ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାହାଳ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ନାଁ ଗୋଲଡି ଓରଫ ମନୀଷା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ପୁଲିସ ମୃତଦେହକୁ ଉଦ୍ଧାର କରିଛି । ତେବେ ମନୀଷା କ'ଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ କ'ଣ ରହସ୍ୟ ଲୁଚି ରହିଛି। ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଭଡ଼ ଘରକୁ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ମନୀଷାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ଆଗକୁ କଲ ରେକର୍ଡ ଯାଞ୍ଚ ହେବ ବୋଲି ପୋଲିସ କହିଛି।
ଗୋଲ୍ଡି ଖୁବ ଉଚ୍ଚଶିକ୍ଷିତ ଥିଲେ । ବିଭିନ୍ନ ଘରୋଇ କମ୍ପାନୀରେ ମାନବ ସମ୍ବଳ ବିଭାଗରେ କାମ କରିବାର ଅଭିଜ୍ଞତା ମଧ୍ୟ ରହିଥିଲା । କିଛି ଦିନ ତଳେ ସେ ଚାକିରି ଛାଡ଼ି ନିଜର ଏକ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯୋଜନା କରୁଥିଲେ । ତେବେ ମନୀଷାଙ୍କ ମୃତ୍ୟୁ କେମିତି ହେଲା, ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି ତାଙ୍କ ସହ । ପୋଲିସ ତଦନ୍ତ ପରେ ପୁରା ସତ ପଦାକୁ ଆସିବ ବୋଲି ଆଶଙ୍କା କରାଯାଉଛି ।