BYJD ପକ୍ଷରୁ କୋଭିଡ କଲ୍ ସେଣ୍ଟର ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ଯୁବ ବିଜେଡି ପକ୍ଷରୁ ଆରମ୍ଭ ହେଉଛି କୋଭିଡ ହେଲ୍ପଲାଇନ ନମ୍ବର। ପ୍ରତି ବ୍ଲକ ଓ ୩୫ଟି ସାଙ୍ଗଠନିକ ଜିଲ୍ଲାରେ କଲ ସେଣ୍ଟର ଖୋଲୁଛି। ସ୍ଥାନୀୟ ଲୋକଙ୍କୁ କିଛି ନମ୍ବର ଦିଆଯିବାକୁ ଥିବା ବେଳେ କୋଭିଡ଼ ସମ୍ପନ୍ଧୀୟ ସୂଚନା ଜନସାଧାରଣଙ୍କୁ ମିଳିପାରିବ । ସୂଚନା ଅନୁଯାୟୀ, ଏହି କଲ୍ ସେଣ୍ଟର ମାଧ୍ୟମରେ କୋଭିଡ଼ ହସ୍ପିଟାଲରେ ବେଡ଼ ମିଳିବା, କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ଆଦି ସମ୍ପର୍କରେ ସୂଚନା ମିଳିପାରିବ । ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କଲେ […]

ଭୁବନେଶ୍ୱର: ଯୁବ ବିଜେଡି ପକ୍ଷରୁ ଆରମ୍ଭ ହେଉଛି କୋଭିଡ ହେଲ୍ପଲାଇନ ନମ୍ବର। ପ୍ରତି ବ୍ଲକ ଓ ୩୫ଟି ସାଙ୍ଗଠନିକ ଜିଲ୍ଲାରେ କଲ ସେଣ୍ଟର ଖୋଲୁଛି। ସ୍ଥାନୀୟ ଲୋକଙ୍କୁ କିଛି ନମ୍ବର ଦିଆଯିବାକୁ ଥିବା ବେଳେ କୋଭିଡ଼ ସମ୍ପନ୍ଧୀୟ ସୂଚନା ଜନସାଧାରଣଙ୍କୁ ମିଳିପାରିବ ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ସୂଚନା ଅନୁଯାୟୀ, ଏହି କଲ୍ ସେଣ୍ଟର ମାଧ୍ୟମରେ କୋଭିଡ଼ ହସ୍ପିଟାଲରେ ବେଡ଼ ମିଳିବା, କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ଆଦି ସମ୍ପର୍କରେ ସୂଚନା ମିଳିପାରିବ । ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କଲେ କରୋନା ସମ୍ବନ୍ଧୀୟ ସେବା ଓ ସୁବିଧା ମିଳିବ। ଏହା ଦ୍ୱାରା ରୋଗୀ ଓ ପ୍ରଶାସନ ଭିତରେ ଥିବା ସମ୍ପର୍କ ଗଡ଼ି ଉଠିବ । ଏନେଇ CDMO ମାନଙ୍କ ସହ ଯୋଗାଯୋଗ କରିଛି ଯୁବ ବିଜେଡି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାର ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସମୁଦ୍ରରେ ନିଖୋଜ: ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁ ଜୀବନ ମୂଲ୍ୟବାନ। କୋଭିଡ ସମୟରେ କେହି ଯେମିତି ସେବାରୁ ବଂଚିତ ନ ରୁହନ୍ତୁ, ସେ ନେଇ ତାଙ୍କ ନିର୍ଦ୍ଦେଶ ରହିଛି। ଏହି କାରଣରୁ ଗତ ବର୍ଷ ଓଡ଼ିଶା ସଫଳତା ସହ କୋଭିଡ ମୁକାବିଲା କରିଥିଲା। ଏଥର ଦ୍ଵିତୀୟ ଲହରି ବିରୋଧରେ ଲଢେଇ ବି ସଫଳତାର ସହ ହେବ ବୋଲି ଯୁବ ବି। ଆଜି ସୁନ୍ଦରଗଡ଼ରେ ଏହା ଆରମ୍ଭ ହେଉଛି। ପ୍ରଥମ ଫୋକସ ରହିଛି ପଶ୍ଚିମ ଓଡ଼ିଶା। କାରଣ ସେଠି ଅଧିକ ସଂକ୍ରମଣ ହୋଇଛି।

ଆହୁରି ପଢ଼ନ୍ତୁ: IAS ସ୍ତରରେ ବଡ଼ ଅଦଳବଦଳ: ବିଡିଏ ଉପାଧ୍ୟକ୍ଷ ହେଲେ ଶୁଭମ୍ ସକ୍ସେନା, ବ୍ରହ୍ମପୁର ଆରଡିସି ଭାବେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର