ନାଳରେ ଭାସୁଛି ନର କଙ୍କାଳ

The Sakala Picture
Published On

ବନ୍ତଳା: ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପଂଚାୟତର ଭୋକିଲା ପାଳ ନିକଟ ଦେଇ ଯାଇଥିବା ବଉଳି ନାଳରେ ଏକ ନର କଙ୍କାଳ ଦେଖିବାକୁ ମିଳିଛି । ମିଳିଥିବ ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ଭୋକିଲା ପାଳର କିଛି ଲୋକ କୌଣସି କାମ ପାଇଁ ଗ୍ରାମ ନିକଟରେ ଥିବା ବଉଳି ନାଳକୁ ଯାଇଥିଲେ । ନାଳରେ ଥିବା ବାଉଁଶ ବୁଦାରେ ଏକ ନର କଙ୍କାଳ ଦେଖିବା ସହିତ ସେଠାରୁ ଆସି ଅନ୍ୟ ଗ୍ରାମ ବାସୀଙ୍କୁ ଜଣାଇଥିଲେ । […]

ବନ୍ତଳା: ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପଂଚାୟତର ଭୋକିଲା ପାଳ ନିକଟ ଦେଇ ଯାଇଥିବା ବଉଳି ନାଳରେ ଏକ ନର କଙ୍କାଳ ଦେଖିବାକୁ ମିଳିଛି । ମିଳିଥିବ ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ଭୋକିଲା ପାଳର କିଛି ଲୋକ କୌଣସି କାମ ପାଇଁ ଗ୍ରାମ ନିକଟରେ ଥିବା ବଉଳି ନାଳକୁ ଯାଇଥିଲେ । ନାଳରେ ଥିବା ବାଉଁଶ ବୁଦାରେ ଏକ ନର କଙ୍କାଳ ଦେଖିବା ସହିତ ସେଠାରୁ ଆସି ଅନ୍ୟ ଗ୍ରାମ ବାସୀଙ୍କୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ତଳକୁ ବନ୍ତଳା ପୋଲିସ ପହଁଚି ତଦନ୍ତ କରୁଥିବା ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ସୂଚନା ଥାଉକି ଗତ ୧୩ ତାରିଖ ଦିନ ମଇଂସି ଚରାଇବାକୁ ଯାଇଥିବା ବେଳେ ବଉଳି ନାଳରେ ନନ୍ଧପୁର ପଂଚାୟତ ମଧୁପୁର ଗ୍ରାମର ନରେଶ ଗୋଛାୟାତ (୪୫) ଭାସି ଯାଇ ନିଖୋଜ ଥିଲେ । ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହେଇଥିଲା । ପରେ ପୋଲିସ ଓ ଅଗ୍ନିଶମ ବିଭାଗ ର କର୍ମଚାରି ଦୁଇ ଦିନ ଧରି ବଉଳି ନାଳରେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ନରେଶଙ୍କ କୌଣସି ସନ୍ଧାନ ପାଇ ନଥିଲେ ଶେଷରେ ନିରାଶ ହୋଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଫେରିଥିଲେ । ଆଜି ବଉଳି ନାଳରୁ ଏହି ନରକଙ୍କାଳ ଉଦ୍ଧାର ହୋଇଥିବା ବେଳେ ଏହାର DNA ଟେଷ୍ଟ କରାଗଲେ ଏହା ନରେଶଙ୍କର କି ଅନ୍ୟ କାହାର ତାହା ଜଣା ପଡିବ । ଅନ୍ୟପଟେ ଏ ସମ୍ପର୍କରେ ବନ୍ତଳା ପୋଲିସ ପାଖରେ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଥାନା ଅଧିକରିଣୀ ସୁମିତ୍ରା ପାତ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

25 Sep 2021 By The Sakala

ନାଳରେ ଭାସୁଛି ନର କଙ୍କାଳ

ବନ୍ତଳା: ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପଂଚାୟତର ଭୋକିଲା ପାଳ ନିକଟ ଦେଇ ଯାଇଥିବା ବଉଳି ନାଳରେ ଏକ ନର କଙ୍କାଳ ଦେଖିବାକୁ ମିଳିଛି । ମିଳିଥିବ ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ଭୋକିଲା ପାଳର କିଛି ଲୋକ କୌଣସି କାମ ପାଇଁ ଗ୍ରାମ ନିକଟରେ ଥିବା ବଉଳି ନାଳକୁ ଯାଇଥିଲେ । ନାଳରେ ଥିବା ବାଉଁଶ ବୁଦାରେ ଏକ ନର କଙ୍କାଳ ଦେଖିବା ସହିତ ସେଠାରୁ ଆସି ଅନ୍ୟ ଗ୍ରାମ ବାସୀଙ୍କୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ତଳକୁ ବନ୍ତଳା ପୋଲିସ ପହଁଚି ତଦନ୍ତ କରୁଥିବା ଜଣା ପଡ଼ିଛି ।

ସୂଚନା ଥାଉକି ଗତ ୧୩ ତାରିଖ ଦିନ ମଇଂସି ଚରାଇବାକୁ ଯାଇଥିବା ବେଳେ ବଉଳି ନାଳରେ ନନ୍ଧପୁର ପଂଚାୟତ ମଧୁପୁର ଗ୍ରାମର ନରେଶ ଗୋଛାୟାତ (୪୫) ଭାସି ଯାଇ ନିଖୋଜ ଥିଲେ । ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହେଇଥିଲା । ପରେ ପୋଲିସ ଓ ଅଗ୍ନିଶମ ବିଭାଗ ର କର୍ମଚାରି ଦୁଇ ଦିନ ଧରି ବଉଳି ନାଳରେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ନରେଶଙ୍କ କୌଣସି ସନ୍ଧାନ ପାଇ ନଥିଲେ ଶେଷରେ ନିରାଶ ହୋଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଫେରିଥିଲେ । ଆଜି ବଉଳି ନାଳରୁ ଏହି ନରକଙ୍କାଳ ଉଦ୍ଧାର ହୋଇଥିବା ବେଳେ ଏହାର DNA ଟେଷ୍ଟ କରାଗଲେ ଏହା ନରେଶଙ୍କର କି ଅନ୍ୟ କାହାର ତାହା ଜଣା ପଡିବ । ଅନ୍ୟପଟେ ଏ ସମ୍ପର୍କରେ ବନ୍ତଳା ପୋଲିସ ପାଖରେ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଥାନା ଅଧିକରିଣୀ ସୁମିତ୍ରା ପାତ୍ର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର