ବନ୍ଦ ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ମୃତ ଯୁବତୀଙ୍କ ବାପା

The Sakala Picture
Published On

କଣ୍ଟାବାଞ୍ଜି: ବନ୍ଦଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ମୁରିବାହାଲ ଥାନା ସେମେଲପାଲି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଏକ ଘରେ ପ୍ରେମୀ ଯୁଗଳଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବରପାଇ ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ଏହାର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ସେମେଲପାଲି ଗାଁର ଅରବିନ୍ଦ ନାଗ ଏବଂ ସଂଯୁକ୍ତା ନାଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କ […]

କଣ୍ଟାବାଞ୍ଜି: ବନ୍ଦଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ମୁରିବାହାଲ ଥାନା ସେମେଲପାଲି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଏକ ଘରେ ପ୍ରେମୀ ଯୁଗଳଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବରପାଇ ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ଏହାର କାରଣ ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ସୂଚନା ଅନୁସାରେ, ସେମେଲପାଲି ଗାଁର ଅରବିନ୍ଦ ନାଗ ଏବଂ ସଂଯୁକ୍ତା ନାଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ହେଲେ ସେମାନେ ସମ୍ପର୍କରେ ପିଉସୀ/ପୁତୁରା ହେବେ। ଗତକାଲି ଝିଅ ନିଖୋଜ ଥିବା ତାଙ୍କ ବାପା ମୁରୀବାହାଲ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ଏକ ଘର ଭିତରେ ପୁଅ ଝିଅଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲା ପୋଲିସ । ପୁଅଙ୍କ ବାପା ହତ୍ୟା କରି ଘର ଭିତରେ ପିଙ୍ଗି ଦେଇଥିବା ନେଇ ଝିଅଙ୍କ ବାପା ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର