ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

Madhusudan Das Picture
Published On

ନୟାଗଡ: ମହିଳାଙ୍କୁ ପୋଲିସ SDPOଙ୍କ ମାମଲା ରଫାଦଫା ପାଇଁ ଫେଭର ମାଗିବା ଘଟଣା । ବଦଳିଲେ ଖଣ୍ଡପଡାର ବିବାଦୀୟ SDPO ମଦନ ମୋହନ ପ୍ରଧାନ । ନୟାଗଡ଼ ଖଣ୍ଡପଡା SDPO ମଦନ ମୋହନ ପ୍ରଧାନଙ୍କ ନାଁ ରେ ଫତେଗଡ଼ ଥାନାରେ ମାମଲା ରୁଜୁ ହେବାପରେ ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ SDPO ଙ୍କୁ  ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । 

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଜଣେ ମହିଳା SDPO ଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ଅସଦାଚରଣ କରିବା ନେଇ ଅଭିଯୋଗ କରିଥିଲେ । ଯାହାର ଅଡିଓ ରେକଡିଂ ଭାଇରାଲ ହୋଇଥିଲା । ରେକଡିଂ ଭାଇରାଲ ପରେ ମହିଳା ଜଣଙ୍କ ହାଇକୋର୍ଟ, ମାନବାଧିକାର କମିଶନର, ମହିଳା କମିଶନର ଓ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ମେସେଞ୍ଜରରେ ମଧ୍ୟ sdpo ମେସେଜ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ମାମଲାକୁ ନେଇ ଖଣ୍ଡପଡା SDPO ଙ୍କୁ ନୟାଗଡ଼ ହେଡ କ୍ବାଟରକୁ ବଦଳି କରାଯାଇଛି ଏବଂ ନୟାଗଡ଼ ହେଡ କ୍ବାଟରର SDPO ସୁଦୀପ୍ତ କୁମାର ସାହୁଙ୍କୁ ଖଣ୍ଡପଡ଼ା ଦାୟିତ୍ବ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର