ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ; ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

The Sakala Picture
Published On

କଟକ: ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ ପାଲଟିଛି ସିଲଭର ସିଟି । ପୂର୍ବଦିନରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଥିବା କଟକରୁ ଆଜି ପୁଣି ନକଲି ସସ୍‌ ଗୋଦାମ ଠାବ କରାଯାଇଛି । ଗତକାଲି ନକଲି ମୃଦୁପାନୀୟ କାରଖାନା ଠାବ ହୋଇଥିବା ବେଳେ ଆଜି ନିମ୍ନମାନର ଗୁପଚୁପ ଉପରେ ଚଢାଉ କରାଯାଇଥିଲା । ଏହାର କିଛି ଘଣ୍ଟା ବିତିନି ପୁଣି କଟକରୁ ବାହାରିଛି ଆଉ ଏକ ଭେଜାଲ ସାମଗ୍ରୀ […]

କଟକ: ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ ପାଲଟିଛି ସିଲଭର ସିଟି । ପୂର୍ବଦିନରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଥିବା କଟକରୁ ଆଜି ପୁଣି ନକଲି ସସ୍‌ ଗୋଦାମ ଠାବ କରାଯାଇଛି । ଗତକାଲି ନକଲି ମୃଦୁପାନୀୟ କାରଖାନା ଠାବ ହୋଇଥିବା ବେଳେ ଆଜି ନିମ୍ନମାନର ଗୁପଚୁପ ଉପରେ ଚଢାଉ କରାଯାଇଥିଲା । ଏହାର କିଛି ଘଣ୍ଟା ବିତିନି ପୁଣି କଟକରୁ ବାହାରିଛି ଆଉ ଏକ ଭେଜାଲ ସାମଗ୍ରୀ । ଏହା ଆଉ କିଛି ନୁହେଁ, ଆପଣ ଫାଷ୍ଟଫୁଡ ଓ ଜଳଖିଆରେ ବହୁଳ ଭାବେ ଖାଉଥିବା ସସ୍ । ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ସୂଚନା ଅନୁସାରେ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍‌ କାରଖାନାରେ ଚଢାଉ କରିଥିଲା । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି । ସେତିକି ନୁହେଁ ସସ୍ ସହ ବହୁଳ ପରିମାଣରେ ଚାଓମିନ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଅଟକ ରଖିଛି । ଏହାସହ ବାରଙ୍ଗଠାରେ ଥିବା ନକଲି ସସ୍ କାରଖାନାରେ ମଧ୍ୟ ଚଢାଉ କରାଯାଇଛି ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

28 May 2022 By The Sakala

ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ; ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

କଟକ: ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ ପାଲଟିଛି ସିଲଭର ସିଟି । ପୂର୍ବଦିନରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଥିବା କଟକରୁ ଆଜି ପୁଣି ନକଲି ସସ୍‌ ଗୋଦାମ ଠାବ କରାଯାଇଛି । ଗତକାଲି ନକଲି ମୃଦୁପାନୀୟ କାରଖାନା ଠାବ ହୋଇଥିବା ବେଳେ ଆଜି ନିମ୍ନମାନର ଗୁପଚୁପ ଉପରେ ଚଢାଉ କରାଯାଇଥିଲା । ଏହାର କିଛି ଘଣ୍ଟା ବିତିନି ପୁଣି କଟକରୁ ବାହାରିଛି ଆଉ ଏକ ଭେଜାଲ ସାମଗ୍ରୀ । ଏହା ଆଉ କିଛି ନୁହେଁ, ଆପଣ ଫାଷ୍ଟଫୁଡ ଓ ଜଳଖିଆରେ ବହୁଳ ଭାବେ ଖାଉଥିବା ସସ୍ । ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି ।

ସୂଚନା ଅନୁସାରେ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍‌ କାରଖାନାରେ ଚଢାଉ କରିଥିଲା । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି । ସେତିକି ନୁହେଁ ସସ୍ ସହ ବହୁଳ ପରିମାଣରେ ଚାଓମିନ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଅଟକ ରଖିଛି । ଏହାସହ ବାରଙ୍ଗଠାରେ ଥିବା ନକଲି ସସ୍ କାରଖାନାରେ ମଧ୍ୟ ଚଢାଉ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର