କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ

The Sakala Picture
Published On

କଟକ: ନକଲି ଜିନିଷର ଗନ୍ତାଘର ହେବାକୁ ବସିଲାଣି ସିଲଭର ସିଟି । ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । କଟକ ମାଲଗୋଦାମ ନିକଟରୁ ଅଟୋରେ ଭର୍ତ୍ତି ବିପୁଳ ପରିମାଣର ଡୁପ୍ଲିକେଟ୍ ଡିଟରଜେଣ୍ଟ ଜବତ କରିଛି ପୋଲିସ । ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ଏବଂ କଞ୍ଚାମାଲ୍ ଜବତ ହୋଇଛି। ପ୍ରାୟତଃ ୧୮ଶହ କେଜି ଖୋଲା ଓ ୧୫ଶହ […]

କଟକ: ନକଲି ଜିନିଷର ଗନ୍ତାଘର ହେବାକୁ ବସିଲାଣି ସିଲଭର ସିଟି । ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । କଟକ ମାଲଗୋଦାମ ନିକଟରୁ ଅଟୋରେ ଭର୍ତ୍ତି ବିପୁଳ ପରିମାଣର ଡୁପ୍ଲିକେଟ୍ ଡିଟରଜେଣ୍ଟ ଜବତ କରିଛି ପୋଲିସ । ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ଏବଂ କଞ୍ଚାମାଲ୍ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ପ୍ରାୟତଃ ୧୮ଶହ କେଜି ଖୋଲା ଓ ୧୫ଶହ ୪୦ କେଜି ପ୍ୟାକେଟ୍ ଡିଟରଜେଣ୍ଟ ଜବତ କରିଛି ମାଲଗୋଦାମ ପୋଲିସ । ବେଆଇନ ଭାବେ ଡୁପ୍ଲିକେଟ୍ ଡିଟରଜେଣ୍ଟ ମାନୁଫ୍ୟାକ୍ଚର ଓ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତ ଅଭିଜିତ ବେହେରା ଓରଫ ବାପିକୁ ଗିରଫ କରାଯାଇଛି । ୨ଟି ଓଜନ ମେସିନ୍, ୨ଟି ପ୍ୟାକେଟିଂ ମେସିନ ୨ଟି ଷ୍ଟିକରିଂ ମେସନି ଜବତ ହୋଇଛି । ବିପୁଳ ନକଲି ଡିଟରଜେଣ୍ଟ ନେଉଥିବା ୨ଟି ରିକ୍ସା ଅଟକ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର