ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଡ୍ରପଆଉଟ୍ ଚିନ୍ତା

The Sakala Picture
Published On

ଭୁବନେଶ୍ୱର: କରୋନା ଯୋଗୁଁ ବିଗତ ଦୁଇଟି ଶିକ୍ଷାବର୍ଷ ଗୁରୁତର ପ୍ରଭାବିତ ହୋଇଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏବେ ଡ୍ରପଆଉଟ ଚିନ୍ତା ଘାରିଛି । ମହାମାରୀ ଯୋଗୁଁ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ବେଳେ ଫିଜିକାଲ୍ ପାଠପଢ଼ା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଯଦିଓ ଅନ୍‌ଲାଇନ୍ ଶିକ୍ଷାଦାନ ଚାଲିଛି, ଏହା ସେତେଟା ଫଳପ୍ରଦ ହେଉନାହିଁ। କରୋନା ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ବିଗତ ଦୁଇ ବର୍ଷର ବ୍ୟବଧାନ ପିଲାଙ୍କୁ […]

ଭୁବନେଶ୍ୱର: କରୋନା ଯୋଗୁଁ ବିଗତ ଦୁଇଟି ଶିକ୍ଷାବର୍ଷ ଗୁରୁତର ପ୍ରଭାବିତ ହୋଇଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏବେ ଡ୍ରପଆଉଟ ଚିନ୍ତା ଘାରିଛି । ମହାମାରୀ ଯୋଗୁଁ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ବେଳେ ଫିଜିକାଲ୍ ପାଠପଢ଼ା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଯଦିଓ ଅନ୍‌ଲାଇନ୍ ଶିକ୍ଷାଦାନ ଚାଲିଛି, ଏହା ସେତେଟା ଫଳପ୍ରଦ ହେଉନାହିଁ। କରୋନା ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ବିଗତ ଦୁଇ ବର୍ଷର ବ୍ୟବଧାନ ପିଲାଙ୍କୁ ପାଠପଢ଼ାରୁ ବିମୁଖ କରିଛି। ଏହାକୁ ଉପଲବ୍ଧି କରି ବିଭାଗ ବିଭିନ୍ନ ଜିଲ୍ଲାର ଶିକ୍ଷାକମାନଙ୍କୁ ସ୍କୁଲ ଡ୍ରପ୍‌ଆଉଟ୍(ଅଧାରୁ ପାଠ ଛାଡୁଥିବା) ପିଲାଙ୍କ ଗଣନା କାର୍ଯ୍ୟରେ ନିୟୋଜିତ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ତାତିରୁ ମିଳିବନି ନିସ୍ତାର: ଆସନ୍ତା ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସର୍ବଭାରତୀୟ ସ୍ତରରେ ସ୍କୁଲ ଡ୍ରପଆଉଟ ସଂଖ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାଶିତ ଅଞ୍ଚଳଗୁଡ଼ିକୁ ଏହାକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷତଃ ମହାମାରୀ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବା ସହ ଶିଶୁ ଶ୍ରମିକ ସଂଖ୍ୟା ବଢ଼ିବା ତଥା ଡ୍ରପଆଉଟ୍‌ ପିଲାଙ୍କ ସଂଖ୍ୟା ବଢ଼ୁଥିବା ମନ୍ତ୍ରଣାଳୟ ଦର୍ଶାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରିଛି। ପ୍ରତି ଜିଲ୍ଲା ସ୍ତରରେ ସ୍କୁଲ ଡ୍ରପଆଉଟ୍ ପିଲାଙ୍କ ତଥ୍ୟ ଦେବା ଲାଗି ଜିଲ୍ଲା ଶିକ୍ଷାଧ୍ୟାକାରୀ (ଡିଇଓ) ଙ୍କୁ ନିର୍ଦ୍ଦେଶଙ୍କୁ ଦିଅ ଯାଇଛି। ଅଧାରୁ ପାଠ ଛାଡ଼ିଥିବା ତଥା ଆଦୌ ସ୍କୁଲ ଯାଇ ନଥିବା ପିଲାଙ୍କ ତଥ୍ୟ ସହିତ ବିଶେଷତଃ ବିଗତ ଦୁଇ ବର୍ଷ ମଧ୍ୟରେ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ପିଲା ଅଧାରୁ ପାଠ ଛାଡ଼ିଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ କରି ବିଭାଗ ନିକଟରେ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ହୋଇଛି ।

ଆହୁରି ପଢ଼ନ୍ତୁ: ଦୟାନଦୀ କୂଳରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା

୬ରୁ ୧୮ ବର୍ଷରୁ ପିଲାଙ୍କୁ ଅର୍ଥାତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ତଥା ପ୍ରାଥମିକ ଶ୍ରେଣୀର ପିଲାଙ୍କ ସଂଖ୍ୟାକୁ ବିଷଦ ଭାବେ ବିବରଣୀ ଅନୁଯାୟୀ ପ୍ରଦାନ କରିବାକୁ କୁହାଯାଇଥିବାବେଳେ ଏହାର ପରିଚାଳନା ଦାୟିତ୍ଵ ପ୍ରତି ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଦିଆଯାଇଛି । ବ୍ଳକ ଓ କ୍ଲଷ୍ଟର ସ୍ତରରେ ସ୍ବତନ୍ତ୍ର କମିଟି ଗଠନ କରାଯିବା ସହିତ ଘରକୁ ଘର ବୋଲି ଶିକ୍ଷକ / ଶିକ୍ଷୟିତ୍ରୀମାନେ ପିଲାଙ୍କ ତଥ୍ୟ ସଂଗ୍ରହ କରିବେ । ତଥ୍ୟ ସଂଗ୍ରହ ପରେ ଏହାକୁ ବ୍ଲକ ଶିକ୍ଷାଧିକାରୀମାନେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା)ର ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ପୂର୍ବରୁ ଏହି ପ୍ରକ୍ରିୟା ମେ ୩୧ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ହୋଇଥିବାବେଳେ କରୋନାର ବର୍ଦ୍ଧିତ ସଂକ୍ରମଣ ଯୋଗୁଁ ଏହାକୁ ଜୁନ୍ ୧୫ ମଧ୍ୟରେ ସାରିବାକୁ ବିଭାଗ ପୁନଶ୍ଚ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟ ସଂଗ୍ରହ ବେଳେ ଗ୍ରାମାଞ୍ଚଳ, ଆଦିବାସୀ ଅଧ୍ୟଷିତ ଅଞ୍ଚଳ ଓ ଉପାନ୍ତ ଅଞ୍ଚଳର ପିଲାଙ୍କୁ ବିଶେଷ ଗୁରୁତ୍ବ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ; ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତେଜିବ: ବିଜେଡି

14 Jun 2021 By The Sakala

ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଡ୍ରପଆଉଟ୍ ଚିନ୍ତା

ଭୁବନେଶ୍ୱର: କରୋନା ଯୋଗୁଁ ବିଗତ ଦୁଇଟି ଶିକ୍ଷାବର୍ଷ ଗୁରୁତର ପ୍ରଭାବିତ ହୋଇଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏବେ ଡ୍ରପଆଉଟ ଚିନ୍ତା ଘାରିଛି । ମହାମାରୀ ଯୋଗୁଁ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ବେଳେ ଫିଜିକାଲ୍ ପାଠପଢ଼ା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଯଦିଓ ଅନ୍‌ଲାଇନ୍ ଶିକ୍ଷାଦାନ ଚାଲିଛି, ଏହା ସେତେଟା ଫଳପ୍ରଦ ହେଉନାହିଁ। କରୋନା ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ବିଗତ ଦୁଇ ବର୍ଷର ବ୍ୟବଧାନ ପିଲାଙ୍କୁ ପାଠପଢ଼ାରୁ ବିମୁଖ କରିଛି। ଏହାକୁ ଉପଲବ୍ଧି କରି ବିଭାଗ ବିଭିନ୍ନ ଜିଲ୍ଲାର ଶିକ୍ଷାକମାନଙ୍କୁ ସ୍କୁଲ ଡ୍ରପ୍‌ଆଉଟ୍(ଅଧାରୁ ପାଠ ଛାଡୁଥିବା) ପିଲାଙ୍କ ଗଣନା କାର୍ଯ୍ୟରେ ନିୟୋଜିତ କରିଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସର୍ବଭାରତୀୟ ସ୍ତରରେ ସ୍କୁଲ ଡ୍ରପଆଉଟ ସଂଖ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାଶିତ ଅଞ୍ଚଳଗୁଡ଼ିକୁ ଏହାକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷତଃ ମହାମାରୀ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବା ସହ ଶିଶୁ ଶ୍ରମିକ ସଂଖ୍ୟା ବଢ଼ିବା ତଥା ଡ୍ରପଆଉଟ୍‌ ପିଲାଙ୍କ ସଂଖ୍ୟା ବଢ଼ୁଥିବା ମନ୍ତ୍ରଣାଳୟ ଦର୍ଶାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରିଛି। ପ୍ରତି ଜିଲ୍ଲା ସ୍ତରରେ ସ୍କୁଲ ଡ୍ରପଆଉଟ୍ ପିଲାଙ୍କ ତଥ୍ୟ ଦେବା ଲାଗି ଜିଲ୍ଲା ଶିକ୍ଷାଧ୍ୟାକାରୀ (ଡିଇଓ) ଙ୍କୁ ନିର୍ଦ୍ଦେଶଙ୍କୁ ଦିଅ ଯାଇଛି। ଅଧାରୁ ପାଠ ଛାଡ଼ିଥିବା ତଥା ଆଦୌ ସ୍କୁଲ ଯାଇ ନଥିବା ପିଲାଙ୍କ ତଥ୍ୟ ସହିତ ବିଶେଷତଃ ବିଗତ ଦୁଇ ବର୍ଷ ମଧ୍ୟରେ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ପିଲା ଅଧାରୁ ପାଠ ଛାଡ଼ିଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ କରି ବିଭାଗ ନିକଟରେ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ହୋଇଛି ।

୬ରୁ ୧୮ ବର୍ଷରୁ ପିଲାଙ୍କୁ ଅର୍ଥାତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ତଥା ପ୍ରାଥମିକ ଶ୍ରେଣୀର ପିଲାଙ୍କ ସଂଖ୍ୟାକୁ ବିଷଦ ଭାବେ ବିବରଣୀ ଅନୁଯାୟୀ ପ୍ରଦାନ କରିବାକୁ କୁହାଯାଇଥିବାବେଳେ ଏହାର ପରିଚାଳନା ଦାୟିତ୍ଵ ପ୍ରତି ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଦିଆଯାଇଛି । ବ୍ଳକ ଓ କ୍ଲଷ୍ଟର ସ୍ତରରେ ସ୍ବତନ୍ତ୍ର କମିଟି ଗଠନ କରାଯିବା ସହିତ ଘରକୁ ଘର ବୋଲି ଶିକ୍ଷକ / ଶିକ୍ଷୟିତ୍ରୀମାନେ ପିଲାଙ୍କ ତଥ୍ୟ ସଂଗ୍ରହ କରିବେ । ତଥ୍ୟ ସଂଗ୍ରହ ପରେ ଏହାକୁ ବ୍ଲକ ଶିକ୍ଷାଧିକାରୀମାନେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା)ର ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ପୂର୍ବରୁ ଏହି ପ୍ରକ୍ରିୟା ମେ ୩୧ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ହୋଇଥିବାବେଳେ କରୋନାର ବର୍ଦ୍ଧିତ ସଂକ୍ରମଣ ଯୋଗୁଁ ଏହାକୁ ଜୁନ୍ ୧୫ ମଧ୍ୟରେ ସାରିବାକୁ ବିଭାଗ ପୁନଶ୍ଚ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟ ସଂଗ୍ରହ ବେଳେ ଗ୍ରାମାଞ୍ଚଳ, ଆଦିବାସୀ ଅଧ୍ୟଷିତ ଅଞ୍ଚଳ ଓ ଉପାନ୍ତ ଅଞ୍ଚଳର ପିଲାଙ୍କୁ ବିଶେଷ ଗୁରୁତ୍ବ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର