ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

Suryakanta Picture
Published On

ମହାନଦୀ ଜଳ ବିବାଦକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ମାମଲାର ମନ୍ଥର ଗତିକୁ ନେଇ ଟ୍ରିବ୍ୟୁନାଲ ଗୁରୁତର ଅସନ୍ତୋଷ ବ୍ୟକ୍ତ କରିବା ପରେ ସାଂସଦ ଏହି ପଦକ୍ଷେପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଟ୍ରିବ୍ୟୁନାଲଙ୍କ କଡ଼ା ଟିପ୍ପଣୀ ଓ 'ଶେଷ ସୁଯୋଗ'

ଗତ ଏପ୍ରିଲ ୨୦, ୨୦୨୬ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିଜ ଆଦେଶରେ ଉଭୟ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ମାମଲାରେ ବିଳମ୍ବକୁ ନେଇ ତୀବ୍ର ନିରାଶା ପ୍ରକାଶ କରିଥିଲେ। ବାରମ୍ବାର ସମୟ ମାଗିବା ଏବଂ କୌଣସି ଠୋସ୍ ସମାଧାନ ନ ବାହାରିବା ଯୋଗୁଁ ଟ୍ରିବ୍ୟୁନାଲ କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହ ବାର୍ଷିକ ଜଳ ଉପଲବ୍ଧତା (ମିଲିୟନ୍ ଏକର ଫୁଟ୍ ବା MAF) ପ୍ରସଙ୍ଗରେ ଏପ୍ରିଲ ୮ ତାରିଖ ବୈଠକର ନିଷ୍ପତ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ 'ଶେଷ ସୁଯୋଗ' ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଅନୁରୋଧ

ନିଜର ଏକ ୪ ପୃଷ୍ଠା ସମ୍ବଳିତ ବିସ୍ତୃତ ଚିଠିରେ ଡକ୍ଟର ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଏହା କେବଳ ଏକ ଆଇନଗତ ମାମଲା ନୁହେଁ, ବରଂ ଏହା ରାଜ୍ୟର ଜଳସେଚନ, ପାନୀୟ ଜଳ ଯୋଗାଣ, ପରିବେଶ ସନ୍ତୁଳନ ଏବଂ ଭବିଷ୍ୟତର ଶିଳ୍ପ ବିକାଶ ସହ ସିଧାସଳଖ ଜଡ଼ିତ। ଟ୍ରିବ୍ୟୁନାଲଙ୍କ ଏଭଳି ମନ୍ତବ୍ୟ ରାଜ୍ୟର ସ୍ବାର୍ଥ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ତେଣୁ ଜଳ ସମ୍ପଦ ବିଭାଗ, ଆଇନ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକି ଓଡ଼ିଶାର ପକ୍ଷକୁ ମଜବୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଛତିଶଗଡ଼ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବା ଏବଂ ଜଳ ପ୍ରସଙ୍ଗରେ ଓଡ଼ିଶାର ବୈଷୟିକ ତଥା ଆଇନଗତ ଦିଗକୁ ଅଧିକ ଦୃଢ଼ କରିବା ପାଇଁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

25 Apr 2026 By Suryakanta

ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ମହାନଦୀ ଜଳ ବିବାଦକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ମାମଲାର ମନ୍ଥର ଗତିକୁ ନେଇ ଟ୍ରିବ୍ୟୁନାଲ ଗୁରୁତର ଅସନ୍ତୋଷ ବ୍ୟକ୍ତ କରିବା ପରେ ସାଂସଦ ଏହି ପଦକ୍ଷେପ ନେଇଛନ୍ତି।

ଟ୍ରିବ୍ୟୁନାଲଙ୍କ କଡ଼ା ଟିପ୍ପଣୀ ଓ 'ଶେଷ ସୁଯୋଗ'

ଗତ ଏପ୍ରିଲ ୨୦, ୨୦୨୬ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିଜ ଆଦେଶରେ ଉଭୟ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ମାମଲାରେ ବିଳମ୍ବକୁ ନେଇ ତୀବ୍ର ନିରାଶା ପ୍ରକାଶ କରିଥିଲେ। ବାରମ୍ବାର ସମୟ ମାଗିବା ଏବଂ କୌଣସି ଠୋସ୍ ସମାଧାନ ନ ବାହାରିବା ଯୋଗୁଁ ଟ୍ରିବ୍ୟୁନାଲ କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହ ବାର୍ଷିକ ଜଳ ଉପଲବ୍ଧତା (ମିଲିୟନ୍ ଏକର ଫୁଟ୍ ବା MAF) ପ୍ରସଙ୍ଗରେ ଏପ୍ରିଲ ୮ ତାରିଖ ବୈଠକର ନିଷ୍ପତ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ 'ଶେଷ ସୁଯୋଗ' ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଅନୁରୋଧ

ନିଜର ଏକ ୪ ପୃଷ୍ଠା ସମ୍ବଳିତ ବିସ୍ତୃତ ଚିଠିରେ ଡକ୍ଟର ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଏହା କେବଳ ଏକ ଆଇନଗତ ମାମଲା ନୁହେଁ, ବରଂ ଏହା ରାଜ୍ୟର ଜଳସେଚନ, ପାନୀୟ ଜଳ ଯୋଗାଣ, ପରିବେଶ ସନ୍ତୁଳନ ଏବଂ ଭବିଷ୍ୟତର ଶିଳ୍ପ ବିକାଶ ସହ ସିଧାସଳଖ ଜଡ଼ିତ। ଟ୍ରିବ୍ୟୁନାଲଙ୍କ ଏଭଳି ମନ୍ତବ୍ୟ ରାଜ୍ୟର ସ୍ବାର୍ଥ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ତେଣୁ ଜଳ ସମ୍ପଦ ବିଭାଗ, ଆଇନ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକି ଓଡ଼ିଶାର ପକ୍ଷକୁ ମଜବୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଛତିଶଗଡ଼ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବା ଏବଂ ଜଳ ପ୍ରସଙ୍ଗରେ ଓଡ଼ିଶାର ବୈଷୟିକ ତଥା ଆଇନଗତ ଦିଗକୁ ଅଧିକ ଦୃଢ଼ କରିବା ପାଇଁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର