ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲର ୪୧ତମ ବାର୍ଷିକ ଉତ୍ସବରେ ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ଅଭିଭାଷଣ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଭିଏସଏସ ନଗର ସ୍ଥିତ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲର ୪୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା, ବିଶିଷ୍ଟ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର, କୋଷାଧ୍ୟକ୍ଷ ସୌଭାକର ଦାସ ଫତେସିଂ, ପ୍ରଧାନ ଶିକ୍ଷକ ଅଲେଖ ଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ପ୍ରତ୍ୟେକ ବିଦ୍ୟାଳୟ ଏକ ମନ୍ଦିର । ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅଭିଭାଷଣ ରଖିଥିଲେ। ବିଦ୍ୟାଳୟକୁ ନମସ୍କାର କରି ଅଭିଭାଷଣ ଆରମ୍ଭ କରିଥିଲେ। କହିଥିଲେ,  ପ୍ରତ୍ୟେକ ବିଦ୍ୟାଳୟ ଏକ ମନ୍ଦିର। ଆଜିର କୋମଳମତି ଶିଶୁ ଆସନ୍ତା କାଲିର ଭବିଷ୍ୟତ। ଦେଶ ଗଠନରେ ଶିଶୁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଭିଭାବକମାନେ ପାଠ ପଢା ପାଇଁ ପିଲାମାନଙ୍କ ଉପରେ ଅତ୍ୟଧିକ ଚାପ ପ୍ରୟୋଗ ନକରିବା ଉଚିତ। ପିଲାମାନେ ଯାହା କରିବାକୁ ଚାହୁଁଛନ୍ତି ସେମାନଙ୍କୁ କରିବାକୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ପିଲାଙ୍କ ଠାରୁ ଆମେ ଅନେକ କିଛି ଶିଖିବାର ଅଛି। ପିଲାମାନେ ଭଲ ମଣିଷ ହେବା ଆବଶ୍ୟକ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା। କହିଥିଲେ, କେବଳ ପଢ଼ିଲେ ହେବନି ସେହି ଜ୍ଞାନକୁ କାର୍ଯ୍ୟକାରୀ କରିବା ଉଚିତ। ପ୍ରତିଟି ପିଲାଙ୍କ ଜୀବନ ଶୃଙ୍ଖଳିତ ହେବା ଆବଶ୍ୟକ। ଶୃଙ୍ଖଳା ସଂସ୍କାରରୁ ଆସେ। ତେଣୁ ପ୍ରତି ପିଲାଙ୍କୁ ଭଲ ସଂସ୍କାର ପ୍ରଦାନ ସହ ପିଲାଙ୍କ ପାଇଁ ଶୈଖିକ ବାତାବରଣର ଆବଶ୍ୟକତା ରହିଛି । ଶିଶୁର ଅନ୍ତର୍ନିହିତ ଗୁଣର ପରିପ୍ରକାଶ ହେଲେ ପିଲାଟି ଶ୍ରେଷ୍ଠତ୍ବ ହାସଲ କରିପାରିବ ବୋଲି ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ। ଅତିଥିମାନଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କୁନି କୁନି ପିଲାମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

27 Dec 2025 By Madhusudan Das

ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲର ୪୧ତମ ବାର୍ଷିକ ଉତ୍ସବରେ ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ଅଭିଭାଷଣ

ଭୁବନେଶ୍ୱର: ଭୁବନେଶ୍ୱର ଭିଏସଏସ ନଗର ସ୍ଥିତ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲର ୪୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା, ବିଶିଷ୍ଟ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର, କୋଷାଧ୍ୟକ୍ଷ ସୌଭାକର ଦାସ ଫତେସିଂ, ପ୍ରଧାନ ଶିକ୍ଷକ ଅଲେଖ ଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରତ୍ୟେକ ବିଦ୍ୟାଳୟ ଏକ ମନ୍ଦିର । ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅଭିଭାଷଣ ରଖିଥିଲେ। ବିଦ୍ୟାଳୟକୁ ନମସ୍କାର କରି ଅଭିଭାଷଣ ଆରମ୍ଭ କରିଥିଲେ। କହିଥିଲେ,  ପ୍ରତ୍ୟେକ ବିଦ୍ୟାଳୟ ଏକ ମନ୍ଦିର। ଆଜିର କୋମଳମତି ଶିଶୁ ଆସନ୍ତା କାଲିର ଭବିଷ୍ୟତ। ଦେଶ ଗଠନରେ ଶିଶୁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଭିଭାବକମାନେ ପାଠ ପଢା ପାଇଁ ପିଲାମାନଙ୍କ ଉପରେ ଅତ୍ୟଧିକ ଚାପ ପ୍ରୟୋଗ ନକରିବା ଉଚିତ। ପିଲାମାନେ ଯାହା କରିବାକୁ ଚାହୁଁଛନ୍ତି ସେମାନଙ୍କୁ କରିବାକୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ପିଲାଙ୍କ ଠାରୁ ଆମେ ଅନେକ କିଛି ଶିଖିବାର ଅଛି। ପିଲାମାନେ ଭଲ ମଣିଷ ହେବା ଆବଶ୍ୟକ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା। କହିଥିଲେ, କେବଳ ପଢ଼ିଲେ ହେବନି ସେହି ଜ୍ଞାନକୁ କାର୍ଯ୍ୟକାରୀ କରିବା ଉଚିତ। ପ୍ରତିଟି ପିଲାଙ୍କ ଜୀବନ ଶୃଙ୍ଖଳିତ ହେବା ଆବଶ୍ୟକ। ଶୃଙ୍ଖଳା ସଂସ୍କାରରୁ ଆସେ। ତେଣୁ ପ୍ରତି ପିଲାଙ୍କୁ ଭଲ ସଂସ୍କାର ପ୍ରଦାନ ସହ ପିଲାଙ୍କ ପାଇଁ ଶୈଖିକ ବାତାବରଣର ଆବଶ୍ୟକତା ରହିଛି । ଶିଶୁର ଅନ୍ତର୍ନିହିତ ଗୁଣର ପରିପ୍ରକାଶ ହେଲେ ପିଲାଟି ଶ୍ରେଷ୍ଠତ୍ବ ହାସଲ କରିପାରିବ ବୋଲି ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ। ଅତିଥିମାନଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କୁନି କୁନି ପିଲାମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର