ଟିଟିଲାଗଡ଼ର ମାରଲାଡ୍ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ
ଟିଟିଲାଗଡ଼: ପିକ୍ଅପ୍-ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଛୁଆଙ୍କ ଜୀବନ । ଟିଟିଲାଗଡ଼ ଥାନା ଲେସୁନବାହାଲି ଗାଁ ମାରଲାଡ୍ ବ୍ରିଜ୍ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଯୋଗୁଁ ୩ଜଣ ମୃତ୍ୟୁବରଣ କରିଥିବାବେଳେ ୬ ଶିଶୁ ସମେତ ୮ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ
ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଏକ ବିବାହ ଭୋଜି ପାଇଁ ପାଣି ପାଉଚ ନେବାପାଇଁ କିଛି ଯୁବକ ସହ ଛୋଟ ଛୋଟ ପିଲାମାନେ ପାଖ ମାର୍ଲାଡ ଗାଁକୁ ଆସୁଥିଲେ । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।






