ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ

The Sakala Picture
Published On

ସମ୍ବଲପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ। ସମ୍ବଲପୁର ମହାନଗର ନିଗମର ହୀରାକୁଦ E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହା ସହିତ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ସେହିଭଳି ଯୁଯୋମୁରାକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଜୁଜୁମୁରାର ଡଙ୍ଗାପାଳ ଗ୍ରାମକୁ […]

ସମ୍ବଲପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ। ସମ୍ବଲପୁର ମହାନଗର ନିଗମର ହୀରାକୁଦ E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହା ସହିତ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସେହିଭଳି ଯୁଯୋମୁରାକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଜୁଜୁମୁରାର ଡଙ୍ଗାପାଳ ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ଜୁଜୁମୁରା ଓ ହୀରାକୁଦ ଅଂଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ତେବେ ଆଜି ରାଜ୍ୟରେ ନୂଆ ୬୯୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୭୫ହଜାର ୭୨୧। କୋଭିଡ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଛି । ମୋଟ୍ ଆକ୍ଟିଭ କେସ୍ ୫୭ହଜାର ୭୧୦ ରହିଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର