ଅବୈଧ ବିବାହ କ୍ଷେତ୍ରରେ ମଧ୍ୟ ପିତାଙ୍କ ସ୍ୱଅର୍ଜିତ ଓ ପୈତୃକ ସମ୍ପତ୍ତିରେ ସନ୍ତାନର ଅଧିକାର ରହିଛି :ହାଇକୋର୍ଟ

The Sakala Picture
Published On

କଟକ :  ଅମାନ୍ୟ ବା ଅବୈଧ ବିବାହ ସତ୍ତ୍ବେ ଜନ୍ମିତ ସନ୍ତାନର ନିଜ ପିତାଙ୍କ କେବଳ ସ୍ୱଅର୍ଜିତ ସମ୍ପତ୍ତି ନୁହଁ ଏପରିକି ପିତାଙ୍କ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହିନ୍ଦୁ ବିବାହ ଅଧିନିୟମ-୧୯୫୬ର ଧାରା ୧୬ଅନୁସାରେ ଅବୈଧ ବିବାହ ଫଳରେ ଜନ୍ମିତ ସନ୍ତାନକୁ ବୈଧତା ପ୍ରଦାନ କରାଯାଇଛି। ସେହିଭଳି ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬ ଅନୁସାରେ ବୈଧ ସନ୍ତାନଙ୍କୁ ନିଜ ପିତାମାତାଙ୍କ ସମ୍ପତ୍ତି ଉପରେ ଉତ୍ତରାଧିକାରୀ […]

କଟକ :  ଅମାନ୍ୟ ବା ଅବୈଧ ବିବାହ ସତ୍ତ୍ବେ ଜନ୍ମିତ ସନ୍ତାନର ନିଜ ପିତାଙ୍କ କେବଳ ସ୍ୱଅର୍ଜିତ ସମ୍ପତ୍ତି ନୁହଁ ଏପରିକି ପିତାଙ୍କ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହିନ୍ଦୁ ବିବାହ ଅଧିନିୟମ-୧୯୫୬ର ଧାରା ୧୬ଅନୁସାରେ ଅବୈଧ ବିବାହ ଫଳରେ ଜନ୍ମିତ ସନ୍ତାନକୁ ବୈଧତା ପ୍ରଦାନ କରାଯାଇଛି। ସେହିଭଳି ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬ ଅନୁସାରେ ବୈଧ ସନ୍ତାନଙ୍କୁ ନିଜ ପିତାମାତାଙ୍କ ସମ୍ପତ୍ତି ଉପରେ ଉତ୍ତରାଧିକାରୀ ଭାବେ ଅଧିକାର ରହିଛି । ଅବୈଧ ବିବାହ ପାଇଁ ଜନ୍ମିତ ସନ୍ତାନଙ୍କ ଉତ୍ତରାଧିକାର ଅଧିକାର ସମ୍ପର୍କିତ ଆଇନକୁ ତର୍ଜମା କରି ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା: ୪ ଜିଲ୍ଲା ପାଇଁ ୪ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ଓଡ଼ିଶା ସରକାର

ଜନୈକ ମୃତକ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଭାବେ ମାମଲାର ପ୍ରତିପକ୍ଷ ନିଜକୁ ଆଇନଗତ ଭାବେ ବିବାହିତ ପତ୍ନୀ ଭାବେ ମାନ୍ୟତା ଦାବି କରି ଭୁବନେଶ୍ୱର ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ମୃତକଙ୍କ ସହ ତାଙ୍କର ବିବାହ ୧୯୬୬ଜୁନ୫ରେ ହିନ୍ଦୁ ରୀତି ଅନୁସାରେ ସମ୍ପନ୍ନ ହେବା ସହ ଉଭୟ ଏକତ୍ର ରହୁଥିଲେ ବୋଲି ଦର୍ଶାଯାଇଥିଲା । ଅନ୍ୟପଟରେ ଯେଉଁଠି ଆବେଦନକାରୀ ଆଉ ଜଣେ ମହିଳା ନିଜକୁ ସମ୍ପୃକ୍ତ ମୃତକଙ୍କ ପତ୍ନୀ ଭାବେ ଦାବି କରିଥିଲେ । ଆବେଦନକାରୀ କେବଳ ତାଙ୍କ ସ୍ୱାମୀଙ୍କ ସହ ଏକତ୍ର କାର୍ଯ୍ୟ କରୁଥିଲେ ଓ ତାଙ୍କର କୌଣସି ବୈବାହିକ ସମ୍ପର୍କ ନଥିଲା ବୋଲି ପ୍ରତିପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ପରିବାର ଅଦାଲତରେ ଦର୍ଶାଯାଇଥିଲା । ପରିବାର ଅଦାଲତ କେବଳ ପ୍ରତିପକ୍ଷ ଓ ତାଙ୍କ ସନ୍ତାନଙ୍କୁ ମୃତକ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଭାବେ ଗ୍ରହଣ କରି ମାମଲାର ପରିସମାପ୍ତି ଘଟାଇଥିଲେ। ଏହାକୁ ବିରୋଧ କରି ଆବେଦନକାରୀ ମହିଳା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପୋଲିସ କ୍ୱାର୍ଟର୍ସରୁ ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ବଢୁଛି ରହସ୍ୟ

ଆବେଦନକାରୀ ଦର୍ଶାଇଥିଲେ ଯେ ମୃତକଙ୍କ ସହ ତାଙ୍କର ସମ୍ପର୍କରୁ ଜନ୍ମିତ ସନ୍ତାନ ହିନ୍ଦୁ ବିବାହ ଅଧିନିୟମ ଧାରା ୧୬ ଅନୁସାରେ ବୈଧ ଅଟନ୍ତି । ଏଣୁ ନିଜ ପିତାଙ୍କ ସମ୍ପତ୍ତି ଅଧିକାର ପାଇଁ ହକଦାର ବୋଲି ଦର୍ଶାଇଥିଲେ ଆବେଦନକାରୀଙ୍କ ଓକିଲ । ତେବେ ପରିବାର ଅଦଲାତଙ୍କ ଆଦେଶକୁ ପରିବର୍ତ୍ତନ କରିବା ସହ ଆବେଦନକାରୀଙ୍କ ସହ ମୃତକଙ୍କ ସମ୍ପର୍କରୁ ଜନ୍ମିତ ସନ୍ତାନର ମଧ୍ୟ ନିଜ ପିତାଙ୍କ ସ୍ୱଅର୍ଜିତ ଓ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି ।

ଆହୁରି ପଢ଼ନ୍ତୁ: କୁହୁଡି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୫ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର