ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

Madhusudan Das Picture
Published On

ନୟାଗଡ: ମହିଳାଙ୍କୁ ପୋଲିସ SDPOଙ୍କ ମାମଲା ରଫାଦଫା ପାଇଁ ଫେଭର ମାଗିବା ଘଟଣା । ବଦଳିଲେ ଖଣ୍ଡପଡାର ବିବାଦୀୟ SDPO ମଦନ ମୋହନ ପ୍ରଧାନ । ନୟାଗଡ଼ ଖଣ୍ଡପଡା SDPO ମଦନ ମୋହନ ପ୍ରଧାନଙ୍କ ନାଁ ରେ ଫତେଗଡ଼ ଥାନାରେ ମାମଲା ରୁଜୁ ହେବାପରେ ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ SDPO ଙ୍କୁ  ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । 

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

ଜଣେ ମହିଳା SDPO ଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ଅସଦାଚରଣ କରିବା ନେଇ ଅଭିଯୋଗ କରିଥିଲେ । ଯାହାର ଅଡିଓ ରେକଡିଂ ଭାଇରାଲ ହୋଇଥିଲା । ରେକଡିଂ ଭାଇରାଲ ପରେ ମହିଳା ଜଣଙ୍କ ହାଇକୋର୍ଟ, ମାନବାଧିକାର କମିଶନର, ମହିଳା କମିଶନର ଓ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ମେସେଞ୍ଜରରେ ମଧ୍ୟ sdpo ମେସେଜ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ମାମଲାକୁ ନେଇ ଖଣ୍ଡପଡା SDPO ଙ୍କୁ ନୟାଗଡ଼ ହେଡ କ୍ବାଟରକୁ ବଦଳି କରାଯାଇଛି ଏବଂ ନୟାଗଡ଼ ହେଡ କ୍ବାଟରର SDPO ସୁଦୀପ୍ତ କୁମାର ସାହୁଙ୍କୁ ଖଣ୍ଡପଡ଼ା ଦାୟିତ୍ବ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର