ରାଜ୍ୟବ୍ୟାପୀ ନକଲି ସାର ରାକେଟ୍‌ ସକ୍ରିୟ : ସରକାର ଉଦାସୀନ, ଫାଇଦା ଉଠାଉଛନ୍ତି ବ୍ୟବସାୟୀ

The Sakala Picture
Published On

ଭୁବନେଶ୍ୱର : ଚାଷୀର ଆବଶ୍ୟକତା ଅନୁସାରେ ସରକାରୀ ଭାବେ ସାର ମିଳୁନି। ବାଧ୍ୟହୋଇ ଚାଷୀମାନେ ବାହାର ଡିଲର୍‌ଙ୍କଠାରୁ ସାର କିଣୁଛନ୍ତି। ଡିଲରମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଚାଷୀଙ୍କଠାରୁ ମୋଟା ଅଙ୍କର ମୁନାଫା କମାଇବା ସହ ନକଲି ସାରକୁ ଅସଲି ବୋଲି କହି ବିକ୍ରି କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସମୟରେ କୃଷି ବିଭାଗ ଚାହିଦା ଥିବା କଂପ୍ଲେକ୍ସ ସାର ଯୋଗାଇପାରୁନି। ଯେଉଁଠି ୧୦ ଟନ୍‌ ଆବଶ୍ୟକ ସେଠିକୁ ୭ ଟନ୍‌ ଦେଉଛି। ଏହାର ଫାଇଦା ନେଇ […]

ଭୁବନେଶ୍ୱର : ଚାଷୀର ଆବଶ୍ୟକତା ଅନୁସାରେ ସରକାରୀ ଭାବେ ସାର ମିଳୁନି। ବାଧ୍ୟହୋଇ ଚାଷୀମାନେ ବାହାର ଡିଲର୍‌ଙ୍କଠାରୁ ସାର କିଣୁଛନ୍ତି। ଡିଲରମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଚାଷୀଙ୍କଠାରୁ ମୋଟା ଅଙ୍କର ମୁନାଫା କମାଇବା ସହ ନକଲି ସାରକୁ ଅସଲି ବୋଲି କହି ବିକ୍ରି କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସମୟରେ କୃଷି ବିଭାଗ ଚାହିଦା ଥିବା କଂପ୍ଲେକ୍ସ ସାର ଯୋଗାଇପାରୁନି। ଯେଉଁଠି ୧୦ ଟନ୍‌ ଆବଶ୍ୟକ ସେଠିକୁ ୭ ଟନ୍‌ ଦେଉଛି। ଏହାର ଫାଇଦା ନେଇ ନକଲି ସାର କାରବାର କରୁଥିବା ରାକେଟ୍‌ ସକ୍ରିୟ ହୋଇ ଉଠିଛନ୍ତି। ରାଜ୍ୟ ବାହାରୁ ବେପାରୀମାନେ ଆସି ଓଡ଼ିଶାର ବିଭିନ୍ନ ବଡ଼ ବଡ଼ ମାର୍କେଟ୍‌ରେ ଡେରା ପକାଇଛନ୍ତି। ଯେଉଁଠି ଚାଷୀଙ୍କର ଅଧିକ ଆବଶ୍ୟକତା ଓ ସରକାରୀ ଉଦାସୀନତା ଦେଖୁଛନ୍ତି, ସେଠି ବ୍ୟାପକ ନକଲି ସାର ବିକ୍ରି କରାଯାଉଛି। ବିଶେଷକରି ଅନୁନ୍ନତ ବ୍ଲକ୍‌ ଓ ପଛୁଆ ଜିଲ୍ଲାଗୁଡ଼ିକୁ ଏମାନେ ଏବେ ଟାର୍ଗେଟ୍‌ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ବାତ୍ୟା-ବନ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ରାଜ୍ୟ ବାହାର ବେପାରୀମାନେ ଡିଲରମାନଙ୍କୁ ବିଭିନ୍ନ ବ୍ରାଣ୍ଡର ନକଲି ସାର ଶସ୍ତାରେ ବିକ୍ରି କରୁଛନ୍ତି। ଏହି ସାର ରାକେଟ୍‌ ବିଶେଷକରି ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍‌ କରୁଛନ୍ତି। ନୂଆପଡ଼ା, ବରଗଡ଼, ବୌଦ୍ଧ ଆଦି ଜିଲ୍ଲାକୁ ଛତିଶଗଡ଼ ଅଞ୍ଚଳରୁ ସାର ଆସୁଛି। ସେଠିକାର ଏଜେଣ୍ଟ୍‌ ପ୍ରଥମେ ଆସି ମାର୍କେଟ୍‌ ସର୍ଭେ କରୁଛନ୍ତି। ବ୍ୟବସାୟୀମାନଙ୍କୁ ମୋଟା ଅଙ୍କର ମୁନାଫା ସହ ଆକର୍ଷଣୀୟ ଅଫର୍‌ର ଲୋଭ ଦେଖାଉଛନ୍ତି। ଫଳରେ ବ୍ୟବସାୟୀମାନେ ପ୍ରଲୋଭନର ଶିକାର ହୋଇ ନକଲି ସାର ଚାଷୀଙ୍କୁ ବିକ୍ରି କରୁଛନ୍ତି। ସେହିଭଳି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖାଯାଉଛି। ଜିଲ୍ଲା ମୁଖ୍ୟାଳୟରୁ ଦୂରରେ ଥିବା ବ୍ଲକ୍‌ଗୁଡ଼ିକର ଛୋଟ ଛୋଟ ମାର୍କେଟ୍‌ଗୁଡ଼ିକୁ ଟାର୍ଗେଟ୍‌ କରୁଛନ୍ତି। ଏହି ସ୍ଥାନରେ ବ୍ଲକ୍‌ କୃଷି ଅଧିକାରୀଙ୍କ ନିଷ୍କ୍ରିୟତା ଓ ଜିଲ୍ଲା କୃଷି ଅଧିକାରୀଙ୍କ ଅଣଦେଖାକୁ ସେମାନେ ସୁଯୋଗରେ ପରିଣତ କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୩୦ ତାରିଖରେ ଅବସର ନେବେ ଡିଜିପି ବିନୟତୋଷ ମିଶ୍ର, କାର୍ଯ୍ୟକାଳ ସରିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ନକଲି ସାର ରାକେଟ୍‌ ରୋକିବାକୁ ମାର୍କଫେଡ୍‌ ଅଧିକାରୀମାନେ ସଜାଗ ରହିଥିବା ସରକାର କହୁଥିବାବେଳେ ବାସ୍ତବରେ ଉପାନ୍ତ ଅଞ୍ଚଳରେ ଏହା ଶୂନ୍‌ ବୋଲି ଅଭିଯୋଗ ହେଉଛି। ବର୍ତ୍ତମାନ ଚାଷୀମାନେ କଂପ୍ଲେକ୍ସ ସାରର ଅଧିକ ବ୍ୟବହାର କରୁଛନ୍ତି। ଏହି ସାର ଏବେ ସରକାରୀ ସ୍ୱୀକୃତିପ୍ରାପ୍ତ ଦୋକାନରେ ମିଳୁନି। ଏହାର ଫାଇଦା ଏହି ଅସାଧୁ ବ୍ୟବସାୟୀମାନେ ଉଠାଉଛନ୍ତି। ଏହି ନକଲି ସାର ମାଟିରେ ଠିକ୍‌ ଭାବରେ ମିଶି ପାରୁ ନ ଥିବାବେଳେ କିଛି ସ୍ଥାନରେ ଟାଣ ହୋଇଯାଉଛି। ଫଳରେ ମୃତ୍ତିକାର ଉର୍ବରତା କମିବା ସହ ପ୍ରଦୂଷଣ ଭୟ ମଧ୍ୟ ବଢୁଛି। ନକଲି ସାର ଯୋଗୁଁ ଚାଷୀ ଖର୍ଚ୍ଚ କରି ମଧ୍ୟ ଏହାର ଲାଭ ପାଇପାରୁ ନାହିଁ। ନକଲି କମ୍ପାନିମାନେ ଡିଲରମାନଙ୍କୁ ବିଭିନ୍ନ ସ୍କିମ ଦେଇ ଆକର୍ଷିତ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ଉପହାର ଓ ଆର୍ଥିକ ପ୍ୟାକେଜ୍‌ ଦେଉଥିବା ଯୋଗୁଁ ସେମାନଙ୍କ ଉପରେ ଚଢ଼ଉ ମଧ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ସରକାର ତୁରନ୍ତ ହସ୍ତକ୍ଷେପ କରି ମାର୍କଫେଡ୍‌ ଜରିଆରେ ଚଢ଼ଉ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଚାଷୀ ମହଲର ଦାବି ହେଉଛି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅକୱାନ’ ପ୍ରଭାବ: ଗୋପାଳପୁରରେ ଅଶାନ୍ତ ସମୁଦ୍ର, ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ

ଉଲ୍ଲେଖଥାଉ କି, ରାଜ୍ୟକୁ ଏବେ ସୁଦ୍ଧା ପାଖାପାଖି ୮ଲକ୍ଷ ମେଟ୍ରିକ୍‌ ଟନ୍‌ କେନ୍ଦ୍ରରୁ ମିଳିସାରିଛି। ଆଗକୁ ଆଉ ଦେଢ଼ ଲକ୍ଷ ମେଟ୍ରିକ୍‌ ଟନ୍‌ ଆସିବ ବୋଲି କୁହାଯାଉଛି। ପୂର୍ବରୁ ରବି ବେଳର ବଳକା ୪ ଲକ୍ଷ ମେଟ୍ରିକ୍‌ ଟନ୍‌ ବିଭିନ୍ନ ଜିଲ୍ଲାରେ ରହିଛି। ମୋଟ ସାରରୁ ପ୍ରାୟ ୬ ଲକ୍ଷ ମେଟ୍ରିକ୍‌ ଟନ୍‌ ବିକ୍ରି ଶେଷ ହୋଇଥିବା କୃଷି ବିଭାଗ କହୁଛି। ମାତ୍ର ରାଜ୍ୟବ୍ୟାପୀ ସାରକୁ ନେଇ ଚାଷୀମାନେ ତିରୋଟାଭାବର ସାମ୍ନା କରୁଛନ୍ତି। ସର୍ବାଧିକ ଚାହିଦା ଥିବା କଂପ୍ଲେକ୍ସ ସାର ଚାଷୀଙ୍କୁ ସରକାରୀ ଖୁଚୁରା ଓ ପାଇକାରୀ ବିକ୍ରେତା କେନ୍ଦ୍ରରେ ମିଳୁନି। ସେହି ସାର ଲୋକମାନେ ବାହାରୁ ଉଚ୍ଚା ଦାମ୍‌ରେ କିଣୁଛନ୍ତି। ସେଇଠି ହିଁ ସେମାନେ ନକଲି ସାରର ଶିକାର ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଭାବେ ୫୦ କେଜିର ଡିଏପି ବସ୍ତାର ଦାମ୍‌ ୧୩ଶହ ଟଙ୍କା ହୋଇଥିବାବେଳେ ଖୋଲାବଜାରରେ ତାହା ୨ହଜାରରୁ ୨୨ଶହ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ୧୩୯୦ ଟଙ୍କାର ଗ୍ରୋମୋର ବସ୍ତା ୧୮ଶହରୁ ୨ହଜାର ଟଙ୍କାରେ ବିକ୍ରି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର