୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି । ଯଦିଓ କିଛି କିଛି ସ୍ଥାନରେ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି, ମାତ୍ର ତାପମାତ୍ରାକୁ ରୋକିବାରେ ଏହା ସଫଳ ହୋଇନାହିଁ। ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ସକାଳୁ ପ୍ରବଳ ଗୁଳୁଗୁଳି ଆରମ୍ଭ ହୋଇଯାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ଓ ୭ ତାରିଖରୁ ୧୦ ତାରିଖରୁ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ […]

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି । ଯଦିଓ କିଛି କିଛି ସ୍ଥାନରେ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି, ମାତ୍ର ତାପମାତ୍ରାକୁ ରୋକିବାରେ ଏହା ସଫଳ ହୋଇନାହିଁ। ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ସକାଳୁ ପ୍ରବଳ ଗୁଳୁଗୁଳି ଆରମ୍ଭ ହୋଇଯାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ଓ ୭ ତାରିଖରୁ ୧୦ ତାରିଖରୁ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ ‘ଉଷ୍ଣ ଘାତ’ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋଳଥିଆ ଡବଲ୍ ମର୍ଡର ଘଟଣା: ଦୁଇ ନାବାଳକ ଛାତ୍ର ଗିରଫ, ପ୍ରେମ ବ୍ୟାପାରରୁ ଯୋଜନାବଦ୍ଧ ହତ୍ୟା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ସହିତ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଜୁନ୍‌ ୭ରୁ ଜୁନ୍‌ ୧୦ ମଧ୍ୟରେ ଚଳିତ ବର୍ଷର ସବୁଠାରୁ ଉତ୍ତପ୍ତ ଦିବସ ହୋଇପାରେ। ଜୁନ୍‌ ୫ରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଜୁନ୍‌ ୭ରେ କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ଜୁନ୍‌ ୧୦-୧୨ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୮ ଡିଗ୍ରୀ ବା ତାଠାରୁ ଅଧିକ ରହିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ ସବୁଠାରୁ ଅଧିକ ଉତ୍ତପ୍ତ ଉତ୍ତପ୍ତ ରହିବ। ଏହାସହିତ ଆଭ୍ୟନ୍ତରୀଣ କଟକ, ଖୋର୍ଦ୍ଧା, ପୁରୀର କିଛି ଅଞ୍ଚଳ, ନୟାଗଡ଼ ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ମଧ୍ୟ ଅତ୍ୟଧିକ ଗରମ ସହିତ ଝାଞ୍ଜି ପବନ ଓ ଗୁଳୁଗୁଳି ହୋଇପାରେ। ଜୁନ୍‌ ମାସରେ ମୌସୁମୀ ବିଳମ୍ବ ହେଲେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ୨୦୨୩ ଜୁନ୍‌ ୧୨ରେ ରାଜ୍ୟରେ ୧୬ ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ସମ୍ବଲପୁରରେ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଭୁବନେଶ୍ୱରରେ ୪୪.୩ ଡିଗ୍ରୀ ରେକର୍ଡ ହେବା ସହ ସେହି ସମୟରେ ଏଠାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୮.୩ ଡିଗ୍ରୀ ଅଧିକ ରହିଥିଲା। ୨୦୧୬ ମସିହାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟବ୍ୟାପୀ 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ୍

ପ୍ରଫେସର ପଶୁପାଳକ ଆହୁରି କରିଛନ୍ତି ଯେ ଆସନ୍ତା ଜୁନ୍‌ ୧୧ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ରାଜ୍ୟକୁ ପୂର୍ବା ପବନ ବହିବ। ଫଳରେ ଉପକୂଳରେ ୧୧ ଏବଂ ଆଭ୍ୟନ୍ତରୀଣରେ ୧୩ରୁ ତାପମାତ୍ରା କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ଅନୁଗୁଳ, ସମ୍ବଲପୁର ଓ ଭଦ୍ରକରେ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବାକି ଅଧିକାଂଶ ସ୍ଥଆନରେ ତାପମାତ୍ରା ୩୭-୩୮ ଡିଗ୍ରୀ ମଧ୍ୟରେ ରହିଛି। ଏହାସହିତ ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୫୦ ପ୍ରତିଶତରୁ ଅଧିକ ରହିଥିବା ହେତୁ ରାଜ୍ୟବାସୀ ଭୀଷଣ ଗୁଳୁଗୁଳି ଭୋଗିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ସମେତ ବାଲେଶ୍ୱର, ସୋନପୁର, ଟିଟିଲାଗଡ଼ ଓ ଖୋର୍ଦ୍ଧାରେ ହୋଇଥିବା ବର୍ଷା ଯୋଗୁଁ ଏଠାରେ ଜାରି ରହିଥିବା ଗୁଳୁଗୁଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା-୨୦୨୬ ପରୀକ୍ଷାଫଳ, ସାମ୍ସ ପୋର୍ଟାଲ୍‌ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

05 Jun 2025 By The Sakala

୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି । ଯଦିଓ କିଛି କିଛି ସ୍ଥାନରେ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି, ମାତ୍ର ତାପମାତ୍ରାକୁ ରୋକିବାରେ ଏହା ସଫଳ ହୋଇନାହିଁ। ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ସକାଳୁ ପ୍ରବଳ ଗୁଳୁଗୁଳି ଆରମ୍ଭ ହୋଇଯାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ଓ ୭ ତାରିଖରୁ ୧୦ ତାରିଖରୁ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ ‘ଉଷ୍ଣ ଘାତ’ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ସହିତ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଜୁନ୍‌ ୭ରୁ ଜୁନ୍‌ ୧୦ ମଧ୍ୟରେ ଚଳିତ ବର୍ଷର ସବୁଠାରୁ ଉତ୍ତପ୍ତ ଦିବସ ହୋଇପାରେ। ଜୁନ୍‌ ୫ରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଜୁନ୍‌ ୭ରେ କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ଜୁନ୍‌ ୧୦-୧୨ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୮ ଡିଗ୍ରୀ ବା ତାଠାରୁ ଅଧିକ ରହିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ ସବୁଠାରୁ ଅଧିକ ଉତ୍ତପ୍ତ ଉତ୍ତପ୍ତ ରହିବ। ଏହାସହିତ ଆଭ୍ୟନ୍ତରୀଣ କଟକ, ଖୋର୍ଦ୍ଧା, ପୁରୀର କିଛି ଅଞ୍ଚଳ, ନୟାଗଡ଼ ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ମଧ୍ୟ ଅତ୍ୟଧିକ ଗରମ ସହିତ ଝାଞ୍ଜି ପବନ ଓ ଗୁଳୁଗୁଳି ହୋଇପାରେ। ଜୁନ୍‌ ମାସରେ ମୌସୁମୀ ବିଳମ୍ବ ହେଲେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ୨୦୨୩ ଜୁନ୍‌ ୧୨ରେ ରାଜ୍ୟରେ ୧୬ ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ସମ୍ବଲପୁରରେ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଭୁବନେଶ୍ୱରରେ ୪୪.୩ ଡିଗ୍ରୀ ରେକର୍ଡ ହେବା ସହ ସେହି ସମୟରେ ଏଠାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୮.୩ ଡିଗ୍ରୀ ଅଧିକ ରହିଥିଲା। ୨୦୧୬ ମସିହାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରଫେସର ପଶୁପାଳକ ଆହୁରି କରିଛନ୍ତି ଯେ ଆସନ୍ତା ଜୁନ୍‌ ୧୧ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ରାଜ୍ୟକୁ ପୂର୍ବା ପବନ ବହିବ। ଫଳରେ ଉପକୂଳରେ ୧୧ ଏବଂ ଆଭ୍ୟନ୍ତରୀଣରେ ୧୩ରୁ ତାପମାତ୍ରା କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ଅନୁଗୁଳ, ସମ୍ବଲପୁର ଓ ଭଦ୍ରକରେ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବାକି ଅଧିକାଂଶ ସ୍ଥଆନରେ ତାପମାତ୍ରା ୩୭-୩୮ ଡିଗ୍ରୀ ମଧ୍ୟରେ ରହିଛି। ଏହାସହିତ ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୫୦ ପ୍ରତିଶତରୁ ଅଧିକ ରହିଥିବା ହେତୁ ରାଜ୍ୟବାସୀ ଭୀଷଣ ଗୁଳୁଗୁଳି ଭୋଗିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ସମେତ ବାଲେଶ୍ୱର, ସୋନପୁର, ଟିଟିଲାଗଡ଼ ଓ ଖୋର୍ଦ୍ଧାରେ ହୋଇଥିବା ବର୍ଷା ଯୋଗୁଁ ଏଠାରେ ଜାରି ରହିଥିବା ଗୁଳୁଗୁଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର