ମନୋରଞ୍ଜନ
ଚାଉଳ ବୋଝେଇ ଟ୍ରକ୍କୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ନିଆଁଲାଗି ଜୀବନ୍ତ ଜଳିଗଲେ ଡ୍ରାଇଭର

କଳାହାଣ୍ଡି: ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାପରେ ଲାଗିଗଲା ନିଆଁ। ହୁତୁ ହୂତୁ ହୋଇ ଜଳି ଗଲା ଦୁଇଟି ଟ୍ରକ୍। ଡ୍ରାଇଭର ଜୀବନ୍ତ ଦଗ୍ଧ । କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିଗୁଡ଼ି ଗାଁ ନିକଟର ଚାଉଳ ବୋଝେଇ ଟ୍ରକକୁ ଆଉ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳର ଦୁଇଟାଯାକ ଟ୍ରକ ଜଳି ଯାଇଛି । ଦୁର୍ଘଟଣା ଯୋଗୁଁ କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ଖବର ପାଇ […]
କଳାହାଣ୍ଡି: ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାପରେ ଲାଗିଗଲା ନିଆଁ। ହୁତୁ ହୂତୁ ହୋଇ ଜଳି ଗଲା ଦୁଇଟି ଟ୍ରକ୍। ଡ୍ରାଇଭର ଜୀବନ୍ତ ଦଗ୍ଧ । କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିଗୁଡ଼ି ଗାଁ ନିକଟର ଚାଉଳ ବୋଝେଇ ଟ୍ରକକୁ ଆଉ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳର ଦୁଇଟାଯାକ ଟ୍ରକ ଜଳି ଯାଇଛି । ଦୁର୍ଘଟଣା ଯୋଗୁଁ କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆକୁ ଆୟତ୍ତ କରିଛନ୍ତି ।
ସୂଚନା ଅନୁସାରେ, ଆଜି ଭୋର ୪ଟାରେ ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଚାଉଳ ବୋଝେଇ ଟ୍ରକଟି ଛିଡା ହୋଇଥିବା ବେଳେ ତାକୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ନିଆଁଲାଗି ଉଭୟ ଟ୍ରକ ଜଳିଯାଇଥିଲା । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଦୁଇଟି ଟ୍ରକ୍କୁ ନିଆଁ ବ୍ୟାପି ସାରିଥିବା ବେଳେ ତା’ ଭିତରେ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ । ଖବରପାଇ ଅଗ୍ନିଶମ ବାହୀନି ନିଆଁକୁ ଆୟତ୍ତ କରିଥିଲେ ହେଁ ଜୀବନ ବଞ୍ଚାଇବାରେ ସମ୍ଭବପର ହୋଇପାରିନଥିଲେ ।