ସାନ ଭାଇର ପ୍ରେମିକାକୁ ଦୁଷ୍କର୍ମ; ୭ ବର୍ଷ ଜେଲ୍‍

The Sakala Picture
Published On

ବ୍ରହ୍ମପୁର : ସାନ ଭାଇର ପ୍ରେମିକାଙ୍କୁ ବଡ ଭାଇ ସୁରକ୍ଷା ଦେବା ନାମରେ ଦୁଷ୍କର୍ମ କରିଥିବା ଘଟଣାରେ ଜିଲ୍ଲାଜଜ୍‍ ଆନନ୍ଦଚନ୍ଦ୍ର ବେହେରା ଅଭିଯୁକ୍ତ ବଡ଼ଭାଇ ବାବୁଲା ସ୍ୱାଇଁଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ୭ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଜରିମାନାର ଆଦେଶ ଦେଇଛନ୍ତି। ଏହି ଘଟଣାରେ ବାବୁଲାଙ୍କ ସାନ ଭାଇ ତଥା ପ୍ରେମିକ ଭାଗ୍ୟ ସ୍ୱାଇଁଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବା ଦର୍ଶାଇ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୋଲସରା ଥାନା […]

ବ୍ରହ୍ମପୁର : ସାନ ଭାଇର ପ୍ରେମିକାଙ୍କୁ ବଡ ଭାଇ ସୁରକ୍ଷା ଦେବା ନାମରେ ଦୁଷ୍କର୍ମ କରିଥିବା ଘଟଣାରେ ଜିଲ୍ଲାଜଜ୍‍ ଆନନ୍ଦଚନ୍ଦ୍ର ବେହେରା ଅଭିଯୁକ୍ତ ବଡ଼ଭାଇ ବାବୁଲା ସ୍ୱାଇଁଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ୭ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଜରିମାନାର ଆଦେଶ ଦେଇଛନ୍ତି। ଏହି ଘଟଣାରେ ବାବୁଲାଙ୍କ ସାନ ଭାଇ ତଥା ପ୍ରେମିକ ଭାଗ୍ୟ ସ୍ୱାଇଁଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବା ଦର୍ଶାଇ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୋଲସରା ଥାନା ଅନ୍ତର୍ଗତ ଜେ.ଡେଙ୍ଗାପଦର ଗ୍ରାମର ଭାଗ୍ୟ ସ୍ୱାଇଁ ପଡୋଶୀ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟେ ୨୦୧୦ ଫେବୃଆରୀ ୨୫ରେ ବିବାହ କରିବା ପାଇଁ ପୁରୀ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ଉଲ୍ଲଂଘନ କଲେ ଜରିମାନା

ସେଠାରେ ଦୁଇ ଦିନ ରହିବା ପରେ ୨୭ ତାରିଖରେ ଭାଗ୍ୟ ପୁରୀ ମନ୍ଦିରରେ ବିବାହ କରିବାକୁ କହି ଯୁବତୀଙ୍କୁ ପୁରୀ ବସ୍‍ଷ୍ଟାଣ୍ଡରେ ଏକୁଟିଆ ଛାଡି କେଉଁଆଡେ ଚାଲିଗଲେ। ସାନ ଭାଇକୁ ଖୋଜିବା ପାଇଁ ବଡ ଭାଇ ବାବୁଲା ପୁରୀ ଯାଇଥିବା ସେଠାରୁ ଯୁବତୀଙ୍କୁ ପାଇଥିଲେ। ବାବୁଲା ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କ ମାଉସୀ ଘର ଅଭିମୁଖେ ବାଲୁଗାଁ ଆଣିଥିଲେ। ବାଲୁଗାଁ ବସ୍‍ଷ୍ଟାଣ୍ଡରୁ ସଟ୍‍କଟ୍‍ ରାସ୍ତାରେ ମାଉସୀଙ୍କ ଘରକୁ ନେବାକୁ କହି ବାବୁଲା ନିକଟସ୍ଥ ନିର୍ଜନ ସ୍ଥାନରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

21 Sep 2022 By The Sakala

ସାନ ଭାଇର ପ୍ରେମିକାକୁ ଦୁଷ୍କର୍ମ; ୭ ବର୍ଷ ଜେଲ୍‍

ବ୍ରହ୍ମପୁର : ସାନ ଭାଇର ପ୍ରେମିକାଙ୍କୁ ବଡ ଭାଇ ସୁରକ୍ଷା ଦେବା ନାମରେ ଦୁଷ୍କର୍ମ କରିଥିବା ଘଟଣାରେ ଜିଲ୍ଲାଜଜ୍‍ ଆନନ୍ଦଚନ୍ଦ୍ର ବେହେରା ଅଭିଯୁକ୍ତ ବଡ଼ଭାଇ ବାବୁଲା ସ୍ୱାଇଁଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ୭ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଜରିମାନାର ଆଦେଶ ଦେଇଛନ୍ତି। ଏହି ଘଟଣାରେ ବାବୁଲାଙ୍କ ସାନ ଭାଇ ତଥା ପ୍ରେମିକ ଭାଗ୍ୟ ସ୍ୱାଇଁଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବା ଦର୍ଶାଇ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୋଲସରା ଥାନା ଅନ୍ତର୍ଗତ ଜେ.ଡେଙ୍ଗାପଦର ଗ୍ରାମର ଭାଗ୍ୟ ସ୍ୱାଇଁ ପଡୋଶୀ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟେ ୨୦୧୦ ଫେବୃଆରୀ ୨୫ରେ ବିବାହ କରିବା ପାଇଁ ପୁରୀ ଯାଇଥିଲେ।

ସେଠାରେ ଦୁଇ ଦିନ ରହିବା ପରେ ୨୭ ତାରିଖରେ ଭାଗ୍ୟ ପୁରୀ ମନ୍ଦିରରେ ବିବାହ କରିବାକୁ କହି ଯୁବତୀଙ୍କୁ ପୁରୀ ବସ୍‍ଷ୍ଟାଣ୍ଡରେ ଏକୁଟିଆ ଛାଡି କେଉଁଆଡେ ଚାଲିଗଲେ। ସାନ ଭାଇକୁ ଖୋଜିବା ପାଇଁ ବଡ ଭାଇ ବାବୁଲା ପୁରୀ ଯାଇଥିବା ସେଠାରୁ ଯୁବତୀଙ୍କୁ ପାଇଥିଲେ। ବାବୁଲା ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କ ମାଉସୀ ଘର ଅଭିମୁଖେ ବାଲୁଗାଁ ଆଣିଥିଲେ। ବାଲୁଗାଁ ବସ୍‍ଷ୍ଟାଣ୍ଡରୁ ସଟ୍‍କଟ୍‍ ରାସ୍ତାରେ ମାଉସୀଙ୍କ ଘରକୁ ନେବାକୁ କହି ବାବୁଲା ନିକଟସ୍ଥ ନିର୍ଜନ ସ୍ଥାନରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର