ଦୟାନଦୀ କୂଳରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା

Madhusudan Das Picture
Published On

ଲିଙ୍ଗିପୁର: ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ଦୟାନଦୀରେ ଦେଖିବାକୁ ମିଳିଥିଲା ଭଗବାନ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା। ଓଡ଼ିଶା ଇତିହାସର ମୁକସାକ୍ଷୀ ରକ୍ତରନଦୀ ଦୟାନଦୀରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବାଲୁକାକଳା ବେଶ ମନଲୋଭା ହୋଇଛି। ରୋଟାରି କ୍ଲବ୍‌‌-୩୨୬୨ ତରଫରୁ ପ୍ରସ୍ତୁତ ହୋଇଥିବା ୧୩୭ ଫୁଟ ଲମ୍ବର ବୁଦ୍ଧଙ୍କ ଶୟନରତ ଏହି ବାଲୁକାକଳା ପ୍ରସ୍ତୁତି କରିଥିଲେ ବିଶିଷ୍ଟ ବାଲୁକାଶିଳ୍ପୀ ଡ଼. ସୁବଳ ମହାରଣା। ଏଥିରେ ତାଙ୍କୁ ୨୦ ଜଣ ଶିଳ୍ପୀ ସାହାଯ୍ୟ କରିଥିଲେ, ଯେଉଁଥିରେ ୬ ଜଣ ଝିଅ ଥିଲେ। ଏହି କଳାକୁ ପ୍ରସ୍ତୁତ କରିବା ନିମନ୍ତେ ୩୭ ଘଣ୍ଟା ଲାଗିଥିଲା। ସେ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବିଦେଶରେ ୩୦୦ରୁ ଊର୍ଦ୍ଧ୍ବ୍ୱ ବାଲୁକାକଳା ତିଆରି କରିଥିବା ବେଳେ ଆଜିର କଳାକୃତିକୁ ମିଶାଇ ୧୫ ଗୋଟି ବିଶ୍ୱରେକର୍ଡ କରିଥିବା ଡ଼. ମହାରଣା କହିଛନ୍ତି। ଦୟାନଦୀର ବାଲିରେ ଏଭଳି ବାଲୁକାକଳା ଦେଖଣାହାରୀଙ୍କୁ ବେଶ ବିମୋହିତ କରିଥିଲା।

ଆହୁରି ପଢ଼ନ୍ତୁ:  ବଦଳିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

29 May 2026 By Madhusudan Das

ଦୟାନଦୀ କୂଳରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା

ଲିଙ୍ଗିପୁର: ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ଦୟାନଦୀରେ ଦେଖିବାକୁ ମିଳିଥିଲା ଭଗବାନ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା। ଓଡ଼ିଶା ଇତିହାସର ମୁକସାକ୍ଷୀ ରକ୍ତରନଦୀ ଦୟାନଦୀରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବାଲୁକାକଳା ବେଶ ମନଲୋଭା ହୋଇଛି। ରୋଟାରି କ୍ଲବ୍‌‌-୩୨୬୨ ତରଫରୁ ପ୍ରସ୍ତୁତ ହୋଇଥିବା ୧୩୭ ଫୁଟ ଲମ୍ବର ବୁଦ୍ଧଙ୍କ ଶୟନରତ ଏହି ବାଲୁକାକଳା ପ୍ରସ୍ତୁତି କରିଥିଲେ ବିଶିଷ୍ଟ ବାଲୁକାଶିଳ୍ପୀ ଡ଼. ସୁବଳ ମହାରଣା। ଏଥିରେ ତାଙ୍କୁ ୨୦ ଜଣ ଶିଳ୍ପୀ ସାହାଯ୍ୟ କରିଥିଲେ, ଯେଉଁଥିରେ ୬ ଜଣ ଝିଅ ଥିଲେ। ଏହି କଳାକୁ ପ୍ରସ୍ତୁତ କରିବା ନିମନ୍ତେ ୩୭ ଘଣ୍ଟା ଲାଗିଥିଲା। ସେ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବିଦେଶରେ ୩୦୦ରୁ ଊର୍ଦ୍ଧ୍ବ୍ୱ ବାଲୁକାକଳା ତିଆରି କରିଥିବା ବେଳେ ଆଜିର କଳାକୃତିକୁ ମିଶାଇ ୧୫ ଗୋଟି ବିଶ୍ୱରେକର୍ଡ କରିଥିବା ଡ଼. ମହାରଣା କହିଛନ୍ତି। ଦୟାନଦୀର ବାଲିରେ ଏଭଳି ବାଲୁକାକଳା ଦେଖଣାହାରୀଙ୍କୁ ବେଶ ବିମୋହିତ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର