ବହୁ ଆଡମ୍ବରେ ଲଘୁକ୍ରିୟା, ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ : ନିରଞ୍ଜନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର : ରଥଯାତ୍ରା ଦିନ ପୁଲିସ ଓ ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହେଲା। ଯାହା ଫଳରେ ଜଗନ୍ନାଥଙ୍କ ରଥ ଗଡି ପାରିଲା ନାହିଁ। ଆଉ ଏହାପରେ ରଥଯାତ୍ରା ପରଦିନ ୩ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ବାହାରେ ଲାଗିବା ପରେ ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ସଠିକ ବ୍ୟବସ୍ଥା କରିଲା ନାହିଁ। ଯାହାର ଫଳ ସୂରୁପ ଆଜି ଭୋରୁ ଦଳାଚକଟାରେ ୩ ଜଣ ଭକ୍ତଙ୍କ ଜୀବନ ଗଲା। ଯାହାକୁ ନେଇ ବରିଷ୍ଠ କଂଗ୍ରେସ […]

ଭୁବନେଶ୍ୱର : ରଥଯାତ୍ରା ଦିନ ପୁଲିସ ଓ ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହେଲା। ଯାହା ଫଳରେ ଜଗନ୍ନାଥଙ୍କ ରଥ ଗଡି ପାରିଲା ନାହିଁ। ଆଉ ଏହାପରେ ରଥଯାତ୍ରା ପରଦିନ ୩ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ବାହାରେ ଲାଗିବା ପରେ ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ସଠିକ ବ୍ୟବସ୍ଥା କରିଲା ନାହିଁ। ଯାହାର ଫଳ ସୂରୁପ ଆଜି ଭୋରୁ ଦଳାଚକଟାରେ ୩ ଜଣ ଭକ୍ତଙ୍କ ଜୀବନ ଗଲା। ଯାହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚା ରଥଯାତ୍ରାର ଚରମ ବିଶୃଙ୍ଖଳତା ଓ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ସମ୍ବାଦ ମୋତେ ଭୀଷଣ ଆଘାତ ଦେଇଛି । ଯେଉଁ ଶ୍ରଦ୍ଧାଳୁମାନେ ମୃତ୍ୟୁବରଣ କଲେ, ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ମୋର ଭାଷା ନାହିଁ । ଭକ୍ତମାନେ କାହିଁ କେତେ ଦୂରରୁ କଷ୍ଟ ସ୍ବୀକାର କରି ରଥରେ ତିନିଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ସରକାର ଅକ୍ଷମ ହେବା ଜାଣି ମୁଁ ଆଶ୍ଚର୍ଯ୍ୟ ହେଉଛି । ସରକାର ଅନଭିଜ୍ଞ । କିନ୍ତୁ ବ୍ୟବସ୍ଥା ତ ଅନଭିଜ୍ଞ ନୁହେଁ । ସେହି ବ୍ୟବସ୍ଥାରେ ସମନ୍ଵୟ ରକ୍ଷା କରି ପ୍ରତିବର୍ଷ ଶୃଙ୍ଖଳାର ସହ ମହାପ୍ରଭୂଙ୍କ ରଥ ଯାତ୍ରା ସଂପନ୍ନ ହୁଏ । ଚଳିତ ଥରର ଏପରି ଅବ୍ୟବସ୍ଥା ଓ ଅଘଟଣ ଦର୍ଶାଉଛି ସରକାରଙ୍କର ବିଭିନ୍ନ ବିଭାଗ ଭିତରେ ସମନ୍ବୟ ନାହିଁ । କେହି କାହାକୁ ମାନିବା ଅବସ୍ଥାରେ ନାହାନ୍ତି । ଯାହାର ଫଳ ସ୍ୱରୂପ ତିନୋଟି ଅମୂଲ୍ୟ ଜୀବନ ଗଲା ଓ ଅନେକ ଲୋକ ଭୀଷଣ ଭାବେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସରକାରଙ୍କ କୁପରିଚାଳନା ଯୋଗୁ ବାରବାଟୀରେ କ୍ରିକେଟ ଖେଳ ବେଳେ ଆମ ରାଜ୍ୟର ଦୁର୍ନାମ ହୋଇଥିଲା । ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଭକ୍ତ ମୃତାହତ ଯୋଗୁ ଆମେ ସାର ବିଶ୍ବରେ ନିନ୍ଦିତ ହେଲୁ । ଏଥିପାଇଁ ସରକାର ଉତ୍ତରଦାୟୀ ହୋଇ ଓଡିଶାର ଜନସାଧାରଣଙ୍କୁ କ୍ଷମାମାଗିବା ପରିବର୍ତ୍ତେ  ରାଜନୈତିକ ବୟାନ ଦେବା ଅତ୍ୟନ୍ତ ଦୁଃଖ ଦାୟକ କଥା । ପ୍ରଥମେ ସରକାରର ମୁଖ୍ୟ ଜଗନ୍ନାଥଙ୍କ ପାଖରେ ନିଜର କୁପରିଚାଳନା ଓ ଅହଂକାର ଯୋଗୁ କ୍ଷମା ମାଗିବାରୁ ତାଙ୍କୁ ଧନ୍ୟବାଦ କିନ୍ତୁ ଆଗାମୀ ଦିନରେ ବାହୁଡାଯାତ୍ରା ଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ କିପରି ଶୃଙ୍ଖଳା ରକ୍ଷା କରାଯାଇପାରିବ, ସେ ସଂପର୍କରେ ଅଭିଜ୍ଞ ଲୋକଙ୍କ ସହ ଆଲୋଚନା ନ’କଲେ ଓଡିଶାବାସୀ ଆହୁରି ଦୁଃଖ ପାଇବେ । ଏହି ଘଟଣାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ କରନ୍ତୁ । ନ’ହେଲେ ମହାମାରୀ ହଇଜାର କଳଙ୍କ ମୁଣ୍ଡାଇଥିବା ଏ ସରକାର ଆହୁରି ଅନେକ ବିପଦରେ ଓଡିଶା ଲୋକଙ୍କୁ ହନ୍ତସନ୍ତ କରିବ ।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର