ଏସ୍‌ସିବିରେ ପୁଣି ସଫଳ କିଡ୍‌ନୀ ପ୍ରତିରୋପଣ : ନୂତନ ଜୀବନ ପାଇଲେ ଜଗତସିଂହପୁରର ସୁନୀଲ ନାୟକ

The Sakala Picture
Published On

କଟକ : ପୁଣି ଇତିହାସ ରଚିଛି କଟକ ବଡ଼ ମେଡିକାଲ (ଏସ୍‌ସିବି)। ଜଣେ କିଡନୀ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। କାଡାଭରିକ୍‌ ପଦ୍ଧତିରେ ଏହି ପ୍ରତିରୋପଣ ସମ୍ଭବ ହୋଇଛି। ଦୀର୍ଘ ମାସ ପରେ ମୂତ୍ରଶଲ୍ୟ ବିଭାଗରେ ଏଭଳି ସଫଳତା ମିଳିଛି। ପ୍ରତିରୋପଣ ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଅଙ୍ଗଦାନ କରିବା ଫଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଗତସିଂହପୁରର ସୁନୀଲ ନାୟକଙ୍କ ଜୀବନ ରକ୍ଷା ସମ୍ଭବ ହୋଇଛି। ପ୍ରାପ୍ତ ସୂଚନାନୁସାରେ, ଗତ ୬ […]

କଟକ : ପୁଣି ଇତିହାସ ରଚିଛି କଟକ ବଡ଼ ମେଡିକାଲ (ଏସ୍‌ସିବି)। ଜଣେ କିଡନୀ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। କାଡାଭରିକ୍‌ ପଦ୍ଧତିରେ ଏହି ପ୍ରତିରୋପଣ ସମ୍ଭବ ହୋଇଛି। ଦୀର୍ଘ ମାସ ପରେ ମୂତ୍ରଶଲ୍ୟ ବିଭାଗରେ ଏଭଳି ସଫଳତା ମିଳିଛି। ପ୍ରତିରୋପଣ ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଅଙ୍ଗଦାନ କରିବା ଫଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଗତସିଂହପୁରର ସୁନୀଲ ନାୟକଙ୍କ ଜୀବନ ରକ୍ଷା ସମ୍ଭବ ହୋଇଛି।

ପ୍ରାପ୍ତ ସୂଚନାନୁସାରେ, ଗତ ୬ ଦିନ ତଳେ ଅନୁଗୁଳର ବିଶ୍ୱଜିତ ଦାସ ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଡାକ୍ତର ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିବା ଘୋଷଣା କରିଥିଲେ। ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ପରିବାର ସଦସ୍ୟ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ହସ୍ପିଟାଲ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଷ୍ଟେଟ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ (ସୋଟୋ)ର ଅନୁମତି ନେଇଥିଲେ। ପରେ ଏସ୍‌ସିବିର ୟୁରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଡା. ସମୀର ସ୍ୱାଇଁ, ଡା. ସବ୍ୟସାଚ୍ଚୀ ପଣ୍ଡା, ଡା. ସଞ୍ଜୟ ଚୌଧୁରୀ, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡା. ଅରୁଣା ଆଚାର୍ଯ୍ୟଙ୍କ ସହ ଏକ ଟିମ ସେଠାରେ ପହଞ୍ଚି କ୍ରସ ମ୍ୟାଚିଂ ଆରମ୍ଭ କରିଥିଲେ।

ଏହି ସମୟରେ ସୁନୀଲଙ୍କ ସହ କ୍ରସ ମ୍ୟାଚିଂ ସଫଳ ହୋଇଥିଲା। ବିଶ୍ୱଜିତଙ୍କ ଶରୀରରୁ ଦୁଇଟି ଯାକ କିଡନୀ କଢ଼ାଯାଇଥିଲା। ଗୋଟିଏ ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟଟି ଏସସିବିକୁ ଅଣାଯାଇଥିଲା। ପ୍ରତିରୋପଣ ଲାଗି ବିଭାଗୀୟ ମୁଖ୍ୟ ଡା. ସ୍ୱାଇଁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା। ଏହି ପ୍ରତିରୋପଣ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ସୁନୀଲଙ୍କ ଶରୀରରେ ଏହି ପ୍ରତିରୋପଣ ସଫଳ ହୋଇଥିଲା। ପ୍ରକାଶ ଥାଉକି, କିଡନୀ ରୋଗରେ ଆକ୍ରାନ୍ତ ହୋଇ ସୁନୀଲ ଗତ ୫ ବର୍ଷ ହେବ ଏସସିବିରେ ଚିକିତ୍ସିତ ହେଉଥିଲେ। ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିଲା ବେଳେ ଡାଏଲିସିସ୍‌ ପଦ୍ଧତିରେ ଚିକିତ୍ସା କରାଯାଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର