ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

କୂଅରେ ପଡ଼ିଥିବା ହାତୀଛୁଆ ଉଦ୍ଧାର

The Sakala Picture
Published On

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ଗୋଚ୍ଛାପଡ଼ା ସଂରକ୍ଷିତ ଜଙ୍ଗଲର ପକାରୀ ପଞ୍ଚାୟତର ଜିରିଙ୍ଗପଡ଼ା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‍ ଗୁରୁବାର ସନ୍ଧ୍ୟାରୁ ହିଁ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ୪ ଘଣ୍ଟାର ରେସକ୍ୟୁ ଅପରେସନ୍‍ ପରେ ହାତୀ ଛୁଆଟି ଉଦ୍ଧାର ହୋଇଥିଲା। ଏହି ହାତୀ ଛୁଆଟିର ବୟସ ପ୍ରାୟ […]

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ଗୋଚ୍ଛାପଡ଼ା ସଂରକ୍ଷିତ ଜଙ୍ଗଲର ପକାରୀ ପଞ୍ଚାୟତର ଜିରିଙ୍ଗପଡ଼ା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‍ ଗୁରୁବାର ସନ୍ଧ୍ୟାରୁ ହିଁ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ୪ ଘଣ୍ଟାର ରେସକ୍ୟୁ ଅପରେସନ୍‍ ପରେ ହାତୀ ଛୁଆଟି ଉଦ୍ଧାର ହୋଇଥିଲା। ଏହି ହାତୀ ଛୁଆଟିର ବୟସ ପ୍ରାୟ ତିନି ବର୍ଷ ହେବ ବୋଲି ରେଞ୍ଜର କହିଛନ୍ତି। ୧୫ରୁ ୨୦ଟି ହାତୀ ଥିବା ଏକ ହାତୀପଲ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଚଳପ୍ରଚଳ କରୁଥିବା ବେଳେ ଜିରିଙ୍ଗପଡ଼ା ଗାଁ ନିକଟ ଏକ ବିଲମାଳିଆରେ ଥିବା ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ପଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: ୪ ଦଫା ଦାବିକୁ ନେଇ ପାତ୍ରପଡା 'ଆମବସ' ଡିପୋରେ କର୍ମଚାରୀଙ୍କ ଆନ୍ଦୋଳନ, ୪୫ଟି ରୁଟରେ ଚାଲୁନି ବସ୍

ଚେଷ୍ଟା କରିବା ସତ୍ତ୍ବେ ଆଉ ଉପରକୁ ଉଠିପାରିନଥିଲା ହାତୀଛୁଆଟି। ହାତୀପଲ କିଛି ସମୟ ରହିବା ପରେ ଚାଲିଯାଇଥିଲେ। ଏହାପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ଫିରିଙ୍ଗିଆ ବନ ବିଭାଗ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ସହାୟତାରେ କୂଅର ଗୋଟିଏ ପାର୍ଶ୍ବ ଖୋଳିବା ସହିତ ହାତୀ ଯିବା ପାଇଁ ରାସ୍ତା କରାଯାଇଥିଲା। ଏହାପରେ ହାତୀ ଉପରକୁ ଆସିବା ସହିତ ଜଙ୍ଗଲକୁ ଚାଲିଯାଇଥିଲା। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାଇକିଆ ରେଞ୍ଜର ବଡବାରଦା ଠାରେ ମଧ୍ୟ ଏପରି ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ପଡ଼ିଯାଇଥିଲା ଏବଂ ବହୁ କଷ୍ଟରେ ଏହାକୁ ସେଠାରୁ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଉ କିଛି ସମୟ ପରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଅପରାହ୍ଣ ୩ରେ ୱେବସାଇଟ୍‌ରେ ହେବ ଉପଲବ୍‌ଧ

11 Jun 2022 By The Sakala

କୂଅରେ ପଡ଼ିଥିବା ହାତୀଛୁଆ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ଗୋଚ୍ଛାପଡ଼ା ସଂରକ୍ଷିତ ଜଙ୍ଗଲର ପକାରୀ ପଞ୍ଚାୟତର ଜିରିଙ୍ଗପଡ଼ା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‍ ଗୁରୁବାର ସନ୍ଧ୍ୟାରୁ ହିଁ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ୪ ଘଣ୍ଟାର ରେସକ୍ୟୁ ଅପରେସନ୍‍ ପରେ ହାତୀ ଛୁଆଟି ଉଦ୍ଧାର ହୋଇଥିଲା। ଏହି ହାତୀ ଛୁଆଟିର ବୟସ ପ୍ରାୟ ତିନି ବର୍ଷ ହେବ ବୋଲି ରେଞ୍ଜର କହିଛନ୍ତି। ୧୫ରୁ ୨୦ଟି ହାତୀ ଥିବା ଏକ ହାତୀପଲ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଚଳପ୍ରଚଳ କରୁଥିବା ବେଳେ ଜିରିଙ୍ଗପଡ଼ା ଗାଁ ନିକଟ ଏକ ବିଲମାଳିଆରେ ଥିବା ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ପଡ଼ିଯାଇଥିଲା।

ଚେଷ୍ଟା କରିବା ସତ୍ତ୍ବେ ଆଉ ଉପରକୁ ଉଠିପାରିନଥିଲା ହାତୀଛୁଆଟି। ହାତୀପଲ କିଛି ସମୟ ରହିବା ପରେ ଚାଲିଯାଇଥିଲେ। ଏହାପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ଫିରିଙ୍ଗିଆ ବନ ବିଭାଗ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ସହାୟତାରେ କୂଅର ଗୋଟିଏ ପାର୍ଶ୍ବ ଖୋଳିବା ସହିତ ହାତୀ ଯିବା ପାଇଁ ରାସ୍ତା କରାଯାଇଥିଲା। ଏହାପରେ ହାତୀ ଉପରକୁ ଆସିବା ସହିତ ଜଙ୍ଗଲକୁ ଚାଲିଯାଇଥିଲା। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରାଇକିଆ ରେଞ୍ଜର ବଡବାରଦା ଠାରେ ମଧ୍ୟ ଏପରି ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ପଡ଼ିଯାଇଥିଲା ଏବଂ ବହୁ କଷ୍ଟରେ ଏହାକୁ ସେଠାରୁ ଉଦ୍ଧାର କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର