ସାନଭାଇର ତୀରମାଡ଼ରେ ବଡ଼ଭାଇର ମୃତ୍ୟୁ
ରାଉରକେଲା:ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରୋଇ କଳହରୁ ସାନଭାଇର ତୀର ମାଡ଼ରେ ବଡଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ ଦୀର୍ଘ ଦିନ ପୂର୍ବରୁ ବଡ଼ଭାଇ ଗାମିଆ ମୁଣ୍ଡା (୪୮) ସହିତ ସାନଭାଇ ସନାତନ ମୁଣ୍ଡା (୪୫)ର ବିବାଦ ଲାଗିରହିଥିଲା। କୈାଣସି କାରଣକୁ ନେଇ ଆଜି ସକାଳେ ପୁଣି ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ଘରୁ ଧନୁତୀର ଆଣି ବଡଭାଇକୁ ତୀର […]
ରାଉରକେଲା:ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରୋଇ କଳହରୁ ସାନଭାଇର ତୀର ମାଡ଼ରେ ବଡଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନା ଅନୁସାରେ ଦୀର୍ଘ ଦିନ ପୂର୍ବରୁ ବଡ଼ଭାଇ ଗାମିଆ ମୁଣ୍ଡା (୪୮) ସହିତ ସାନଭାଇ ସନାତନ ମୁଣ୍ଡା (୪୫)ର ବିବାଦ ଲାଗିରହିଥିଲା। କୈାଣସି କାରଣକୁ ନେଇ ଆଜି ସକାଳେ ପୁଣି ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ଘରୁ ଧନୁତୀର ଆଣି ବଡଭାଇକୁ ତୀର ମାରି ବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ବଡଭାଇର ମୃତ୍ୟୁ ହୋଇଥିବା ଦେଖି ଭୟରେ ସନାତନ ବିଷ ପିଇ ଦେଇଥିଲା। ଏହା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ମହୁଲପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ୍ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ସାନଭାଇକୁ ନେଇ ବଣାଇଁ ଡାକ୍ତରଖାନାରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
12 Apr 2025 By The Sakala

⊕ https://www.thesakala.in/latest-odisha-news/elder-brother-dies-in-younger-brothers-arow-attack/article-39947