ଭାରସ୍ୟାମ ହରାଇ ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍ : ଜଣେ ମୃତ, ୨ ଜଣ ଗୁରୁତର

The Sakala Picture
Published On

ଭଦ୍ରକ : ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଜଳେଶ୍ବର ଅଞ୍ଚଳର ମହାରାଣୀ ପ୍ରଧାନ । ୧୬ ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଚରମ୍ପା ନିକଟରେ ରାସ୍ତା କଡରେ ପାଣି ଟ୍ୟାଙ୍କର ଟି […]

ଭଦ୍ରକ : ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଜଳେଶ୍ବର ଅଞ୍ଚଳର ମହାରାଣୀ ପ୍ରଧାନ । ୧୬ ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ଚରମ୍ପା ନିକଟରେ ରାସ୍ତା କଡରେ ପାଣି ଟ୍ୟାଙ୍କର ଟି ଛିଡା ହୋଇଥିଲା। ଏହି ସମୟରେ ଭୁବନେଶ୍ୱର ଆଡୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ କାରର ସମ୍ମୁଖ ଭାଗ ଟ୍ରକ ଭିତରକୁ ପଶି ଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର ମଧ୍ୟରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ରହିଥିଲେ। ଅଗ୍ନିଶମ ବାହିନୀର ଦୀର୍ଘ ସମୟ ଅକ୍ଲାନ୍ତ ଚେଷ୍ଟା ପରେ କାର ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ ହୋଇଥିଲା।  ଗୁରୁତର ମାନେ ଜଳେଶ୍ୱର ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଏମାନେ ଭୁବନେଶ୍ୱରରୁ ଜଳେଶ୍ୱରକୁ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଥିଲା।

ଆହୁରି ପଢ଼ନ୍ତୁ: ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ, ୨ଗିରଫ

01 Jun 2022 By The Sakala

ଭାରସ୍ୟାମ ହରାଇ ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍ : ଜଣେ ମୃତ, ୨ ଜଣ ଗୁରୁତର

ଭଦ୍ରକ : ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଜଳେଶ୍ବର ଅଞ୍ଚଳର ମହାରାଣୀ ପ୍ରଧାନ । ୧୬ ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଚରମ୍ପା ନିକଟରେ ରାସ୍ତା କଡରେ ପାଣି ଟ୍ୟାଙ୍କର ଟି ଛିଡା ହୋଇଥିଲା। ଏହି ସମୟରେ ଭୁବନେଶ୍ୱର ଆଡୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ କାରର ସମ୍ମୁଖ ଭାଗ ଟ୍ରକ ଭିତରକୁ ପଶି ଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର ମଧ୍ୟରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ରହିଥିଲେ। ଅଗ୍ନିଶମ ବାହିନୀର ଦୀର୍ଘ ସମୟ ଅକ୍ଲାନ୍ତ ଚେଷ୍ଟା ପରେ କାର ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ ହୋଇଥିଲା।  ଗୁରୁତର ମାନେ ଜଳେଶ୍ୱର ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଏମାନେ ଭୁବନେଶ୍ୱରରୁ ଜଳେଶ୍ୱରକୁ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର