ଗଣେଶ ଭସାଣି ବିବାଦରୁ ହତ୍ୟାକାଣ୍ଡ: ଦିନଦ୍ୱିପହରରେ ରାସ୍ତା ଉପରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

Madhusudan Das Picture
Published On

ଗଞ୍ଜାମ: ଗଣେଶ ଭସାଣି ବେଳେ ଘଟିଥିବା ବିବାଦକୁ କେନ୍ଦ୍ରକରି ରାସ୍ତା ଉପରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ତାଟବାଲି ନିକଟରେ ଦିନଦ୍ୱିପହରରେ ଏପରି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି । ଏହି ବର୍ବରୋଚିତ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ସୁରମଣି ଗ୍ରାମର କୃଷ୍ଣ ଗୌଡ଼ ହୋଇଥିବା ବେଳେ ଗୁରୁତର ଆହତ ତାଙ୍କ ସହଯୋଗୀ ରଜତ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଫେସବୁକ୍ ଲାଇଭ୍‌କୁ ନେଇ ସଂଘର୍ଷ: ୨ ରାଉଣ୍ଡ ଗୁଳିଚାଳନା, ୫ ଆହତ

ପ୍ରାଥମିକ ପୋଲିସ ରିପୋର୍ଟ ଅନୁଯାୟୀ, କୃଷ୍ଣ ଏବଂ ରଜତ ଏକ ବାଇକରେ ଯାଉଥିବା ସମୟରେ ତାଟବାଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ଯାକ ତଳେ ପଡ଼ିଯାଇଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ସେଠାରେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣ ଗୌଡ଼ଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ଉପକୂଳ ମୁହାଁ ଗଭୀର ଅବପାତ: ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ୩୩ ଓଡ୍ରାଫ୍ ଟିମ୍ ମୁତୟନ

ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କିଛି ଦିନ ପୂର୍ବେ ସୁରମଣି ଗ୍ରାମରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ ଦେଖାଦେଇଥିଲା। ସେହି ଘଟଣାର ପ୍ରତିଶୋଧ ନେବା ପାଇଁ ଏହି ମାରଣାନ୍ତକ ଆକ୍ରମଣ ହୋଇଥିବା ପୋଲିସ ଅନୁମାନ କରୁଛି। ଘଟଣାକୁ ନେଇ ସୋରଡ଼ା ପୋଲିସ ଏକ ମାମଲା ରୁଜୁ କରିବା ସହ ଫେରାର ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି ଏବଂ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ସେପ୍ଟେମ୍ବର ୩୦ରେ 'ଓଡ଼ିଶା ବନ୍ଦ' ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର