ଲୁଚାଛପାରେ ତିଆରି, ଖୋଲାବଜାରରେ ବିକ୍ରି; ଗଳିକନ୍ଦିରେ ମିଳୁଛି ନକଲି ସିଗାରେଟ୍‍ ଓ ବାଟି ସୋଡ଼ା

The Sakala Picture
Published On

ଭୁବନେଶ୍ୱର: କଟକ ପରେ ରାଜଧାନୀରେ ଅଧିକାଂଶ ଅଞ୍ଚଳରେ ନକଲି ବ୍ରାଣ୍ଡର ସାମଗ୍ରୀ ବିକ୍ରି ହେଉଛି। ଏବେ ରାଜଧାନୀରେ ବହୁଳ ବ୍ୟବହାର ହେଉଥିବା ବିଭିନ୍ନ ବ୍ରାଣ୍ଡର ନକଲି ସିଗାରେଟ୍‍ ଓ ବାଟି ସୋଡ଼ା ମଧ୍ୟ ମିଳୁଛି। ବିଭିନ୍ନ ଦାମୀ ବ୍ରାଣ୍ଡର ସିଗାରେଟ୍‍ ଭଳି ଅବିକଳ ଦେଖା ଯାଉଛି ନକଲି ସିଗାରେଟ୍‍। ଶସ୍ତାରେ ଦୋକାନୀ ଏହି ଅସାଧୁମାନଙ୍କ ଠାରୁ କିଣି ଅଧିକ ଦାମ୍‍ରେ ବିକ୍ରି କରୁଛନ୍ତି। ଏହି ନକଲି ସିଗାରେଟ ଏକ ସ୍ୱତନ୍ତ୍ର କେମିକାଲ ଦିଆଯାଉଥିବାରୁ ଗ୍ରାହକଙ୍କୁ ଅଧିକ ପସନ୍ଦ […]

ଭୁବନେଶ୍ୱର: କଟକ ପରେ ରାଜଧାନୀରେ ଅଧିକାଂଶ ଅଞ୍ଚଳରେ ନକଲି ବ୍ରାଣ୍ଡର ସାମଗ୍ରୀ ବିକ୍ରି ହେଉଛି। ଏବେ ରାଜଧାନୀରେ ବହୁଳ ବ୍ୟବହାର ହେଉଥିବା ବିଭିନ୍ନ ବ୍ରାଣ୍ଡର ନକଲି ସିଗାରେଟ୍‍ ଓ ବାଟି ସୋଡ଼ା ମଧ୍ୟ ମିଳୁଛି। ବିଭିନ୍ନ ଦାମୀ ବ୍ରାଣ୍ଡର ସିଗାରେଟ୍‍ ଭଳି ଅବିକଳ ଦେଖା ଯାଉଛି ନକଲି ସିଗାରେଟ୍‍। ଶସ୍ତାରେ ଦୋକାନୀ ଏହି ଅସାଧୁମାନଙ୍କ ଠାରୁ କିଣି ଅଧିକ ଦାମ୍‍ରେ ବିକ୍ରି କରୁଛନ୍ତି। ଏହି ନକଲି ସିଗାରେଟ ଏକ ସ୍ୱତନ୍ତ୍ର କେମିକାଲ ଦିଆଯାଉଥିବାରୁ ଗ୍ରାହକଙ୍କୁ ଅଧିକ ପସନ୍ଦ ଲାଗୁଛି। ଏହିଭଳି ନକଲି ସିଗାରେଟ୍‍ ପାଇଁ ଏକାଧିକ ସିଗାରେଟ୍‍ କମ୍ପାନୀର ବ୍ୟବସାୟ ରାଜଧାନୀ ମାର୍କେଟରେ କମିଯାଇଥିବା କମ୍ପାନୀ ପକ୍ଷରୁ ଅଭିଯୋଗ ହେଉଛି। ବିନା ଯାଞ୍ଚ ଓ ବିନା ପ୍ରମାଣପତ୍ରରେ କିଛି ଅସ।।ଧୁ ରାଜଧାନୀରେ ଘର ଭଡ଼ା ନେଇ ଏଭଳି ନକଲି ସିଗାରୋଟ୍‍ ପ୍ରସ୍ତୁତ କରୁଛନ୍ତି। ରାଜଧାନୀ ଭିତରେ ଓ ଉପକଣ୍ଠରେ ଏହି କମ୍ପାନିଗୁଡ଼ିକ ଲୁଚାଛପାରେ ଉତ୍ପାଦନ କରୁଥିଲେ ବି ଖୋଲା ବଜାରରେ ବିକ୍ରି କରୁଛନ୍ତି। ବିଶେଷକରି ରାଜଧାନୀର ସାଲିଆସାହି, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଲକ୍ଷ୍ମୀସାଗର, ପଟିଆ, ହଁସପାଳ ଆଦି ଅଞ୍ଚଳରେ ବହୁଳମାତ୍ରାରେ ପ୍ରସ୍ତୁତ କରାଯାଇ ଖୋଲା ବଜାରରେ ବିକ୍ରି କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

ବଜାରରେ ମିଳୁଥିବା ଏହି ନକଲି ସାମଗ୍ରୀକୁ ନେଇ ବଡ଼ ଧରଣର ଅଘଟଣ ନ ଘଟିଲେ ଧରପଗଡ଼଼ କରୁନି ପ୍ରଶାସନ। ମାତ୍ର ବଜାରରେ ବିକ୍ରି ହେଉଥିବା ନକଲି ସାମଗ୍ରୀର ମାନ ପରୀକ୍ଷା କରିବାକୁ ଖାଦ୍ୟ ସୁରକ୍ଷା ବିଭାଗ ରହିଛି। ଖାଦ୍ୟ ସୁରକ୍ଷା ବିଭାଗର ପ୍ରମାଣପତ୍ର ବିନା କମ୍ପାନୀ ତାର ଉତ୍ପାଦନ ବିକ୍ରି କରିପାରେ ନାହିଁ। ମାତ୍ର ନକଲି ସିଗାରେଟ୍‍ ଉତ୍ପାଦନ କରି ଏହାକୁ ବିକ୍ରି କରିବା କୌଣସି ନିୟମ ନାହିଁ। ହେଲେ ଅସାଧୁମାନେ ଖୋଲାଖୋଲି ଏହାକୁ ବଜାରରେ ବିକ୍ରି କରି ଲକ୍ଷାଧିକ ଟଙ୍କା ମୁନାଫା ପାଉଛନ୍ତି। ଏହି ସିଗାରେଟ୍‍କୁ ସାଧାରଣ ଲୋକେ ବ୍ୟବହାର କରି ଫୁସ୍‍ଫୁସ୍‍ ଏବଂ ଅନ୍ୟାନ ରୋଗରେ ପଡୁଛନ୍ତି। ଘର ଭଡ଼ା ନେଇ ସେଠାରେ ଟୋବାକୋ ସାମଗ୍ରୀ ରଖି ନକଲି ସିଗାରେଟ୍‍ ପ୍ରସ୍ତୁତ କରୁଛନ୍ତି। ସେଥିରେ ଟବାକୋ ପରିମାଣ କମ୍‍ ପରିମାଣ ଦେଇ ସେଥିରେ ଏକ ନକଲି ପଦାର୍ଥ ମିଶାଇ ସିଗାରେଟ୍‍ ପ୍ରସ୍ତୁତ କରୁଛନ୍ତି। ଏହାପରେ ପୂରା ପ୍ୟାକେଟ୍‍ କରି ସହରର ଗଳିକନ୍ଦିରେ ବିକ୍ରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

ସେହିପରି ରାଜଧାନୀରେ ବହୁଳ ବ୍ୟବସାୟ ହେଉଥିବା ବାଟି ସୋଡ଼ା ମଧ୍ୟ ନକଲି ଆସୁଛି। ଏହି ବାଟି ସୋଡ଼ା କେଉଁଠୁ ଉତ୍ପାଦନ ହେଉଛି, କେବେ ଉତ୍ପାଦନ ହେଲା, କେତେଦିନ ପର୍ଯ୍ୟନ୍ତ ବିକ୍ରି ହୋଇପାରିବ ଆଦି କୌଣସି ତଥ୍ୟ ଦିଆଯାଉନାହିଁ। ସୋଡ଼ା ଭିତରୁ ମଲା ଅସରପା, ଜନ୍ଦା ଓ ପିମ୍ପୁଡ଼ି ବାହାରୁଛନ୍ତି। ଏହା ପିଇବା ପାଇଁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଲୋକମାନେ ଅଧିକମାତ୍ରାରେ ଏହି ସୋଡ଼ା ପିଉଛନ୍ତି। ବିଶେଷକରି ନକଲି ସିଗାରେଟ୍‍ ଲଗାଇବା ସହ ଏହି ବାଟି ସୋଡ଼ା ଆଣି ପିଉଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଏହି ବାଟି ସୋଡ଼ା କେଉଁଠୁ ପ୍ରସ୍ତୁତ ହେଉଛି, ସେ ନେଇ କାହା ନିକଟରେ ଖବର ନାହିଁ। କିନ୍ତୁ ଦୋକାନୀମାନଙ୍କୁ ଗାଡ଼ି ଆସି ସୋଡ଼ା ଦେଉଛି। ଲୋକଙ୍କର ଅଧିକ ଚାହିଦା ଥିବାରୁ ତାହା ମଗାଯାଉଛି। ଏହି ସୋଡ଼ାର ମାନ ଯାଞ୍ଚ କରାଯାଇନାହିଁ। ତେଣୁ ଲୋକେ ଏହି ସୋଡ଼ା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଅନେକ ଡାକ୍ତର ପରାମର୍ଶ ଦେଇଛନ୍ତି। କେବଳ ବାଟି ସୋଡ଼ା ନୁହେଁ ଅନେକ ପାଣି ବୋତଲ ମଧ୍ୟ ନକଲି ଆସୁଛି। ବିନା ଯାଞ୍ଚରେ ବୋତଲରେ ପାଣି ପୂରାଇ ଷ୍ଟିକର ମାରି ବଜାରକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

18 Jan 2022 By The Sakala

ଲୁଚାଛପାରେ ତିଆରି, ଖୋଲାବଜାରରେ ବିକ୍ରି; ଗଳିକନ୍ଦିରେ ମିଳୁଛି ନକଲି ସିଗାରେଟ୍‍ ଓ ବାଟି ସୋଡ଼ା

ଭୁବନେଶ୍ୱର: କଟକ ପରେ ରାଜଧାନୀରେ ଅଧିକାଂଶ ଅଞ୍ଚଳରେ ନକଲି ବ୍ରାଣ୍ଡର ସାମଗ୍ରୀ ବିକ୍ରି ହେଉଛି। ଏବେ ରାଜଧାନୀରେ ବହୁଳ ବ୍ୟବହାର ହେଉଥିବା ବିଭିନ୍ନ ବ୍ରାଣ୍ଡର ନକଲି ସିଗାରେଟ୍‍ ଓ ବାଟି ସୋଡ଼ା ମଧ୍ୟ ମିଳୁଛି। ବିଭିନ୍ନ ଦାମୀ ବ୍ରାଣ୍ଡର ସିଗାରେଟ୍‍ ଭଳି ଅବିକଳ ଦେଖା ଯାଉଛି ନକଲି ସିଗାରେଟ୍‍। ଶସ୍ତାରେ ଦୋକାନୀ ଏହି ଅସାଧୁମାନଙ୍କ ଠାରୁ କିଣି ଅଧିକ ଦାମ୍‍ରେ ବିକ୍ରି କରୁଛନ୍ତି। ଏହି ନକଲି ସିଗାରେଟ ଏକ ସ୍ୱତନ୍ତ୍ର କେମିକାଲ ଦିଆଯାଉଥିବାରୁ ଗ୍ରାହକଙ୍କୁ ଅଧିକ ପସନ୍ଦ ଲାଗୁଛି। ଏହିଭଳି ନକଲି ସିଗାରେଟ୍‍ ପାଇଁ ଏକାଧିକ ସିଗାରେଟ୍‍ କମ୍ପାନୀର ବ୍ୟବସାୟ ରାଜଧାନୀ ମାର୍କେଟରେ କମିଯାଇଥିବା କମ୍ପାନୀ ପକ୍ଷରୁ ଅଭିଯୋଗ ହେଉଛି। ବିନା ଯାଞ୍ଚ ଓ ବିନା ପ୍ରମାଣପତ୍ରରେ କିଛି ଅସ।।ଧୁ ରାଜଧାନୀରେ ଘର ଭଡ଼ା ନେଇ ଏଭଳି ନକଲି ସିଗାରୋଟ୍‍ ପ୍ରସ୍ତୁତ କରୁଛନ୍ତି। ରାଜଧାନୀ ଭିତରେ ଓ ଉପକଣ୍ଠରେ ଏହି କମ୍ପାନିଗୁଡ଼ିକ ଲୁଚାଛପାରେ ଉତ୍ପାଦନ କରୁଥିଲେ ବି ଖୋଲା ବଜାରରେ ବିକ୍ରି କରୁଛନ୍ତି। ବିଶେଷକରି ରାଜଧାନୀର ସାଲିଆସାହି, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଲକ୍ଷ୍ମୀସାଗର, ପଟିଆ, ହଁସପାଳ ଆଦି ଅଞ୍ଚଳରେ ବହୁଳମାତ୍ରାରେ ପ୍ରସ୍ତୁତ କରାଯାଇ ଖୋଲା ବଜାରରେ ବିକ୍ରି କରାଯାଉଛି।

ବଜାରରେ ମିଳୁଥିବା ଏହି ନକଲି ସାମଗ୍ରୀକୁ ନେଇ ବଡ଼ ଧରଣର ଅଘଟଣ ନ ଘଟିଲେ ଧରପଗଡ଼଼ କରୁନି ପ୍ରଶାସନ। ମାତ୍ର ବଜାରରେ ବିକ୍ରି ହେଉଥିବା ନକଲି ସାମଗ୍ରୀର ମାନ ପରୀକ୍ଷା କରିବାକୁ ଖାଦ୍ୟ ସୁରକ୍ଷା ବିଭାଗ ରହିଛି। ଖାଦ୍ୟ ସୁରକ୍ଷା ବିଭାଗର ପ୍ରମାଣପତ୍ର ବିନା କମ୍ପାନୀ ତାର ଉତ୍ପାଦନ ବିକ୍ରି କରିପାରେ ନାହିଁ। ମାତ୍ର ନକଲି ସିଗାରେଟ୍‍ ଉତ୍ପାଦନ କରି ଏହାକୁ ବିକ୍ରି କରିବା କୌଣସି ନିୟମ ନାହିଁ। ହେଲେ ଅସାଧୁମାନେ ଖୋଲାଖୋଲି ଏହାକୁ ବଜାରରେ ବିକ୍ରି କରି ଲକ୍ଷାଧିକ ଟଙ୍କା ମୁନାଫା ପାଉଛନ୍ତି। ଏହି ସିଗାରେଟ୍‍କୁ ସାଧାରଣ ଲୋକେ ବ୍ୟବହାର କରି ଫୁସ୍‍ଫୁସ୍‍ ଏବଂ ଅନ୍ୟାନ ରୋଗରେ ପଡୁଛନ୍ତି। ଘର ଭଡ଼ା ନେଇ ସେଠାରେ ଟୋବାକୋ ସାମଗ୍ରୀ ରଖି ନକଲି ସିଗାରେଟ୍‍ ପ୍ରସ୍ତୁତ କରୁଛନ୍ତି। ସେଥିରେ ଟବାକୋ ପରିମାଣ କମ୍‍ ପରିମାଣ ଦେଇ ସେଥିରେ ଏକ ନକଲି ପଦାର୍ଥ ମିଶାଇ ସିଗାରେଟ୍‍ ପ୍ରସ୍ତୁତ କରୁଛନ୍ତି। ଏହାପରେ ପୂରା ପ୍ୟାକେଟ୍‍ କରି ସହରର ଗଳିକନ୍ଦିରେ ବିକ୍ରି କରୁଛନ୍ତି।

ସେହିପରି ରାଜଧାନୀରେ ବହୁଳ ବ୍ୟବସାୟ ହେଉଥିବା ବାଟି ସୋଡ଼ା ମଧ୍ୟ ନକଲି ଆସୁଛି। ଏହି ବାଟି ସୋଡ଼ା କେଉଁଠୁ ଉତ୍ପାଦନ ହେଉଛି, କେବେ ଉତ୍ପାଦନ ହେଲା, କେତେଦିନ ପର୍ଯ୍ୟନ୍ତ ବିକ୍ରି ହୋଇପାରିବ ଆଦି କୌଣସି ତଥ୍ୟ ଦିଆଯାଉନାହିଁ। ସୋଡ଼ା ଭିତରୁ ମଲା ଅସରପା, ଜନ୍ଦା ଓ ପିମ୍ପୁଡ଼ି ବାହାରୁଛନ୍ତି। ଏହା ପିଇବା ପାଇଁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଲୋକମାନେ ଅଧିକମାତ୍ରାରେ ଏହି ସୋଡ଼ା ପିଉଛନ୍ତି। ବିଶେଷକରି ନକଲି ସିଗାରେଟ୍‍ ଲଗାଇବା ସହ ଏହି ବାଟି ସୋଡ଼ା ଆଣି ପିଉଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଏହି ବାଟି ସୋଡ଼ା କେଉଁଠୁ ପ୍ରସ୍ତୁତ ହେଉଛି, ସେ ନେଇ କାହା ନିକଟରେ ଖବର ନାହିଁ। କିନ୍ତୁ ଦୋକାନୀମାନଙ୍କୁ ଗାଡ଼ି ଆସି ସୋଡ଼ା ଦେଉଛି। ଲୋକଙ୍କର ଅଧିକ ଚାହିଦା ଥିବାରୁ ତାହା ମଗାଯାଉଛି। ଏହି ସୋଡ଼ାର ମାନ ଯାଞ୍ଚ କରାଯାଇନାହିଁ। ତେଣୁ ଲୋକେ ଏହି ସୋଡ଼ା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଅନେକ ଡାକ୍ତର ପରାମର୍ଶ ଦେଇଛନ୍ତି। କେବଳ ବାଟି ସୋଡ଼ା ନୁହେଁ ଅନେକ ପାଣି ବୋତଲ ମଧ୍ୟ ନକଲି ଆସୁଛି। ବିନା ଯାଞ୍ଚରେ ବୋତଲରେ ପାଣି ପୂରାଇ ଷ୍ଟିକର ମାରି ବଜାରକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର