ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଜି ଉତ୍ସଗ୍ରୀକୃତ କରିଛନ୍ତି । ଏହି ହସ୍ପିଟାଲ କର୍କଟରୋଗ ଚିକିତ୍ସା କ୍ଷେତ୍ରରେ ସମଗ୍ର ଦେଶରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ ହସ୍ପିଟାଲରେ ୭୫୦ ଶଯ୍ୟା ରହିଥିବା ବେଳେ ଏହା ବାଙ୍ଗାଲୋରର ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା ବୋଲି ଜଣାପଡିଛି । ଏଠାରେ ସହଜ […]

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଜି ଉତ୍ସଗ୍ରୀକୃତ କରିଛନ୍ତି । ଏହି ହସ୍ପିଟାଲ କର୍କଟରୋଗ ଚିକିତ୍ସା କ୍ଷେତ୍ରରେ ସମଗ୍ର ଦେଶରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ ହସ୍ପିଟାଲରେ ୭୫୦ ଶଯ୍ୟା ରହିଥିବା ବେଳେ ଏହା ବାଙ୍ଗାଲୋରର ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା ବୋଲି ଜଣାପଡିଛି । ଏଠାରେ ସହଜ ଓ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା କରାଯିବ ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଏହି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ, ଆମେ ସ୍ବାସ୍ଥ୍ୟ ସଚେତନତା ହେବା ଜରୁରୀ ।  ଆମ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆମେ ସୁସ୍ଥ ରହିଲେ ଓଡ଼ିଶା ସୁସ୍ଥ ରହିବ। ଓଡ଼ିଶା ପାଇଁ ନୂଆ ଯୁଗ ଆରମ୍ଭ କରିଛି ଏହି ହସ୍ପିଟାଲ । କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ ଯୁଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ କର୍କଟ ରୋଗ ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଛି । ଦେଶରେ ଲୋକଙ୍କ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇଥିବା ବେଳେ ସମଗ୍ର ଦେଶର ସ୍ଵାସ୍ଥ୍ୟସମସ୍ୟା ଲାଗି ଏହା ଏବେ ଏକ ଆହ୍ୱାନ ଭାବେ ଉଭାହୋଇଛି । ତେବେ କର୍କଟ ରୋଗର ନିରାକରଣ ଲାଗି ସମ୍ପ୍ରତି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଆବଶ୍ୟକ‌ତା ରହିଥିବା ବେଳେ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ ପ୍ରତିଷ୍ଠାନ ଏହାକୁ ପୂରଣ କରିବାରେ ସମର୍ଥ ହେବ । କର୍କଟ ରୋଗ ଅତ୍ୟନ୍ତ ବ୍ୟୟ ଓ ସମୟସାପେକ୍ଷ ରୋଗ ହୋଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଲାଗି ଲୋକଙ୍କୁ ସାଧାରଣତଃ ରାଜ୍ୟ ବାହାରର ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଗାଁ’ଗହଳିର ଲୋକଙ୍କ ଲାଗି ବଡ଼ ବଡ଼ ସହରରେ ରହି ଏହି ଚିକିତ୍ସା କରିବା ଅତ୍ୟନ୍ତ ବ୍ୟୟସାପେକ୍ଷ । ପୂର୍ବ ଭାରତରେ ଶତକଡ଼ା ୫୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ରୋଗୀ ପ୍ରତିବର୍ଷ କର୍କଟ ରୋଗରେ ପଡ଼ୁଥିବା ବେଳେ ସେମାନେ ଚିକିତ୍ସା ଲାଗି ଦକ୍ଷିଣ କିମ୍ବା ଉତ୍ତରଭାରତର ଚିକିତ୍ସାକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ପରେ ଏହି ଅଭାବ ଦୂର କରାଯିବାକୁ ଲକ୍ଷ୍ୟ ରକ୍ଷାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ନିଜ ରାଜ୍ୟ ଓଡ଼ିଶାରେ କର୍କଟ ଭଳି ଦୂରାରୋଗ୍ୟ ବ୍ୟାଧର କିଭଳି ସହଜ ଓ ସୁବିଧାରେ ଚିକିତ୍ସା କରାଯାଇପାରିବ ସେଥ‌ିପାଇଁ  ସୁସ୍ମିତା ବାଗ୍‌ଚି ଓସୁବ୍ରୋତ ବାଗ୍‌ଚିଙ୍କର ଦୀର୍ଘଦିନର ସ୍ୱପ୍ନ ଏହି ହସ୍ପିଟାଲ ପ୍ରତିଷ୍ଠା ପରେ ପୂରଣ ହୋଇଛି । ମାନବସେବା ପ୍ରତି ସେମାନଙ୍କର ଥିବା ଦୃଢ଼ ଇଚ୍ଛାଶକ୍ତିକୁ ଶ୍ରୀ ଶଙ୍କରା କର୍କଟ ଫାଉଣ୍ଡେସନ ୨୦୨୧ ମସିହାରେ ସଫଳ ହେବା ପାଇଁ ବାଟ ଦେଖାଇଥିଲା । ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କର୍କଟ ହସ୍ପିଟାଲଟି ଶ୍ରୀ ବାଗ୍‌ଚି ଦମ୍ପରିଙ୍କ ସାହାଯ୍ୟ ପାଇଁ ସଫଳ ରୂପରେଖ ନେଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ବାଗ୍‌ଚି ଦମ୍ପଭି ଏହି ହସ୍ପିଟାଲ ପ୍ରକଳ୍ପ ପାଇଁ ୨୪୦ କୋଟି ଟଙ୍କା ଦାନ କରିଥିବା ବେଳେ ଓଡ଼ିଶା ସରକାର ଏହି ପ୍ରକଳ୍ପ ପାଇଁ ୨ ୨ ଏକର ଜମି ପ୍ରଦାନ କିରଛନ୍ତି । ସମଗ୍ର ପୂର୍ବଭାରତରେ ଅନ୍ୟତମ ବୃହତ୍ କର୍କଟ ହସ୍ପିଟାଲ ଭାବେ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ଓଡ଼ିଶାବାସୀଙ୍କ ସ୍ଵପ୍ନକୁ ସାକାର କରିଥିବା ବେଳେ ଏହା ଲକ୍ଷାଧକ କର୍କଟରୋଗୀଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହି କର୍କଟ କେନ୍ଦ୍ରଟି ସମ୍ପୂର୍ଣଭାବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । କର୍କଟ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକୀୟ ସମସ୍ତ ଅତ୍ୟାବଶ୍ୟକ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଏଠାରେ ମଧ୍ୟ ଉପଲବ୍ଧ । ଉଦାହରଣସ୍ୱରୂପ, ଏଠାରେ ୧୨ ଗୋଟି ବୃହତ୍ତ ଅସ୍ତ୍ରୋପଚାର କେନ୍ଦ୍ର ରହିଥ‌ିବା ବେଳେ ଷ୍ଟେଟ୍ ଅଫ୍ ଦି ଆର୍ଟର ୨ଟି ଲିନିୟର ଆମ୍ଭେଲେଟର ଏବଂ ଗୋଟିଏ ବ୍ରାଚି ଥେରାପି କେନ୍ଦ୍ର ରହିଛି । ଦୈନିକ ୩ଶହ ରୋଗୀ ଏଠାରେ ରେଡ଼ିଓଥେରାପି ଚିକିତ୍ସା ପାଇବାକୁ ଥିବାବେଳେ ୬୦ଜଣ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯିବାକୁ ସୁବିଧା ରହିଛି । ସୁବୃହତ୍ ରୋଗୀ ଓ୍ବାର୍ଡ଼ ସହ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟରଶ୍ମି ଓ ମୁକ୍ତବାୟୁ ଚଳାଚଳକୁ ରୋଗୀମାନେ ଯେପରି ଚିକିତ୍ସା ସମୟରେ ପାଇପାରିବେ ଓ ସେମାନଙ୍କ ମନୋବଳ ଯେପରି ଦୃଢ଼ ରହିବ ସେଥିଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଦୂରରୁ ଯାତ୍ରା କରୁଥିବା ରୋଗୀମାନଙ୍କ ପାଇଁ ନାମକୁ ମାତ୍ର ଦେୟରେ ସ୍ଵଚ୍ଛ ସମୟ ରହଣି ପାଇଁ ୩୦୦ଟି ଶୀତତାପ ନିୟନ୍ତ୍ରିତ ଗୃହ ଯୋଗାଇ ଦିଆଯିବ ।

କର୍କଟ ଅନୁସନ୍ଧାନରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏକ ସମସାମୟିକ ଅନୁନ୍ଧାନ କେନ୍ଦ୍ର, ଯାହା ଅଙ୍କୋଲୋଳିରେ ବୈଜ୍ଞାନିକ ପ୍ରଗତିର କେନ୍ଦ୍ର ହେବ । ଏଠାରେ କର୍କଟ ରୋଗ ସମ୍ପର୍କିତ ଏକ ମ୍ୟୁଳିୟମ୍ ପ୍ରତିଷ୍ଠା କରାଯିବ, ଯେଉଁଥିରେ ବେଦ ଯୁଗରୁ ଅତ୍ୟାଧୁନିକ ଯୁଗ ଯାଏଁ କର୍କଟ ରୋଗ ଚିହ୍ନଟ ଓ ନିରାକରଣ ପଦ୍ଧତିକୁ ପ୍ରଦର୍ଶିତ କରାଯିବ । ଓଡ଼ିଶାର ଭୁବନେଶ୍ଵରରେ ଅବସ୍ଥିତ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ହେଉଛି ଏକ ଅଗ୍ରଣୀ ଅନୁଷ୍ଠାନ ଯାହାକି ସୁଲଭ ତଥା ଉଚ୍ଚମାନର କର୍କଟ ଚିକିତ୍ସା ଯୋଗାଇବା ପାଇଁ ଉତ୍ସର୍ଗୀକୃତ । ଏଠାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ ବି ଗ୍ରହଣୀୟ ଅଟେ ।

ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ନିୟୋଜନ: BSSCCRI ଅତ୍ୟାଧୁନିକ ଭିଭିଭୂମି, ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଏବଂ ଚିକିତ୍ସା ପ୍ରଣାଳୀରେ ୪୧୦ କୋଟି ବିନିଯୋଗ କରିଛି । ରୋଗୀମାନେ ଉପଲବ୍ଧ ଉନ୍ନତ ତ‌ଥା ପ୍ରଭାବଶାଳୀ ଚିକିତ୍ସା ପାଇବାକୁ ନିଶ୍ଚିତ କରୁଛନ୍ତି ।

ମଲ୍ଟିଡିସିପ୍ଲିନାରୀ ଟିକ୍ ଉତ୍କର୍ଷତା : କେନ୍ଦ୍ରରେ ଉଚ୍ଚକୁଶଳୀ ଏବଂ ଅଭିଜ୍ଞ ଅଙ୍କୋଲୋଜିଷ୍ଠ ଏବଂ” ମେଡ଼ିକାଲ ପ୍ରଫେସନାଲମାନଙ୍କର ଏକ ଟିମ୍ ଅଛି, ଯେଉଁମାନେ ମିଳିତ ଭାବରେ ସହଯୋଗ କରିବେ । ପ୍ରତ୍ୟେକ ରୋଗୀଙ୍କୁ ଦୟାଳୁ, ସାମଗ୍ରିକ ଏବଂ ବ୍ୟକ୍ତିଗତ ଯତ୍ନ ପ୍ରଦାନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର