାର୍ଟ ମର୍ଡର ହେଲା। ମହାନିଗର ନିଗମରେ ହତ୍ୟା ହେଲା । ହୋଲି ପୂର୍ବରୁ ପୁଲିସ କହିଥିଲା ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ । ଯଦି ଏତେ ପ୍ରସ୍ତୁତି ଥିଲା ତାହାଲେ କେମିତି ହତ୍ୟା ହେଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ଅରୁଣ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ନିଦ୍ରାରେ ଅଛନ୍ତି […]
ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ସ୍ମାର୍ଟ ସିଟିରେ ସ୍ମାର୍ଟ ମର୍ଡର ହେଲା। ମହାନିଗର ନିଗମରେ ହତ୍ୟା ହେଲା । ହୋଲି ପୂର୍ବରୁ ପୁଲିସ କହିଥିଲା ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ । ଯଦି ଏତେ ପ୍ରସ୍ତୁତି ଥିଲା ତାହାଲେ କେମିତି ହତ୍ୟା ହେଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।
ଅରୁଣ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ନିଦ୍ରାରେ ଅଛନ୍ତି । ଶତାଧିକ ହତ୍ୟାକାଣ୍ଡ ଏହି ୯ ମାସରେ ଘଟିଗଲାଣି । ଖାଲି ଏତିକି ନୁହେଁ ବରଂ ଦିନଦ୍ବିପ୍ରହରରେ ଏମିତି ହେଲେ ଲୋକେ ସୁରକ୍ଷିତ ତ? ବୋଲି ପ୍ରଶ୍ନ କରିଛନ୍ତି। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିଲା ଛାତିକୁ ଥରାଇ ଦେବା ଭଳି ଖବର । ଭୁବନେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ଅନୁଗୁଳରେ ଗଡିଛି ୫ ମୁଣ୍ଡ ।
ଏହା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି । ସରକାର ଦୁର୍ବଳତାକୁ ଜାଣି ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି । ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର । ବିଧାନସଭା ଓ ଗୃହ ବାହାରେ ଆଇନ ଶୃଙ୍ଖଳା କଥା ସବୁବେଳେ ଉଠୁଛି । ଶକ୍ତ ହୁଅନ୍ତୁ ସରକାର ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।






