ରାୟଗଡ଼ା ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପକୃତ ହେବେ ୯ଲକ୍ଷରୁ ଉର୍ଦ୍ଧ୍ବ ଲୋକ

The Sakala Picture
Published On

ରାୟଗଡ଼ା: ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର, କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ ମଧ୍ୟ ସହଜ ଯାତ୍ରା ହୋଇପାରୁ ନଥିଲା । ଅନେକ ସମୟରେ ଲୋକେ ଟ୍ରାକ୍ଟର, କମାଣ୍ଡର ଉପରେ ବସି ଯିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏଣିକି ଏହି ସମସ୍ୟା ଆଉ ରହିବ […]

ରାୟଗଡ଼ା: ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର, କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ ମଧ୍ୟ ସହଜ ଯାତ୍ରା ହୋଇପାରୁ ନଥିଲା । ଅନେକ ସମୟରେ ଲୋକେ ଟ୍ରାକ୍ଟର, କମାଣ୍ଡର ଉପରେ ବସି ଯିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏଣିକି ଏହି ସମସ୍ୟା ଆଉ ରହିବ ନାହିଁ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

୧୧ଟି ବ୍ଲକ ମଧ୍ୟରେ ଏହି ବସ୍ ଯାତାୟତ କରିବାକୁ ଥିବା ବେଳେ ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ଜିଲ୍ଲାର ୧୮୨ଟି ପଞ୍ଚାୟତର ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ୍ ଦାମରେ ଘରୁ ବାହାରି ଲୋକେ ଏଣିକି ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ପହଞ୍ଚି ପାରିବେ । ଲକ୍ଷ୍ମୀ ବସ୍ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବା ସହ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର