ଭଦ୍ରକରେ ବନ୍ୟା ବିପତ୍ତି: ୨୪ ଘଣ୍ଟା ଧରି ତାଳଗଛ ଉପରେ ଫସି ରହିବା ପରେ ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

Madhusudan Das Picture
Published On

ଭଦ୍ରକ: ବନ୍ୟା ଜଳରେ ଫସି ଏକ ତାଳଗଛ ଉପରେ ଦୀର୍ଘ ୨୪ ଘଣ୍ଟା ବିତାଇବା ପରେ ଶେଷରେ ଜଣେ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ଓଡ୍ରାଫ୍ (ODRAF) ଟିମ୍ ଏକ ସଫଳ ଉଦ୍ଧାର କାର୍ଯ୍ୟ କରିଛି। ଧାମନଗର ବ୍ଲକ୍ ଅଞ୍ଚଳରେ ହଠାତ୍ ବନ୍ୟା ଜଳ ପଶିଯିବାରୁ ଚାଷୀ ଜଣକ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଆଶ୍ରୟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ସୂଚନା ଅନୁଯାୟୀ, ନଦୀଗାଁ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚା ସାହିର ଚାଷୀ ତ୍ରିଲୋଚନ ସାହୁ କୃଷି କାର୍ଯ୍ୟ ପାଇଁ ନିଜ ବିଲକୁ ଯାଇଥିଲେ। କିନ୍ତୁ ହଠାତ୍ ବନ୍ୟା ଜଳ ମାଡ଼ି ଆସିବାରୁ ସେ ଚାରିଆଡୁ ଘେରି ହୋଇଯାଇଥିଲେ। ଖସିଯିବାର କୌଣସି ଉପାୟ ନପାଇ ସେ ନିକଟରେ ଥିବା ଏକ ତାଳଗଛ ଉପରକୁ ଚଢ଼ିଯାଇଥିଲେ। ଭୋକ, ଭୟ ଏବଂ ଆଶଙ୍କା ଭିତରେ ସେ ସମ୍ପୂର୍ଣ୍ଣ ରାତିଟି ଗଛ ଉପରେ ହିଁ କାଟିଥିଲେ।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ତ୍ରିଲୋଚନଙ୍କ ବିଷୟରେ କୌଣସି ଖବର ନପାଇ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ପରେ ତାଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ତାଙ୍କ ବାପା ବନ୍ୟା ପାଣିରେ ଫସି ରହିଥିବା ଆଶଙ୍କା ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଏହାପରେ ତୁରନ୍ତ ତିନୋଟି ଓଡ୍ରାଫ୍ ଟିମ୍ ଗଠନ କରାଯାଇ ରାତି ତମାମ ଖୋଜାଖୋଜି ଆରମ୍ଭ ହୋଇଥିଲା, କିନ୍ତୁ ପ୍ରଥମେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଓଡ୍ରାଫ୍ ଯବାନ ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ତ୍ରିଲୋଚନଙ୍କୁ ଠାବ କରାଯାଇ ଗଛ ଉପରୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା। ଗ୍ରାମାଞ୍ଚଳରେ ହଠାତ୍ ଆସୁଥିବା ବନ୍ୟା କିପରି ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି, ଏହି ଘଟଣା ତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର