ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

Madhusudan Das Picture
Published On

ନବରଙ୍ଗପୁର: ଶିକ୍ଷକ ନାଁରେ କଳଙ୍କ । ଶିକ୍ଷାର ମନ୍ଦିରରେ ଅସଦାଚରଣ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ଗିରଫ ।  ପୋଷ୍କ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ପ୍ରଧାନଶିକ୍ଷକ । ପୀଡିତା ଛାତ୍ରୀ ପରିବାର  ସହିତ ନବରଙ୍ଗପୁର ଥାନାକୁ ଯାଇ ଅସଦାଚରଣ ନେଇ ଏତଲା ଦେଇଥିଲେ । ଅସଦାଚରଣ abhijogare ପ୍ରଶାସନ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ବର୍ତ୍ତମାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଜେଲ ପଠାଇଛି। 

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ସୂଚନା ଅନୁସାରେ, ଏପ୍ରିଲ ୧୫ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀଙ୍କ ଦ୍ଵାରା ଅସାଦାଚରଣର ଅଭିଯୋଗ ଆଣି ପୀଡିତା ଛାତ୍ରୀ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପିଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀଙ୍କୁ ତେନ୍ତୁଳିଖୁଣ୍ଟି ଥାନା କେଶ ନମ୍ବର 81/26 ରେ ମାମଲା ରେ ପୋକ୍ସ,  ଏଟ୍ରୋସିଟି, ଜେଜେ ଆକ୍ଟ,  ଆଧାର ରେ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର